27.1 C
Bhubaneswar
Sunday, September 8, 2024
Homeଓଡିଶାଚାଷୀ ଓ ଚାଷକୁ ସବୁଠୁ ଅଧିକ ଅଗ୍ରାଧିକାର ଦେଇଛନ୍ତିମୋଦି ସରକାର: ମନମୋହନ ସାମଲ

ଚାଷୀ ଓ ଚାଷକୁ ସବୁଠୁ ଅଧିକ ଅଗ୍ରାଧିକାର ଦେଇଛନ୍ତିମୋଦି ସରକାର: ମନମୋହନ ସାମଲ

*କେନ୍ଦ୍ର କ୍ୟାବିନେଟର ବଳିଷ୍ଠ ପଦକ୍ଷେପ – ୟୁରିଆ ସବସିଡି ଯୋଜନା ଜାରୀ ରହିବ*

# ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାରେ ସହାୟକ ହେବ

# ୟୁରିଆ ସାରର ବାସ୍ତବ ମୂଲ୍ୟ ବସ୍ତା ପ୍ରତି ୨୨୦୦ ଟଙ୍କା ହୋଇଥିବାବେଳେ କେନ୍ଦ୍ର ସରକାର ସବସିଡି ପ୍ରଦାନ କରି ମାତ୍ର ୨୪୨ ଟଙ୍କାରେ ଏହା ଚାଷୀଙ୍କୁ ଉପଲବ୍ଧ କରାଉଛନ୍ତି

# ଆସନ୍ତା ୩ ବର୍ଷ ପାଇଁ ୟୁରିଆ ସାର ସବସିଡି ପ୍ରଦାନ ବାବଦରେ ୩.୭୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର

# ମୋଦିଜୀ ଶାସନ କ୍ଷମତାକୁ ଆସିବା ପରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୧୩୪୦ଟଙ୍କାରୁ ୨୧୮୩ଟଙ୍କାକୁ ବୃଦ୍ଧି ପାଇଛି

ଭୁବନେଶ୍ୱର, : ଗତ କାଲି କେନ୍ଦ୍ର କ୍ୟାବିନେଟର ନିଷ୍ପତି ଅନୁଯାୟୀ ଆସନ୍ତା ୩
ବର୍ଷ ପାଇଁ (୨୦୨୨-୨୩, ୨୦୨୩-୨୪, ୨୦୨୪-୨୫ ଆର୍ôଥକ ବର୍ଷ) ୟୁରିଆ ସାର ସବସିଡି ପ୍ରଦାନ ବାବଦରେ କେନ୍ଦ୍ର ସରକାର ୩.୭୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ । ସେହିପରି ଗୋବର୍ଦ୍ଧନ ଯୋଜନାରେ ଖର୍ଚ୍ଚ ହେବ ଆହୁରି ୧୪୫୧କୋଟି ଟଙ୍କା । ଏଥର ପୂର୍ବରୁ ମୃର୍ତିକାର ସଲଫର ଅଭାବ ଦୂର କରିବା ପାଇଁ ଚାଷୀଙ୍କୁ ଦିଆଯିବ ସଲଫର କୋଟେଡ ୟୁରିଆ (ୟୁରିଆ ଗୋଲ୍ଡ) । ନିମ୍ କୋଟେଡ ୟୁରିଆ, ନାନୋ ୟୁରିଆର ପ୍ରଚଳନ ଦ୍ୱାରା ଜମିର ଉର୍ବରତା ବୃଦ୍ଧି ପାଇବା ସହ କୃଷକର ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ । ୟୁରିଆ ସାରର ବାସ୍ତବ ମୂଲ୍ୟ ବସ୍ତା ପ୍ରତି ୨୨୦୦ ଟଙ୍କା ହୋଇଥିବାବେଳେ କେନ୍ଦ୍ର ସରକାର ସବସିଡି ପ୍ରଦାନ କରି ମାତ୍ର ୨୪୨ ଟଙ୍କାରେ ଏହା ଚାଷୀଙ୍କୁ ଉପଲବ୍ଧ କରାଉଛନ୍ତି । କେନ୍ଦ୍ର ସରକାର ୨୦୧୪-୧୫ ରେ ଉର୍ବରକ ସବସିଡି ପାଇଁ ୭୩,୦୬୭ କୋଟି ବହନ କରିଥିବାବେଳେ ୨୦୨୨-୨୩ରେ ୨,୫୪,୭୯୯ କୋଟି ଖର୍ଚ୍ଚ ଟଙ୍କା ବହନ କରିଛନ୍ତି । ଏହା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ଏବଂ ଐତିହାସିକ ପଦକ୍ଷେପ ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସମବାୟ ବିଭାଗ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।
ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ଏବଂ ୮୦ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଚାଷୀଙ୍କ ଅର୍ଥନୀତି ସୁଦୃଢ଼ ହେଲେ ଦେଶର ଅର୍ଥନୀତି ସୁଦୃଢ଼ ହେବ । ଏଥିଲାଗି କୃଷକଙ୍କ ଆୟକୁ ଦିଗୁଣିତ କରିବା ପାଇଁ ମୋଦି ସରକାର ବଦ୍ଧପରିକର । ମୋଦି ସରକାର ୨୦୧୪ରେ ଶାସନ କ୍ଷମତାକୁ ଆସିବା ପରେ କୃଷକଙ୍କ କଲ୍ୟାଣ ପାଇଁ ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ଯୋଜନାର କାର୍ଯ୍ୟାନ୍ୱୟନ କରିଚାଲିଛନ୍ତି । ଏହି ଯୋଜନା ଗୁଡିକ ହେଲା ଚାଷୀଙ୍କ ପାଇଁ ପିଏମ କିଷାନ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା, ସଏଲ ହେଲ୍‌ଥ କାର୍ଡ, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଇ-ନାମ (ନ୍ୟାସନାଲ ଏଗ୍ରିକଲଚର ମାର୍କେଟ), ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଅଭିଯାନ, ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା, ପରମ୍ପରାଗତ କୃଷି ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସଂପଦ ଯୋଜନା ଇତ୍ୟାଦି ଯୋଜନାମାନଙ୍କର କାର୍ଯ୍ୟାନ୍ୱୟନ କରିଛନ୍ତି । ମୋଦିଜୀ ଶାସନ କ୍ଷମତାକୁ ଆସିବା ପରେ ବିଭିନ୍ନ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୧୩୪୦ଟଙ୍କାରୁ ୨୧୮୩ଟଙ୍କାକୁ ବୃଦ୍ଧି ପାଇଛି । ଚାଷୀମାନଙ୍କର ଭାର ଲାଘବ କରିବା ପାଇଁ କେନ୍ଦ୍ର ସରକାର ଅନବରତ ଚେଷ୍ଟା ଜାରି ରଖିଥିବାରୁ ଶ୍ରୀ ସାମଲ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି ।
କେନ୍ଦ୍ର ସରକାରଙ୍କର ସମସ୍ତ ଯୋଜନା ରାଜ୍ୟ ସରକାରଙ୍କ ନିକଟରେ ଆସି ପଡିରହୁଛି, ଲାଭାର୍ôଥଙ୍କ ନିକଟରେ ଏହା ପହଁଚିପାରୁନାହିଁ । କୃଷି ଓ ସମବାୟ କ୍ଷେତ୍ରରେ ଓଡିଶାର ଚାଷୀଙ୍କ ବିକାଶ ପାଇଁ ଆସିଥିବା ଟଙ୍କାକୁ ରାଜ୍ୟ ସରକାର ସଠିକ୍ ବ୍ୟବହାର କରନ୍ତୁ ବୋଲି ଶ୍ରୀ ସାମଲ ପରାମର୍ଶ ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking