33.1 C
Bhubaneswar
Tuesday, March 11, 2025
Homeଦେଶ ବିଦେଶ୨୦ ରୁ ୩୦ ଟିଆର୍‌ଏସ୍‌ ବିଧାୟକଙ୍କୁ କିଣି ସରକାର ଭାଙ୍ଗିବାକୁ ଉଦ୍ୟମ କରୁଛି ବିଜେପି: କେସିଆର

୨୦ ରୁ ୩୦ ଟିଆର୍‌ଏସ୍‌ ବିଧାୟକଙ୍କୁ କିଣି ସରକାର ଭାଙ୍ଗିବାକୁ ଉଦ୍ୟମ କରୁଛି ବିଜେପି: କେସିଆର

ହାଇଦ୍ରାବାଦ: ତେଲେଙ୍ଗାନାରେ ୨୦ରୁ ୩୦ ଶାସକ ଦଳର ବିଧାୟକଙ୍କୁ କିଣିବା ସହ ସରକାର ଭାଙ୍ଗିବାକୁ ଉଦ୍ୟମ କରୁଛି ଭାରତୀୟ ଜନତା ପାର୍ଟି । ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଦଳ ସୁପ୍ରିମୋ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ରାଜ୍ୟରେ ଉପନିର୍ବାଚନ ଅନୁଷ୍ଠିତ ହେଉଥିବା ମୁନୁଗୁଡେରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ଅବସରରେ ବିଜେପି ଉପରେ ବର୍ଷିବା ସହ ଘୋଡା ବେପାରର ଅଭିଯୋଗ ଆଣିଛନ୍ତି କେସିଆର । ରାଲିକୁ ସମ୍ବୋଧିତ କରି କେ.ସି. ଆର କହିଥିଲେ, ତାଙ୍କ ଦଳର ବିଧାୟକଙ୍କୁ କିଣିବା ପାଇଁ ଦିଲ୍ଲୀରୁ ଦଲାଲଙ୍କୁ ପଠାଯାଉଛି । ଏଥିପାଇଁ ପ୍ରବଳ ଖର୍ଚ୍ଚ ମଧ୍ୟ କରାଯାଉଛି । ଜଣେ ଲେଖାଏଁ ବିଧାୟକଙ୍କୁ ଟିଆରଏସ ଛାଡି ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ପାଇଁ ୧୦୦ କୋଟି ଲେଖାଏଁ ଟଙ୍କା ମଧ୍ୟ ପ୍ରଲୋଭନ ଦିଆଯାଉଛି ।

କିନ୍ତୁ ତାଙ୍କ ଦଳର ବିଧାୟକମାନେ ପ୍ରକୃତ ମାଟିର ସନ୍ତାନ । ସେମାନେ ଟଙ୍କା ଦେଖି ପ୍ରଲୋଭିତ ହେବେ ନାହିଁ ବୋଲି ମଧ୍ୟ କେସିଆର ଦମ୍ଭୋକ୍ତି ଦେଖାଇଥିଲେ । ତେବେ ରାଜ୍ୟରେ ଶାସକ ଦଳର ୪ବିଧାୟକଙ୍କୁ କିଣିବା ପାଇଁ ପ୍ରୟାସ କରାଯାଉଥିବା ବେଳେ ଦଲାଲ ଧରା ପଡିବା ଘଟଣା ଏବେ ଚର୍ଚ୍ଚା ଓ ବିବାଦରେ ରହିଛି । ଏହି ମାମଲା ଏବେ ହାଇକୋର୍ଟରେ ମଧ୍ୟ ପହଞ୍ଚିଛି । ଏପରି ସମୟରେ କେ.ସି.ଆର ତାଙ୍କ ଦଳର ପ୍ରାୟ ୨୦ରୁ ୩୦ ବିଧାୟକଙ୍କୁ କିଣିବା ପାଇଁ ପ୍ରୟାସ କରାଯାଉଥିବା କହିଛନ୍ତି । ଏକକାଳୀନ ଏତେ ସଂଖ୍ୟକ ବିଧାୟକଙ୍କୁ ଅର୍ଥ ଦେଇ ପ୍ରଲୋଭିତ କରି ରାଜ୍ୟରେ ତାଙ୍କ ସରକାର ଭାଙ୍ଗିବାକୁ ବିଜେପି ମସୁଧା ରଖିଛି ବୋଲି କେସିଆର କହିଛନ୍ତି ।

ପୂର୍ବରୁ ମଧ୍ୟ ବିଜେପି ବିରୋଧରେ ସିଧା ବିଦ୍ରୋହ ଘୋଷଣା କରି ସାରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ । ସେ ଜାତୀୟ ରାଜନୀତିରେ ମଧ୍ୟ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ନିଜ ଦଳକୁ ଜାତୀୟ ଦଳର ପରିଣତ କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ କରି ସାରିଛନ୍ତି । ତାଙ୍କ ନେତୃତ୍ବାଧୀନ ଟିଆରଏସ ଏବେ ଭାରତ ରାଷ୍ଚ୍ର ସମିତି (ବିଆର୍‌ଏସ୍‌) ନାମରେ ଏକ ଜାତୀୟ ଦଳ ଭାବେ ଆତ୍ମପ୍ରକାଶ କରିବାକୁ ଯାଉଛି । ଏଥିପାଇଁ ଦଳର ସାଧାରଣ ପରିଷଦରେ ଏକ ସଂକଳ୍ପ ପାରିତ ହୋଇ ସାରିଥିବା ବେଳେ ଏହାର ଅନୁମୋଦନ ଭାରତୀୟ ନିର୍ବାଚନ କମିଶନ ନିକଟରେ ରହିଛି । ଗୋଟିଏ ପଟେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ଆଞ୍ଚଳିକ ଦଳମାନଙ୍କୁ ଏକାଠି କରିବାରେ ଲାଗିଛନ୍ତି କେ.ସି.ଆର । ଅନ୍ୟପଟେ ବିଜେପି ବିରୋଧରେ ତାଙ୍କ ସରକାର ଭାଙ୍ଗିବା ପାଇଁ ଷଡଯନ୍ତ୍ର କରୁଥିବା ସେ ଦାବି କରିଛନ୍ତି । ଏନେଇ ବିଜେପି ପକ୍ଷରୁ କିଛି ପ୍ରତିକ୍ରିୟା ମିଳି ପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking