28.1 C
Bhubaneswar
Friday, March 29, 2024
Homeଓଡିଶା୬୨ରୁ ୬୬ ନମ୍ବର କରୋନା ରୋଗୀଙ୍କ ପଶ୍ଚିମବଙ୍ଗ ଲିଙ୍କ୍‌

୬୨ରୁ ୬୬ ନମ୍ବର କରୋନା ରୋଗୀଙ୍କ ପଶ୍ଚିମବଙ୍ଗ ଲିଙ୍କ୍‌

ଭୁବନେଶ୍ୱର: ବାଲେଶ୍ୱରରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ମିଳିଛି । ପରେ ସେହି ଜିଲ୍ଲାରେ କରୋନା ଦ୍ୱାରା ଆକ୍ରାନ୍ତ ଥିବା ସମସ୍ତ ରୋଗୀଙ୍କ ସଂପୂର୍ଣ୍ଣ ତଥ୍ୟ ସଂପର୍କରେ ଏବେ ସରକାର ସୂଚନା ଦେଇଛନ୍ତି । ବାଲେଶ୍ୱରର ୬୧ ନମ୍ବର ୫୮ ବର୍ଷୀୟ ରୋଗୀ ହେଉଛନ୍ତି ଜଣେ ପୁରୁଷ । ସେ ମାର୍ଚ୍ଚ ୧୩ ତାରିଖରେ ଝାଡଖଣ୍ଡରୁ ଏକ ଗାଡି ଭଡା କରି ଆସିଥିଲେ । ପରେ ସେ ବାଲେଶ୍ୱର ସଦର ଡାକ୍ତରଖାନାକୁ ଏପ୍ରିଲ ୭ ତାରିଖରେ ଚିକିତ୍ସା ପାଇଁଯାଇଥିଲେ । ନିଜ ସ୍କୁଟିରେ ସେ ଡାକ୍ତରଖାନା ଯାଇଥିଲେ । ଓ ସେଥିରେ ଫେରିଥିଲେ । ୧୩ ତାରିଖରେ ଏକ ଗାଡି ଭଡା କରି ଆପୋଲ ହସ୍ପିଟାଲ ଆସିଥିଲେ । ଆପୋଲ ହସ୍ପିଟାଲରୁ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ । ତେଣୁ ୧୪ ତାରିଖରେ ଏକ ଭଡା ଗାଡିରେ କିମସ ହସ୍ପିଟାଲ ଯାିଥିଲେ । ୧୪ରୁ ୧୬ କିମସର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୧୬ରେ ସେ ଏମସ ଯାିଥିଲେ । ଏମସରେ ତାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପଠା ିବା ପରେ ୧୮ ତାରିଖରେ ସେ କରୋନାରେ ଆକ୍ରାନ୍ତ ବୋଲି ପଜେଟିଭ ରିପୋର୍ଟ ଆସିଥିଲା । ତାଙ୍କୁ ୧୮ ତଦାରିଖରେ କିମସର କୋଭିଡ ହସ୍ପିଟାଲକୁ ସ୍ତାନାନ୍ତରିତ କରାଯାଇ ଚିକିତ୍ସା କରା ।ଉଛି ।
ବାଲେଶ୍ୱରରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ମିଳିଛି । ପରେ ସେହି ଜିଲ୍ଲାରେ କରୋନା ଦ୍ୱାରା ଆକ୍ରାନ୍ତ ଥିବା ସମସ୍ତ ରୋଗୀଙ୍କ ସଂପୂର୍ଣ୍ଣ ତଥ୍ୟ ସଂପର୍କରେ ଏବେ ସରକାର ସୂଚନା ଦେଇଛନ୍ତି । ପ୍ରଥମେ ଭଦ୍ରକର ପଦ୍ମପୁରରୁ ଚିହ୍ନଟ ହୋଇଥିବା ୫୭ ବର୍ଷୀୟ ବ୍ୟକ୍ତି ୨୮ ମାର୍ଚ୍ଚରେ କୋଲକାତାରୁ ବାସୁଦେବପୁରକୁ ଏକ ଗାଡି ଭଡା କରି ଆସିଥିଲେ । ଯେଉଁଥିରେ ତାଙ୍କ ଆଉ ୩ ଜଣ ଯାତ୍ରୀ ମଧ୍ୟ ଥିଲେ । ପରେ ସେ ୨୮ ମାର୍ଚ୍ଚରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ହୋମ କ୍ୱାରେଣ୍ଟାଇନରେ ରହିଥିଲେ । ଏହାପରେ ୧୫ରୁ ୧୯ ଏପ୍ରିଲ ପର୍ଯ୍ୟନ୍ତ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରକୁ ସ୍ଥାନାନ୍ତରିତ ହୋଇଥିଲେ । ଏହାପରେ ୧୯ ତାରିଖରେ ତାଙ୍କର ସାମ୍ପଲ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଏବଂ ପରେ ସେ କରୋନା ପଜେଟିଭ ବୋଲି ଚିହ୍ନଟ ହୋଇ ୨୦ ଏପ୍ରିଲରେ କଟକ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ ।
ସେହିଭଳି ୬୩ ନମ୍ବର କରୋନା ରୋଗୀ ପଶ୍ଚିମବଙ୍ଗରୁ ଏକ ଟ୍ରକ ଯୋଗେଁ ବାସୁଦେବପୁରକୁ ୯ ଏପ୍ରିଲରେ ଆସିଥିଲେ । ପରେ ୯ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ୧୫ରୁ ୧୯ ସେ ସରକାରୀ ହୋମ୍ କ୍ୱାରେଣ୍ଟାଇନକୁ ସ୍ଥାନାନ୍ତରିତ ହୋଇଥିଲେ । ୧୯ରେ ତାହ୍‌କର ସାମ୍ପଲ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା ଏବଂ ସେ ପଜେଟିଭ ଚିହ୍ନଟ ହୋଇଥିଲେ । ୨୦ରେ କଟକ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ ।
ସେହିଭଳି ୬୪ ନମ୍ବର କରୋନା ରୋଗୀ ୨୯ ମାର୍ଚ୍ଚରେ ଏକ ଗାଡି ଭଡା କରି ୭ ଜଣ ଯାତ୍ରୀ ଥିବା ଗାଡିରେ ପଶ୍ଚିମବଙ୍ଗରୁ ବାସୁଦେବପୁର ଆସିଥିଲେ । ପରେ ୨୯ରୁ ୧୪ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନରେ ଥିଲେ । ୧୫ ଏପ୍ରିଲରୁ ୧୯ ଯାଏଁ ସେ ସରକାରୀ ହୋମ୍ କ୍ୱାରେଣ୍ଟାଇନକୁ ଯାଇଥିଲେ । ଏହାପରେ ୧୯ରେ ତାଙ୍କର ସାମ୍ପଲ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ଏବଂ ସେ ପଜେଟିଭ ଚିହ୍ନଟ ହୋଇଥିଲେ । ୨୦ରେ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ ।
ସେହିଭଳି ୬୫ ନମ୍ବର ୬୬ ବର୍ଷୀୟ କରୋନା ରୋଗୀ ଜଣକ ୨୮ ମାର୍ଚ୍ଚରେ ପଶ୍ଚିମବଙ୍ଗରୁ ଭଣ୍ଡାରୀପୋଖରୀକୁ ଗାଡି ଭଡା କରି ଅନ୍ୟ ଯାତ୍ରୀଙ୍କ ସହ ଆସିଥିଲେ । ପରେ ୨୮ରୁ ୧୪ ଏପେରିଲ ଯାଏଁ ସେ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ପୁଣଇ ୧୫ରୁ ୧୯ ଯାଏଁ ସରକାରୀ ହୋମ୍ କ୍ୱାରେଣ୍ଟାଇନକୁ ସ୍ଥାନାନ୍ତର ହୋଇଥିଲେ । ପରେ ୧୯ ରେ ତାଙ୍କର ସାମ୍ପଲ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା ଓ ସେ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ । ୨୦ରେ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ ।
ସେହିଭଳି ୬୬ ନମ୍ବର କରୋନ ରୋଗୀ ହେଉଛନ୍ତି ୪୮ ବର୍ଷୀୟ ପୁରୁଷ । ଯିଏ ୨୯ ମାର୍ଚ୍ଚରେ ପଶ୍ଚିମବଙ୍ଗରୁ ଏକ ଭଡା ଗାଡିରେ ୬ ଯାତ୍ରୀଙ୍କ ସହ ଭଣ୍ଡାରୀପୋଖରୀ ଆସିଥିଲେ । ପରେ ୨୯ରୁ ୧୪ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ୧୫ରୁ ୧୯ ପର୍ଯ୍ୟନ୍ତ ସରକାରୀ ହୋମ୍ କ୍ୱାରେଣ୍ଟାଇନକୁ ଯାଇଥିଲେ । ତେବେ ୧୯ ଏପ୍ରିଲରେ ତାଙ୍କର ସାମ୍ପଲ ପରୀକ୍ଷା କରାଯାଇଥିଲା ଏବଂ ସେ ପଜେଟିଭ ବୋଲି ଚିହ୍ନଟ ହୋଇଥିଲେ । ଏହାପରେ ୨୦ ତାରିଖରେ ସେ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking