28.1 C
Bhubaneswar
Friday, March 29, 2024
Homeଓଡିଶାବହିଷ୍କୃତ କନଷ୍ଟେବଲ ପ୍ରସନ୍ନଙ୍କ ଘରେ ଭିଜିଲାନ୍ସ ରେଡ୍

ବହିଷ୍କୃତ କନଷ୍ଟେବଲ ପ୍ରସନ୍ନଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର : ମନୀଷ ହତ୍ୟା ମାମଲାରେ ବହିଷ୍କୃତ କନଷ୍ଟେବଲ ପ୍ରସନ୍ନ ବେହେରାଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ ହୋଇଛି । ପ୍ରସନ୍ନଙ୍କ ୫ଟି ଘରେ ଏକାସାଙ୍ଗରେ ୫ଟି ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଛି । କଳ୍ପନା ଛକ ବାସଭବନ ଓ ଡୁମଡୁମା ସ୍ଥିତ ସ୍ପାର୍କ ଫର୍ଣ୍ଣିଚର ଗୋଦାମରେ ରେଡ୍ ହୋଇଛି । ଏହା ସହ ଲିଙ୍ଗିପୁର ଶାନ୍ତିବିହାର ଫର୍ଣ୍ଣିଚର ୱାର୍କସପ୍ ଓ ପାତ୍ରପଡ଼ା ସାଉଥସିଟି ବାର୍ ରେଡ୍ ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାର ନୂହାପଡ଼ା ଗାଁରେ ଥିବା ୨ ମହଲା ଘରେ ବି ରେଡ୍ ହୋଇଛି । ଚଢ଼ାଉରେ ୫ଟି ଟିମରେ ୨ ଡିଏସପି ଓ ୫ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି । ବେଆଇନ ଭାବେ ବାର ଚଳାଇବା ଅଭିଯୋଗରେ ଏପରି କାର୍ଯ୍ୟାନୁଷ୍ଠାନ ହୋଇଛି । ପୂର୍ବରୁ ପ୍ରସନ୍ନ ଗିରଫ ହେବା ସହ ଚାକିରିରୁ ବହିଷ୍କୃତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking