30.1 C
Bhubaneswar
Wednesday, April 24, 2024
Homeକରୋନାଏୟାରପୋର୍ଟରେ କରୋନା ନିୟମ ଉଲ୍ଲଂଘନ କଲେ ଆଉ କ୍ଷମା ନାହିଁ

ଏୟାରପୋର୍ଟରେ କରୋନା ନିୟମ ଉଲ୍ଲଂଘନ କଲେ ଆଉ କ୍ଷମା ନାହିଁ

ନୂଆଦିଲ୍ଲୀ: ବଢୁଥିବା କରୋନା କହରକୁ କିଭଳି ହ୍ରାସ କରାଯିବ, ଏଥିପାଇଁ ପ୍ରଶାସନ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛି । କରୋନା ରୋକିବା ପାଇଁ ଏବେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବି କଡା ପଦକ୍ଷେପ ନେବାକୁ ଅଣ୍ଡା ଭିଡିଛି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏକ ନିର୍ଦ୍ଦେଶନାମା ଜାରି କରିଛି । ଯଦି କିଏ ବିମାନବନ୍ଦରରେ କରୋନା ନିୟମ ଉଲ୍ଲଂଘନ କରୁଥିବା ଧରାପଡନ୍ତି, ତେବେ ଜରିମାନା ଦେବାକୁ ପଡିପାରେ । ଦେଶରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ବିମାନବନ୍ଦରରେ କରୋନା କଟକଣା ଆହୁରି କଡାକଡି କରାଯିବ । କୋଭିଡ ୧୯ ନିୟମ ଉଲ୍ଲଂଘନ କରୁଥିବା ଯାତ୍ରୀଙ୍କୁ ଅନ ସ୍ପଟ ଜରିମାନା ଲଗାଇବାକୁ ବିଚାର କରାଯିବ । ଅନେକ ବିମାନବନ୍ଦରରେ କରୋନା ନିୟମ କଡାକଡି ଭାବରେ ପାଳନ ହେଉନଥିବା ପରିଲକ୍ଷିତ ହେବା ପରେ ଡିଜିସିଏ ଏହି ରଡା ପଦକ୍ଷେପ ଗ୍ରହଣ କରିଛି ।
ଡିଜିସିଏ ଏୟାରଲାଇନ୍ସ ଏହା ମଧ୍ୟ ନିଶ୍ଚିତ କରିବାକୁ କୁହାଯାଇଛି ଯେ, ସେ ନିଜ ଯାତ୍ରୀଙ୍କୁ ଫେସ ମାସ୍କ ପିନ୍ଧିବାକୁ ଅନୁରୋଧ କରୁ ଏବଂ ସାମାଜିକ ଦୂରତା ବଜାୟ ପାଳନ ଉପରେ ନଜର ରଖୁ । କହିରଖୁଛୁ ଯେ, କେନ୍ଦ୍ର ସରକାର ଯେତେ ଜଲଦି ସମ୍ଭବ କରୋନା ଉପରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା ଜାରି ରଖିଛନ୍ତି । ସେଥିପାଇଁ ସରକାର ସମସ୍ତ ପ୍ରକାର କଡା ପଦକ୍ଷେପ ଗ୍ରହଣ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking