ବଲାଙ୍ଗିର ,- କରୋନା ସମୟରେ ସଧାରଣତ ରକ୍ତଦାତା ଡାକ୍ତରଖାନା ଆସି ରକ୍ତ ଦାନ କରି ପାରୁ ନଥିବା ବେଳେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ରକ୍ତର ଘୋର ଅଭାବ ଦେଖିବାକୁ ମିଳିଥିଲା । ବଲାଙ୍ଗିର ମେଡିକାଲ କଲେଜ ହସ୍ପିଟାଲ କୁ ପ୍ରାୟ ପାଞ୍ଚଟି ଜିଲ୍ଲା ର ରୋଗୀ ନିର୍ଭର କରନ୍ତି । ଡାକ୍ତରଖାନାରେ ରକ୍ତଭାଵ ଯୋଗୁଁ ବହୁ ଗର୍ଭବତୀ ମହିଳା ସହ ଥାଲାସେମିଆ ରୋଗୀ ରକ୍ତ ପାଇ ନପାରି ବହୁ ଅସୁବିଧା ର ସମ୍ମୁଖୀନ ହେଉଥିଲେ । ତେବେ ବଲାଙ୍ଗିର ରକ୍ତ ଭଣ୍ଡାରର ଅନୁରୋଧ କ୍ରମେ ଅନେକ ସାମାଜିକ ସଂଗଠନ ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ଆଗେଇ ଆସିଥିଲେ । କିନ୍ତୁ ରକ୍ତ ଭଣ୍ଡାରରେ ରକ୍ତଭାଵ କୁ ଦୂର କରିବାକୁ ହେଲେ ଲଗାତାର ତଥା ବହୁ ସଂଖ୍ୟକ ରକ୍ତଦାନର ଆଵଶ୍ୟକତା ଅନୁଭବ କରାଯାଉଥିଲା ।
ଜଣ ସାଧାରଣ ତଥା ରକ୍ତଭଣ୍ଡାର ର ଏହି ଆଵଶ୍ୟକତାକୁ ପୂରଣ କରିବା ପାଇଁ ବଲାଙ୍ଗିର ର ଜଣାଶୁଣା ସାମାଜିକ ସଂଗଠନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଅଣ୍ଟା ଭିଡିଥିଲା। ଅନୁଷ୍ଠାନ ତରଫରୁ ପ୍ରତିଦିନ ୫ ଜଣ ସଦସ୍ୟ ସଦସ୍ୟା ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରୁଥୁଲେ । କିନ୍ତୁ ଏହା ପରେ ମଧ୍ୟ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଜାରି ରହିଥିଲା । ତେବେ ଅଧିକ ସଂଖ୍ୟକ ରକ୍ତଦାତାଙ୍କ ପାଖକୁ ପହଞ୍ଚିବା ଉଦ୍ଦେଶ୍ୟ ନେଇ ଅନୁଷ୍ଠାନ ତରଫରୁ ବଲାଙ୍ଗିର ଜିଲ୍ଲାପାଳ ଙ୍କ ଠାରୁ ଅନୁମତି ନେଇ ଭ୍ରାମ୍ୟମାଣ ରକ୍ତସଂଗ୍ରହ ଯାନ ଯୋଗେ ରକ୍ତ ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲା। ଅନୁଷ୍ଠାନ ଆଖ ପାଖ ଅଂଚଳ ଭ୍ରମଣ କରି ଲୋକଙ୍କୁ ରକ୍ତଦାନର ମହତ୍ଵ ବୁଝାଇବା ସହ ଲୋକଙ୍କ ସହଯୋଗ ପାଇବାରେ ସଫଳ ହୋଇଥିଲା। ସଂଗଠନର ଦିନ ରାତି ଉଦ୍ୟମ ଫଳରେ ପ୍ରଥମ ଦିନରେ ୩୩ ୟୁନିଟ, ଦ୍ଵିତୀୟ ଦିନରେ ୪୧, ତୃତୀୟ ଦିନରେ ୫୫, ଚତୁର୍ଥ ଦିନରେ ୨୫ ୟୁନିଟ ରକ୍ତ ସଂଗ୍ରହ କରିବାରେ ସଫଳ ହୋଇଥିଲା । ଏପଟେ ଡାକ୍ତରଖାନାରେ ଅନୁଷ୍ଠାନ ର ସଂଯୋଜନା ରେ ରକ୍ତଭଣ୍ଡାର ରେ ପ୍ରାୟ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଅନୁଷ୍ଠାନ ତରଫରୁ ରକ୍ତଭଣ୍ଡାର ରେ ସ୍ବେଚ୍ଛାକୃତ ଭାବରେ ୧୫ ଜଣ ରକ୍ତଦାନ କରିଥିଲେ । କେବଳ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ନିଜ ପ୍ରୟାସରେ ଆଜି ପଯ୍ୟନ୍ତ ସମୁଦାୟ ୨୦୦ ୟୁନିଟ ରକ୍ତ ସଂଗ୍ରହ କରି ଅନେକେଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ।
ଏହି ରକ୍ତଦାନ ଅଭିଯାନରେ ବିଙ୍ଗ ହ୍ୟୁମାନ ର ଉଦ୍ୟମ କୁ ନିହାର ବେହେରା, ଲୋଟସ ଷଡ଼ଙ୍ଗୀ, ମନୀଷ ମିଶ୍ର, ରାମଜୀ ଯୁବକ ସଂଘ ରାଇକେଡ଼ା, କୀର୍ତ୍ତିପୂର ଗାଁ ବାସି ବୃନ୍ଦ ସହଯୋଗ କରିଥିଲେ । ଅନୁଷ୍ଠାନ ର ମୁଖ୍ୟ ଉପଦେଷ୍ଟା ଶ୍ରୀ ଲଳିତ କୁମାର ନାୟକ ଏହି ଅଭିଯାନ ରେ ଉପସ୍ଥିତ ରହି ସମସ୍ଥଙ୍କୁ ଉତ୍ସା ହିତ କରିବା ସଂଗେ ସଂଗେ ରକ୍ତ ଦାନ ପାଇଁ ଆଗେଇ ଆସିବାକୁ ଅନୁରୋଧ କରି ଥିଲେ ।ସଂଗଠନର ଏହି ମହତ କାର୍ଯ୍ୟକୁ ମାନନୀୟl ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ମାନ୍ୟବର ବଲାଙ୍ଗିର ବିଧାୟକ ଶ୍ରୀଯୁକ୍ତ ନରସିଂହ ମିଶ୍ର, ମାନ୍ୟବର କେନ୍ଦ୍ରାପଡା ସାଂସଦ ଶ୍ରୀ ଅନୁଭବ ମହାନ୍ତି ସହ ବଲାଙ୍ଗିର ରକ୍ତ ଭଣ୍ଡାର ପ୍ରସଂଶା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଏଭଳି ବିଭିନ୍ନ ସଙ୍ଘଠନର ଉଦ୍ୟମ ଫଳରେ ବଲାଙ୍ଗିର ରକ୍ତଭଣ୍ଡାର ରେ ରକ୍ତ ଅଭାବ ଦୂର ହୋଇଥିବା ବେଳେ ସ୍ଥିତି ଏବେ ସାମାନ୍ୟ ଥିବା ଖବର ରହିଛି । ତେବେ ଆଗକୁ ପୁଣି ରକ୍ତର ଅଭାବ ଦେଖାଦେଲେ ବିଙ୍ଗ ହୁମାନ ପୁଣି ରକ୍ତ ସଂଗ୍ରହଅଭିଯାନ ଆରମ୍ଭ କରିବ ବୋଲି ଅନୁଷ୍ଠାନ ର ସଭାପତି ସୋମନାଥ ମିଶ୍ର ଏବଂ ସମ୍ପାଦକ ବିବେକ ପଟେଲ ଜଣାଇଛନ୍ତି l