29.1 C
Bhubaneswar
Saturday, May 4, 2024
Homeକରୋନାଶିକ୍ଷାନୁଷ୍ଠାନମାନଙ୍କରେ ସଂକ୍ରମିତ ଚିହ୍ନଟ ହେବା ପରେ କ’ଣ କହିଲେ ବିଏମସି କମିଶନର

ଶିକ୍ଷାନୁଷ୍ଠାନମାନଙ୍କରେ ସଂକ୍ରମିତ ଚିହ୍ନଟ ହେବା ପରେ କ’ଣ କହିଲେ ବିଏମସି କମିଶନର

ଭୁବନେଶ୍ୱର: ରାଜଧାନୀର ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ବୃଦ୍ଧି ପରେ ପଦକ୍ଷେପ ଗ୍ରହଣ କରାଯାଇଛି । ସରକାରୀ, ଘରୋଇ ସ୍କୁଲର ୪୫ ବର୍ଷରୁ ଉର୍ଦ୍ଧ୍ୱ ଶିକ୍ଷକଙ୍କୁ ଟିକା ଦିଆଯିବ । ଟିକାକରଣ ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ପ୍ରଦାନ କରିଛନ୍ତି । ବର୍ତ୍ତମାନ ୫ଟି ବିଭାଗ ଉପରେ ଗୁରୁତ୍ୱ ଦିଆଯାଉଥିବା କମିଶନର କହିଛନ୍ତି । ସରକାରୀ ଓ ଘରୋଇ ସ୍କୁଲର ୪୫ ବର୍ଷରୁ ଉର୍ଦ୍ଧ୍ୱ ଶିକ୍ଷକଙ୍କୁ ଗୁରୁତ୍ୱ ଦିଆଯାଉଛି । ଉଠା ଦୋକାନୀ, ମଲ୍‌, ରେଷ୍ଟୁରାଣ୍ଟ ଓ ବିଦ୍ୟୁତ କର୍ମଚାରୀଙ୍କୁ ବି ଗୁରୁତ୍ୱ ଦିଆଯାଉଛି । ୫ଟି ବର୍ଗର ୨୦ ହଜାର ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ମାସେରୁ ୨ ମାସ ଭିତରେ ସମସ୍ତଙ୍କୁ ଟିକାକରଣରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି ।

ରାଜ୍ୟରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଶିକ୍ଷାନୁଷ୍ଠାନମାନଙ୍କରେ ସଂକ୍ରମିତ ଚିହ୍ନଟ ହେବା ଚିନ୍ତା ବଢାଉଛି । ପ୍ରଥମେ ଭୁବନେଶ୍ୱର ଏକ୍ସଆଇଏମବିରୁ ଏକାଧିକ ପଜିଟିଭ ଚିହ୍ନଟ ହୋଇଥିଲେ । ପରେ ଆଲେନ ଇନଷ୍ଟିଚ୍ୟୁଟରୁ ବି ୩୦ ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଚିହ୍ନଟପରେ ସଂପୃକ୍ତ ଇନଷ୍ଟିଚ୍ୟୁଟକୁ ସିଲ୍ କରାଯିବା ସହ ଆକ୍ରାନ୍ତଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ଏହାସହ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଓ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ କରାଯାଇଥିଲା । ବର୍ତମାନ ମହାମାରୀ କରୋନାର ଦ୍ୱିତୀୟ ଲହରି ଆରମ୍ଭ ହୋଇସାରିଛି । ଅନେକ ରାଜ୍ୟରେ ଲକଡାଉନ ସଟଡାଉନ ସହ ନାଇଟ କର୍ଫ୍ୟୁ ମଧ୍ୟ ଜାରି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking