30.1 C
Bhubaneswar
Tuesday, June 18, 2024
Homeଓଡିଶାରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ

ଭୁବନେଶ୍ୱର: ୨୦୨୪ ନିର୍ବାଚନର ତୃତୀୟ ପର୍ଯ୍ୟାୟ ସମାପ୍ତ ପରେ ବିିଭିନ୍ନ ସଂସ୍ଥାର ଆକଳନ ବିଜେପି ସପକ୍ଷରେ ଯାଉଥିବା ଜାଣିପାରି ଶାସକ ବିଜେଡି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ନିଜ ସପକ୍ଷରେ ଆଣିବା ପାଇଁ ସବୁ ପ୍ରକାର କଳ,ବଳ, କୌଶଳ ପ୍ରୟୋଗ କରୁଛି । ସେଥିରେ ସେ କଦାପି ସଫଳ ହେବ ନାହିଁ କାରଣ ଓଡ଼ିଶାର ଜନତା ମନସ୍ଥ କରିଛନ୍ତି ବିଜେପି ସରକାର ଗଠନ କରିବେ । ବିଜେଡି ୨୫ବର୍ଷ ଶାସନରେ କ’ଣ କରିଛି ତାହା ଉପରେ ବିଜେପି ପ୍ରଶ୍ନ କରିବା ପରେ ଶାସକ ଦଳ ବ୍ୟତିବ୍ୟସ୍ତ ହୋଇଛି । ଓଡ଼ିଶାର ଲୋକଙ୍କୁ ଉତର ଦେବା ପରିବର୍ତେ କିଛି ସରକାରୀ କର୍ମଚାରୀଙ୍କୁ ଲଗାଇ ଟଙ୍କା ବାଂଟିବା ଆରମ୍ଭ କରିଛି । ପୂର୍ବ ନିର୍ବାଚନ ଗୁଡିକରେ ଅଭ୍ୟାସଗତ ଭାବେ ଟଙ୍କା ବାଂଟି ଆସୁଥିବା ବିଜେଡି ଏଥର ପରାଜୟ ସୁନିଶ୍ଚିତ ଜାଣି ଅଧିକ ମାତ୍ରାରେ ଟଙ୍କା ବାଂଟୁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି ।

ଯାଜପୁର ଜିଲ୍ଲା କୋରେଇ ବ୍ଲକ କରଦା ପଂଚାୟତ ରାଣୀଗୋଡା ଗାଁର ସିଆରପି ବାସନ୍ତୀ ଓଝା ବିଜୁ ଜନତା ଦଳର କର୍ମୀ ଭଳି କାର୍ଯ୍ୟ କରୁଛନ୍ତି । ଶ୍ରୀମତୀ ଓଝା ଗାଁମାନଙ୍କ ବୈଠକ କରି ଲୋକଙ୍କୁ ଟଙ୍କା ବାଂଟି ବିଜେଡିକୁ ଭୋଟ ଦେବାକୁ ପ୍ରବର୍ତାଉଛନ୍ତି । ଏହାଦ୍ୱାରା ନିର୍ବାଚନ ଆଚରଣ ବିଧିର ଖୋଲା ଉଲଘଂନ ହେଉଥିଲେ ମଧ୍ୟ ଶ୍ରୀମତୀ ଓଝାଙ୍କ ବିରୋଧରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ସିଆରପି ପଦରୁ ବହିଷ୍କାର ଓ ଗିରଫ କରାଯାଉ ବୋଲି ବିଜେପି ପ୍ରତିନିଧିମଣ୍ଡଳୀ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ସେହିଭଳି ପୁରୀ ଜିଲ୍ଲା ଗୋପ ବ୍ଲକ ନିମାପଡା ବିଧାନସଭା ମଣ୍ଡଳୀର ସିଆରପି ଜୟନ୍ତୀ ସାହୁ, ଜିପିଏଲଏଫ ସଭାପତି ସବିତା ଖଣ୍ଡୁଆଲ, ସମ୍ପାଦିକ ସ୍ୱପ୍ନା ପାଣି, ସିଆରପି କାବେରୀ ମହାରଣା ଗାଁର ମହିଳା ଭୋଟରଙ୍କୁ ପ୍ରଲୋଭିତ କରି ବିଜେଡିକୁ ଭୋଟ ଦେବାକୁ ପ୍ରବର୍ତାଉଛନ୍ତି ।

ଏଥିସହ ମହିଳା ଭୋଟରଙ୍କୁ ଟଙ୍କାର ଲୋଭ ଦେଖାଇ ଶାସକ ଦଳକୁ ଭୋଟ ଦେବାକୁ କହୁଛନ୍ତି । ତାଙ୍କ ନିକଟରୁ ବିଜେପି ମହିଳା କର୍ମୀମାନେ ନଗତ ଅଢ଼େଇ ଲକ୍ଷ ଟଙ୍କା ଜବତ କରିଛନ୍ତି । ଯାହାର ଭିଡିଓ ସିଇଓ ହସ୍ତାନ୍ତର କରିଛି ବିଜେପି, ଯାହା ଆଇନ ବିରୋଧୀ । ସେମାନଙ୍କୁ ପଦବୀରୁ ଯଥାଶୀଘ୍ର ବହିଷ୍କାର କରାଯିବା ସହିତ ଆଇନ ଅନୁଯାୟୀ ଗିରଫ କରିବା ପାଇଁ ଦାବି କରିଛି । ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ବରିଷ୍ଠ ନେତ୍ରୀ ନିୟତି ଗିରି, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ସୁଚରିତା ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking