ଭୁବନେଶ୍ୱର: ରାଜ୍ୟରେ ଚାଷୀ ଏବଂ ମଣ୍ଡି ସମସ୍ୟାକୁ ନେଇ ହଠାତ ତାତି ଉଠିଛି ଭାରତୀୟ ଜନତା ପାର୍ଟି । ଏହି ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଛି ବିଜେପି । ଓଡିଶାରେ ମଣ୍ଡି ଖୋଲିବା ବିଳମ୍ବ ହେବା ନେଇ ଚାଷୀ ଏବେ ବାହାର ରାଜ୍ୟ ଆଡକୁ ମୁହାଁଉଛନ୍ତି ।
ଉପନିର୍ବାଚନ ପାଇଁ ପଦ୍ମପୁରରେ ୧୫ ଦିନ ପରେ ମଣ୍ଡି ଖୋଲିଲେ, ଯାହାକୁ ନେଇ ବିଜେପି ଏବେ ରାଜ୍ୟ ସରକାରଙ୍କ ଉପରେ ଟାର୍ଗେଟ କରିଛି । ସେପଟେ ଉପକୂଳରେ ଏପର୍ଯ୍ୟନ୍ତ ମଣ୍ଡି ଖୋଲାଯାଇନି, ତେଣୁ ଚାଷୀ ଦଲାଲମାନଙ୍କୁ ଧାନ ଦେଉଛନ୍ତି । ତଳୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପର୍ଯ୍ୟନ୍ତ ମିଲରମାନଙ୍କ ଲିଙ୍କ ରହିଥିବା କହିଛି ଭାରତୀୟ ଜନତା ପାର୍ଟି । ଡ୍ରୋନ ସର୍ଭେରେ ୩୫ ପ୍ରତିଶତ ଜମି ପଡିଥିବା ଜଣାପଡିଛି । ଏଥିପାଇଁ ଏମଏସପି ପାଇଁ ଅଭିଯୋଗ ପ୍ରକୋଷ୍ଠ ଖୋଲୁ, ୧୦୦ ଟଙ୍କା ବୋନସ ଦିଆଯାଉ ବୋଲି ବିଜେପି ଦାବି କରିଛି ।
ତେବେ ଆସନ୍ତା ୨୧ ତାରିଖରେ ରାଜ୍ୟର ୫୮ ଜଣ ଉପଜିଲ୍ଲାପାଳଙ୍କୁ ଭେଟି ବିଜେପି ସ୍ମାରକ ପତ୍ର ପ୍ରଦାନ କରିବ ବୋଲି ସୂଚନା ମିଳିଛି । ଏହାପରେ ୨୨ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ବିଜେପି ଆରମ୍ଭ କରିବ ମଣ୍ଡିଚାଲ ଅଭିଯାନ । ମଣ୍ଡିକୁ ଯାଇ ବିଭିନ୍ନ ପ୍ରଶ୍ନ ପଚାରିବ ବିଜେପିର ସ୍ୱତନ୍ତ୍ର ଟିମ୍ ।