36.1 C
Bhubaneswar
Saturday, May 18, 2024
Homeଅପରାଧଅନ୍ଧ କରିଦେଲା ମଦ ନିଶା; ୫୦ ଟଙ୍କା ପାଇଁ ବନ୍ଧୁର ଜୀବନ ନେଲା ବନ୍ଧୁ

ଅନ୍ଧ କରିଦେଲା ମଦ ନିଶା; ୫୦ ଟଙ୍କା ପାଇଁ ବନ୍ଧୁର ଜୀବନ ନେଲା ବନ୍ଧୁ

ଚଣ୍ଡିଗଡ: ଦୁଇ ବନ୍ଧୁ ଚିୟସ୍ କରି ପିଉଥିଲେ ମଦ । ପେଗ ପରେ ପେଗ ମାରି ଚାଲିଥିଲେ । କିନ୍ତୁ ଆଉ ଗୋଟିଏ ପେଗ ଦେବାକୁ ବନ୍ଧୁକୁ ମନା କରିଦେଲା ବନ୍ଧୁ । ଜଣଙ୍କୁ ଅନ୍ୟ ଜଣେ ୫୦ ଟଙ୍କା ମାଗିବାରୁ ସାଙ୍ଗ ସାଜିଲା ବଇରି । ବନ୍ଧୁର ଜୀବନ ନେବାକୁ ପଛାଇଲା ନାହିଁ ଅନ୍ୟ ଜଣେ ବନ୍ଧୁ । ବାଡିରେ ପିଟି ପିଟି ବନ୍ଧୁର ଜୀବନ ନେଲା ବନ୍ଧୁ । ଏଭଳି ହତ୍ୟାକାଣ୍ଡ ଘଟିଛି ପଞ୍ଜାବର ଖାନ୍ନା ଜିଲ୍ଲାର ସମରାଲା ଧିଲୱାନ ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ବିହାରର ମୋତିହାରୀ ଜିଲ୍ଲାର ବାସିନ୍ଦା ଶିବନାଥ ମୁଖିଆ । ଏହି ଘଟଣାରେ ଅଭିଯୁକ୍ତ ଇରଜିତ ମୁଖିଆଙ୍କୁ ପୋଲିସ ଗିରଫ କରିଛି । ସେ ନେପାଳର ବାସିନ୍ଦା ହୋଇଥିବା ପୋଲିସ ସୂଚନା ଦେଇଛି । ଏହି ଘଟଣାରେ ଡିଏସପି ୱାରିୟମ ସିଂ କହିଛନ୍ତି ଯେ, ଉଭୟ ଶିବନାଥ ମୁଖିଆ ଏବଂ ଇର୍ଜିତ ଧିଲୱାନ ଗ୍ରାମରେ କ୍ଷେତରେ କାମ କରୁଥିଲେ । ବୁଧବାର ବିଳମ୍ବିତ ରାତିରେ ଉଭୟ ମଦ ଆଣି ପିଇଥିଲେ ।

ମଦ ପିଇବା ସମୟରେ ଇରଜିତ୍ ଶିବନାଥଙ୍କୁ ଆଉ ଏକ ପେଗ ମାଗିଥିଲେ । କିନ୍ତୁ ଶିବନାଥ ପେଗ ଦେବାକୁ ମନା କରିଦେଇଥିଲେ । ଏହାପରେ ଇରଜିତ୍ ଶିବନାଥଙ୍କୁ ୫୦ ଟଙ୍କା ମାଗିଥିଲେ । କିନ୍ତୁ ସେ ମନା କରିଦେବାରୁ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଶେଷରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଇରଜିତ ମୁଖିଆ ତାର ବନ୍ଧୁ ଶିବନାଥ ମୁଖିଆଙ୍କୁ ଏକ ବାଡିରେ ଆକ୍ରମଣ କରିଥିଲା । ବାଡିରେ ପିଟି ପିଟି ବନ୍ଧୁର ଜୀବନ ମଧ୍ୟ ନେଇଯାଇଥିଲା । ନିଶାସକ୍ତ ଅବସ୍ଥାରେ ଏପରି କାଣ୍ଡ ଭିଆଇଥିଲା ଅଭିଯୁକ୍ତ ଜଣଙ୍କ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସେହି ସ୍ଥାନରେ ଶୋଇ ରହିଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି । ଅନ୍ୟପଟେ ଶିବନାଥଙ୍କ ମୃତେଦହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking