ଭୁବନେଶ୍ୱର: ବହୁ ଦିନ ପରେ ବୁଲିଲା ବିଏମ୍ସି ବୁଲଡୋଜର । ସୋମବାର ମାର୍କେଟ୍ ବିଲ୍ଡିଂରେ ବହୁ ଦୋକାନକୁ ବିଏମସି ଉଚ୍ଛେଦ କରିଛି । ଭାଙ୍ଗିବା ପୂର୍ବରୁ ବହୁ ନୋଟିସ ଦେଇଥିଲା ବିଏମସି । ତେବେ ଉଠାଦୋକାନୀଙ୍କୁ ଉଚ୍ଛେଦ ବେଳେ ଉତ୍ତେଜନା ସୃଷ୍ଟି ହୋଇଥିଲା । ବିନା ଥଇଥାନରେ ଉଚ୍ଛେଦକୁ ଉଠାଦୋକାନୀ ବିରୋଧ କରିଥିଲେ ।ବିଏମସି କେଶରୀ ମଲ୍ ସମ୍ମୁଖରେ ଦୀର୍ଘ ବର୍ଷ ହେଲା ଏହି ଦୋକାନୀମାନେ ବସିଥିଲେ । ୮୦ ଭାଗ ବିହାରୀ ଓ ୨୦ ପ୍ରତିଶତ ଓଡ଼ିଆ ଏଠାରେ ଦୋକାନ ଦେଇଛନ୍ତି । ଉତ୍ତେଜନା ଯୋଗୁ ଉଚ୍ଛେଦକୁ ସ୍ଥଗିତ ରଖିଛି ବିଏମସି । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିଏମସି ବେଖାତିର କରୁଥିବା ଅଭିଯୋଗ କରିଛନ୍ତି ।