27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶପାପୁଆ ନ୍ୟୁ ଗିନିରେ ୨ ଜନଜାତି ମଧ୍ୟରେ ରକ୍ତାକ୍ତ ସଂଘର୍ଷ; ଗୁଳିମାଡରେ ୬୪ ମୃତ, ସେନା...

ପାପୁଆ ନ୍ୟୁ ଗିନିରେ ୨ ଜନଜାତି ମଧ୍ୟରେ ରକ୍ତାକ୍ତ ସଂଘର୍ଷ; ଗୁଳିମାଡରେ ୬୪ ମୃତ, ସେନା ମୁତୟନ କଲେ ସରକାର

ପୋର୍ଟ ମୋର୍ସବେ: ବେଶ୍ କିଛି ସମୟ ଅନ୍ତରାଳରେ ଦକ୍ଷିଣ-ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ପାପୁଆ ନ୍ୟୁ ଗିନିରେ ପୁଣିଥରେ ହିଂସା, ନରସଂହାର ଭଳି ଘଟଣା ଦେଖିବାକୁ ମିଳିଛି । ରିପୋର୍ଟ ଅନୁସାରେ ପାପୁଆ ନ୍ୟୁ ଗିନିର ସୁଦୂର ପାହାଡୀ ପ୍ରଦେଶ ଏନ୍‌ଗାର ଠାରେ ବସବାସ କରୁଥିବା ୨ ଜନଜାତି ସମ୍ପ୍ରଦାୟ ମଧ୍ୟରେ  ଗୋଷ୍ଠୀ ସଂଘର୍ଷ ସଂଘଠିତ ହୋଇଥିବା ବେଳେ ଏହା ନରସଂହାରର ରୂପ ଧାରଣ କରିଛି । ଉଭୟ ସମ୍ପ୍ରଦାୟ ମଧ୍ୟରେ ଘଟିଯାଇଥିବା ଏହି ହିଂସାକାଣ୍ଡରେ ପ୍ରାୟ ୬୪ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତଙ୍କୁ ଗୁଳି କରି ନିର୍ମର୍ମ ଭାବେ ହତ୍ୟା କରାଯାଇଛି । ରାଜଧାନୀ ପୋର୍ଟ ମୋର୍ସବେ ଠାରୁ ଏହି ଅଞ୍ଚଳ ପ୍ରାୟ ୬୦୦ କିମି ଦୂର ଉତ୍ତର-ପଶ୍ଚିମ ୱାବଗ ସହର ନିକଟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ । ତେବେ ଏସମ୍ପର୍କରେ ସୂଚନା ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ମୃତଦେହଗୁଡ଼ିକୁ ଉଦ୍ଧାର କରିବା ସହ ସେସବୁକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ଅଞ୍ଚଳରେ ସେନାବାହିନୀକୁ ମୁତୟନ କରିଛନ୍ତି ।

ସୂଚନାଯୋଗ୍ୟ ପାପୁଆ ନ୍ୟୁ ଗିନିରେ, ଅଧିକୃତ ଜମିବାଡି ଓ ଧନ, ସମ୍ପତ୍ତି ବଣ୍ଟନକୁ ନେଇ ଜନଜାତି ସମ୍ପ୍ରଦାୟଙ୍କ ମଧ୍ୟରେ ବିବାଦ, ଦଙ୍ଗା ଆଦି କିଛି ନୂଆକଥା ନୁହେଁ, ବର୍ଷ ବର୍ଷ ଧରି ଏସବୁ ଚାଲିଆସିଛି । ଗତ ମାସରେ ମଧ୍ୟ ଦେଶରେ କେବଳ ଏହି କାରଣ ଯୋଗୁ ଜନଜାତି ସମ୍ପ୍ରଦାୟଙ୍କ ମଧ୍ୟରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା ଯେଉଁଥିରେ ୧୬ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଏସବୁ ମଧ୍ୟରେ ବେଶ୍ କିଛି ଦଶନ୍ଧି ଧରି ଦେଶରେ ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାର ବୃଦ୍ଧି ପାଇବା ଏପ୍ରକାର ଛୋଟମୋଟ ପରିସ୍ଥିତିକୁ ମଧ୍ୟ ଅଧିକ ହିଂସାତ୍ମକ କରିଦେଇଛି । ଏଠାରେ ଛୋଟ ପିଲାଙ୍କ ପାଖରେ ମଧ୍ୟ ହାଇଟେକ୍ ଅଟୋମେଟିକ୍ ବନ୍ଧୁକ ଆଦି ଦେଖିବାକୁ ମିଳୁଛି ।

ରବିବାର ଦୁଇ ସମ୍ପ୍ରଦାୟ ମଧ୍ୟରେ ଘଟିଥିବା ବିବାଦ ତଥା ସୃଷ୍ଟି ହୋଇଥିବା ଉତ୍ତେଜନା  ମଧ୍ୟରେ ବନ୍ଧୁକ ବ୍ୟବହାର ଏବଂ ୬୪ଜଣଙ୍କ ମୃତ୍ୟୁ ନିଶ୍ଚିତ ଭାବେ ପାପୁଆ ଗିନିର ସରକାରଙ୍କ ପାଇଁ ଏବେ ଚିନ୍ତାଜନକ ବିଷୟ ପାଲଟିଛି । ରୟାଲ ପାପୁଆ ନ୍ୟୁ ଗିନି କନ୍‌ଷ୍ଟାବୁୂଲାରିୂ ଆକ୍‌ଟିଙ୍ଗ ସୁପରିଟେଣ୍ଡେଣ୍ଟ୍ ଜର୍ଜ କାକାସ୍ କହିଛନ୍ତି, ଏନ୍‌ଗାର ଅଞ୍ଚଳରେ ଘଟିଥିବା ଏହି ନରସଂହାର ତାଙ୍କ ଜୀବନ କାଳରେ ସେ ଦେଖିଥିବା ନରସଂହାର ମଧ୍ୟରେ ସବୁଠୁ ଅଧିକ ଭୟଙ୍କର । କାକାସ୍‌ଙ୍କ କହିବାନୁସାରେ ଏପ୍ରକାର ବିବାଦକୁ ରୋକିବା ଅସମ୍ଭବ । କିନ୍ତୁ ଏଭଳି ଘଟଣାରେ ଯଦି ମୃତ୍ୟୁ ସଂଖ୍ୟା କମ୍ କରିବାକୁ ସରକାର ଚାହୁଁଛନ୍ତି, ତେବେ ସର୍ବପ୍ରଥମେ ଏହି ଅଞ୍ଚଳକୁ ଆସୁଥିବା ବେଆଇନ୍ ଅସ୍ତ୍ରଶସ୍ତ୍ର ଉପରେ ରୋକ୍ ଲଗାଇବାକୁ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking