29.4 C
Bhubaneswar
Saturday, May 4, 2024
Homeଓଡିଶାଡାଇବେଟିସ ଥିଲେ ବ୍ଲାକ ଫଙ୍ଗସ ଆଶଙ୍କା ବେଶି

ଡାଇବେଟିସ ଥିଲେ ବ୍ଲାକ ଫଙ୍ଗସ ଆଶଙ୍କା ବେଶି

ଭୁବନେଶ୍ୱର: କରୋନାରୁ ଆରୋଗ୍ୟ ବ୍ୟକ୍ତି ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହେବା ଘଟଣାରେ ରୋଗର କାରଣ ଓ ନିରାକରଣ ନେଇ ୨ ବିଖ୍ୟାତ ଡାକ୍ତର ପରାମର୍ଶ ଦେଇଛନ୍ତି । ଏମସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଓ ମେଦାନ୍ତ ଅଧ୍ୟକ୍ଷ ନରେଶ ତ୍ରେହାନ ଏ ନେଇ ସୂଚନା ଦେଇଛନ୍ତି । ଅନିୟନ୍ତ୍ରିତ ବ୍ଲଡ ସୁଗାର ଓ କୋଭିଡ ମ୍ୟୁକରମାଇକୋସିସ ବଢାଉଛି । କୋଭିଡ ଚିକିତ୍ସା ବେଳେ ଅତ୍ୟଧିକ ଷ୍ଟିରଏଡ ବ୍ଲଡ ସୁଗାର ବଢାଉଛି । ବ୍ଲଡ ସୁଗାର ଅତ୍ୟଧିକ ରହିଲେ ମ୍ୟୁକରମାଇକୋସିସ ହେବା ସମ୍ଭାବନା ବେଶି । ଏହାର ନିରାକରଣ ପାଇଁ ୩ ସୂତ୍ରୀ ମନ୍ତ୍ର ଦେଇଛନ୍ତି ଗୁଲେରିଆ ଓ ତ୍ରେହାନ । ୧- ବ୍ଲଡ ସୁଗାର ଲେବଲ ନିୟନ୍ତ୍ରଣରେ ରଖିବା ସବୁଠୁ ଜରୁରୀ । ୨-ଷ୍ଟିରଏଡ ନେଉଥିଲେ ନିୟମିତ ବ୍ଲଡ ସୁଗାର ପରୀକ୍ଷା କରିବା ଦରକାର । ୩-କେବେ ଷ୍ଟିରଏଡ ଦିଆଯିବ ଓ କେତେ ପରିମାଣର ନେବେ ଦେଖିବା ଜରୁରୀ । ବ୍ଲାକ ଫଙ୍ଗସର ପ୍ରାଥମିକ ଲକ୍ଷଣ ହେଲା, ନାକ ପୋଡିବା କିମ୍ବା ନାକ ଜାମ ହେବା । ପାଟି ଭିତରେ ଫଙ୍ଗସ ଦେଖାଯିବା, ଆଖିପତା ଫୁଲିବା ପ୍ରାଥମିକ ଲକ୍ଷଣ । ଏମିତି ଲକ୍ଷଣ ଦେଖିଲେ ତୁରନ୍ତ ଚିକିତ୍ସା ଆରମ୍ଭ କରାଯିବା ଉଚିତ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking