21.1 C
Bhubaneswar
Monday, November 18, 2024
Homeଓଡିଶା୫୦ କେଜି ବାସି ଖାଦ୍ୟ ଓ ପଲିଥିନ ଜବତ କଲା ବିଏମ୍‌ସି

୫୦ କେଜି ବାସି ଖାଦ୍ୟ ଓ ପଲିଥିନ ଜବତ କଲା ବିଏମ୍‌ସି

ଭୁବନେଶ୍ୱର: କିଛି ଦିନର ବ୍ୟବଧାନରେ ପୁଣି ତତ୍ପର ହୋଇଉଠିଛି ବାସି ଖାଦ୍ୟ ଓ ପଲିଥିନ ଯାଞ୍ଚ । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କର୍ତ୍ତୃପକ୍ଷ ଦକ୍ଷିଣ ପଶ୍ଚିମ ଜୋନ୍ ସ୍ଥିତ କୋଳଥିଆ ଓ ସମ୍ ହସ୍ପିଟାଲ୍ ଅଞ୍ଚଳର ଏକାଧିକ ହୋଟେଲ୍‌ରେ ଖାଦ୍ୟ ଯାଞ୍ଚ ପାଇଁ ଚଢ଼ାଉ କରିଛି । ବୁଧବାର ଦିନକରେ ବିଏମ୍‌ସି ଟିମ୍ ପ୍ରାୟଃ ୫୦ କେଜିର ବାସି ଖାଦ୍ୟ ନଷ୍ଟ କରିଥିବାବେଳେ ୧୨ କେଜିର ପଲିଥିନ ଜବତ କରାଯାଇଛି । ଖାଲି ସେତିକି ନୁହେଁ, ବାସି ଖାଦ୍ୟ ଓ ପଲିଥିନ ବ୍ୟବହାର ନେଇ ବେପାରୀମାନେ ୨୨ ହଜାର ଟଙ୍କାର ତଣ୍ଡ ଗଣିଛନ୍ତି । ବାସି ଖାଦ୍ୟ ପାଇଁ ୧୦ ହଜାର ଓ ପଲିଥିନ ପାଇଁ ୧୨ ହଜାର ଟଙ୍କାର ଜରିମାନା ଆଦାୟ କରିଥିବା ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି । ଫୁଡ୍ ସେଫ୍ଟି ଓ ଷ୍ଟାଣ୍ଡାର୍ଡ ଆଇନ ୨୦୦୬ ଓ ପ୍ଲାଷ୍ଟିକ୍ ୱେଷ୍ଟ ମ୍ୟାନେଜ୍‌ମେଣ୍ଟ ଆଇନ୍ ୨୦୧୬ ଆଧାରରେ ଏହି ଜରିମାନା ଆଦାୟ କରାଯାଇଥିବା ବିଏମ୍‌ସି ପକ୍ଷରୁ ପ୍ରକାଶ ପାଇଛି । ଉକ୍ତ ବାସି ଖାଦ୍ୟଗୁଡ଼ିକୁ ଟିମ୍ ନଷ୍ଟ କରିବା ସହ ସମ୍ପୃକ୍ତ ବ୍ୟବସାୟୀଙ୍କୁ ବିଏମ୍‌ସି ଶେଷ ଚେତାବନୀ ଶୁଣାଇଛି । ଯଦି ଏପରି କାର୍ଯ୍ୟ ସମ୍ପୃକ୍ତ ବ୍ୟବସାୟୀମାନେ ପୁର୍ନବାର କରୁଥିବା ନଜରକୁ ଆସନ୍ତି ତେବେ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଦୋକାନ ସିଲ୍ କରାଯିବ ଏବଂ ଫୁଡ୍ ଲାଇସେନ୍ସ ରଦ୍ଧ କରାଯିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking