38.1 C
Bhubaneswar
Tuesday, April 23, 2024
Homeଅପରାଧସାନିଟାଇଜରରୁ ପ୍ରସ୍ତୁତ କରୁଥିଲେ ମଦ; ୬ ଗିରଫ

ସାନିଟାଇଜରରୁ ପ୍ରସ୍ତୁତ କରୁଥିଲେ ମଦ; ୬ ଗିରଫ

ତାମିଲନାଡୁ: ତାମିଲନାଡୁ ପୁଲିସ ଏମିତି କିଛି ଲୋକଙ୍କୁ ଗିରଫ କରିଛି ଯେଉଁମାନେ ସାନିଟାଇଜରରେ ମଦ ପ୍ରସ୍ତୁତ କରୁଥିଲେ । ଏହି ମାମଲା କୁଡ୍ଡାଲୋର ଜିଲ୍ଲାର, ଯେଉଁଠି ରାମନାଥନ କୁପ୍ପନ ନାମ ଜାଗାରେ ସାନିଟାଇଜରରୁ ମଦ ପ୍ରସ୍ତୁତ କରାଯାଉଥିଲା । ତାମିଲନାଡୁରେ ଏହି ସମୟରେ ଲକଡାଉନ ଲାଗିଛି, ଯେଉଁଥିପାଇଁ ସେଠାରେ ସରକାରୀ ମଦ ଦୋକାନ ବନ୍ଦ ରହିଛି । ୧୯ମେ ରେ ତାମିଲନାଡୁ ପୁଲିସକୁ ସୂଚନା ମିଳିଛି ଯେ, କିଛି ଲୋକଙ୍କ ଦ୍ୱାରା ସାନିଟାଇଜରରୁ ଅବୈଧ ଭାବରେ ମଦ ପ୍ରସ୍ତୁତ କରାଯାଉଥିଲା । ଏହାପରେ ପୁଲିସ ଠିକ ସମୟରେ ପହଂଚି ସାନିଟାଇଜରରୁ ମଦ ପ୍ରସ୍ତୁତ କରୁଥିବା ୬ ଜଣଙ୍କୁ ଗିରଫ କରିନେଇଛି । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ବି ନିଶ୍ଚିତ କରିଛନ୍ତି ଯେ, ମଦ ଯେଉଁଥିରୁ ପ୍ରସ୍ତୁତ କରାଯାଉଥିଲା , ତାହା ହେଉଛି ସାନିଟାଇଜର । ପୁଲିସ ସେଠାରୁ ୩୦୦ ଲିଟର ସାନିଟାଇଜର, ଖାଲି ବୋତଲ ଓ ଟାଟା ଗାଡି ବି ଜବତ କରିଛି । କହିରଖୁଛୁ ତାମିଲନାଡୁରେ ଗତ ୨୪ ଘଣ୍ଟାରେ କରୋନାଜନିତ ୩୪୮୭୫ ନୂଆ ମାମଲା ରୁଜୁ ହୋଇଛି । ମୋଟ ୩୬୫ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking