19.1 C
Bhubaneswar
Monday, November 18, 2024
Homeଓଡିଶାରାଜ୍ୟରେ ବିଦ୍ୟୁତ ଦର ବଢିବା ପଛରେ ରହିଛି ରାଜ୍ୟ ସରକାରଙ୍କ ବଡ ଦୁର୍ନୀତି :ଲେଖାଶ୍ରୀ

ରାଜ୍ୟରେ ବିଦ୍ୟୁତ ଦର ବଢିବା ପଛରେ ରହିଛି ରାଜ୍ୟ ସରକାରଙ୍କ ବଡ ଦୁର୍ନୀତି :ଲେଖାଶ୍ରୀ

 କିକ୍ ବ୍ୟାକ ନେଇ ଘରୋଇ କମ୍ପାନୀଙ୍କୁ ଶାଗ ମାଛ ଦରରେ ସରକାରୀ ଜମି ଯୋଗାଇ ଚାଲିଛନ୍ତି ରାଜ୍ୟ ସରକାର
 ଘରୋଇ ବିଦ୍ୟୁତ ବେପାରୀଙ୍କ ପାଇଁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି ରାଜ୍ୟ ସରକାର
 ଯୋଗ୍ୟତା ନଥିବା ୫ଟି ସଂସ୍ଥାକୁ ରାଜ୍ୟ ସରକାର ଟ୍ରାନ୍ସଫରମର ବସାଇବାକୁ ଓ ସେଇ ସଂସ୍ଥାଗୁଡିକୁ ୨୭୫ କୋଟି
ଅହେତୁକ ଲାଭ ଦେଇଛନ୍ତି
 ରାଜ୍ୟରେ ଏଟି ଆଣ୍ଡ ସି କ୍ଷତି ବଢିି ୫୦ରୁ ୭୫ ପ୍ରତିଶତ ହେଲାଣି
 ଓଡିଶା ବିଦ୍ୟୁତ ଉତ୍ପାଦନ କରି ଦିଲ୍ଲୀକୁ ବିକ୍ରି କରୁଛି ଏବଂ ଦିଲ୍ଲୀ ସରକାର ଦିଲ୍ଲୀବାସୀଙ୍କୁ ମାଗଣାରେ ବିଦ୍ୟୁତ ସେବା
ଯୋଗାଉଛନ୍ତି
 ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ଲ୍ୟାଣ୍ଡ ବ୍ୟାଙ୍କ ସ୍କିମରେ ରାଜ୍ୟ ସରକାର ୧ ଲକ୍ଷ ଏକର ଜମିରୁ ମାତ୍ର ୬୦ ହଜାର ଏକର ଜମି
ଅଧିଗ୍ରହଣ କରିଛନ୍ତି
 ପାୱାର ପ୍ଲାଂଟ ବସାଇବା ପରେ ବି ଷ୍ଟେରଲାଇଟ ଏନର୍ଜି କମ୍ପାନୀକୁ ଇଡକୋ ୧୦୯୭ ଏକର ଜମି କାହିଁକି ଦେଇଛି ରାଜ୍ୟ
ସରକାର ସ୍ପଷ୍ଟ କରନ୍ତୁ
 ଟାଟା କଂପାନୀ ପାଇଁ ରାଜ୍ୟ ସରକାରଙ୍କ ଏତେ ଅନୁକମ୍ପା କାହିଁକି?
 ରାଜ୍ୟର ରାଜସ୍ୱ ରାଜ୍ୟ ସରକାରଙ୍କ ପାଖକୁ ନଆସି ଟାଟା କଂପାନୀକୁ ଯାଉଛି
 ବିଗତ ୬ ବର୍ଷ ଧରି ରାଜ୍ୟ ସରକାର ଜମି ଅଧିଗ୍ରହଣ କରିପାରୁନଥିବା ଯୋଗୁଁ ଅନୁଗୁଳରେ ଆଲୁମିନିୟମ ପାର୍କ ଆରମ୍ଭ
ହୋଇପାରୁନାହିଁ
 ପାରାଦୀପରେ ପେଟ୍ରୋକେମିକାଲ ହବ୍ ପାଇଁ ୮ ହଜାର କେର ଜମି ଆବଶ୍ୟକ କିନ୍ତୁ ରାଜ୍ୟ ସରକାର ମାତ୍ର ୧୧୦୦
ଏକର ଜମି ଏବେ ସୁଦ୍ଧା ଅଧିଗ୍ରହଣ କରିଛନ୍ତି
 ରାଜ୍ୟ ସରକାର ସରକାରୀ ପ୍ରୋଜେକ୍ଟ ପାଇଁ ଜମି ଅଧିଗ୍ରହଣ ନକରି ଘରୋଇ କଂପାନୀକୁ ଆବଶ୍ୟକତା ଠାରୁ ଅଧିକ
ଜମି ଯୋଗାଇ ଚାଲିଛନ୍ତି
ଭୁବନେଶ୍ୱର: ଦୀର୍ଘ ୨୧ ବର୍ଷ ଶାସନ କଲା ପରେ ବିଜେଡି ସରକାର ଆହୁରି ଦୁର୍ନୀତି ଖୋର ଓ
ଭଷ୍ଟ୍ରାଚାରୀ ହୋଇଚାଲିଛି । ଓଡିଶାର ପ୍ରାକୃତିକ ସଂପଦକୁ ଲୁଟ୍ କରି କିଛି ମୁଷ୍ଟିମେୟ ଅଧିକାରୀଙ୍କୁ ପୋଷିଛନ୍ତି ରାଜ୍ୟ ସରକାର । ଆଇନ
କାନୁନ, ନିୟମ, ସମ୍ବିଧାନକୁ ଜଳାଜଂଳୀ ଦେଇ ରାଜ୍ୟ ସରକାର ରାଜସ୍ୱ ହାନୀ କରାଇବା ଏବଂ ରାଜ୍ୟକୁ ପଛୁଆ କରିବା ଓ
ରାଜ୍ୟବାସୀଙ୍କୁ ଦାରିଦ୍ୟ ଆଡକୁ ଠେଲିଦେବା ଚକ୍ରାନ୍ତ ଚଲାଇଛନ୍ତି । ଲମ୍ବା ସମୟ ଧରି ବିଦ୍ୟୁତ କ୍ଷେତ୍ରରେ ଚାଲିଥିବା ଦୁର୍ନୀତି ବିରୁଦ୍ଧରେ
ବିଜେପି ସର୍ବଦା ପ୍ରତିବାଦ କରିଆସୁଛି । ସିଏଜି ରିପୋର୍ଟ ଅନୁସାରେ ଉଭୟ ବିଦ୍ୟୁତ କ୍ଷେତ୍ର ଏବଂ ଜମି ଦୁର୍ନୀତିରେ ରାଜ୍ୟ
ରାଜକୋଷରୁ ବ୍ୟାପକ ଅର୍ଥ କ୍ଷତି ହୋଇଛି ।
ରାଜ୍ୟ ସରକାରଙ୍କ ଭଷ୍ଟ୍ରାଚାର ଯୋଗୁଁ ବିଦ୍ୟୁତ ବ୍ୟବସ୍ଥା ସଂପୂର୍ଣ୍ଣ ବିପର‌୍ୟ୍ୟସ୍ତ ହୋଇ ପଡିଛି । ୨୦୧୩-୧୪ରେ ବିଦ୍ୟୁତ
ଉତ୍ପାଦନରେ ଏଟି ଆଣ୍ଡ ସି କ୍ଷତି ୩୭ ପ୍ରତିଶତ ଥିବା ଜଣାପଡିଥିଲା, ଯାହା କି ୨୨ ପ୍ରତିଶତରୁ ଅଧିକ ହେବା କଥା ନୁହେଁ ବୋଲି
ଓଇଆରସି ସମୀକ୍ଷା କରିଥିଲା । ଏହିକ୍ଷତି ଭରଣା କରିବା ପାଇଁ ଆଗାମୀ ୩ ବର୍ଷ ମଧ୍ୟରେ ୨୬୦୦ କୋଟି ଟଙ୍କାରେ ୫୦୦ ନୂଆ
ଟ୍ରାନ୍ସଫରମର ଲଗାଇବା ପାଇଁ ଯୋଜନା ହୋଇଥିଲା । ଏହା ମଧ୍ୟରେ ୮/୯ ବର୍ଷ ବିତିଗଲା ପରେ ବି ରାଜ୍ୟ ସରକାର ମାତ୍ର ୩୫
ପ୍ରତିଶତ କାର‌୍ୟ୍ୟ ସାରିଛନ୍ତି । ସେତେବେଳର ୨୬୦୦ କୋଟି ଟଙ୍କାର ପ୍ରୋଜେକ୍ଟ ମୂଲ୍ୟ ଏବେ ବୃଦ୍ଧି ହୋଇ ୩୮୪୩ କୋଟି ହେଲାଣି

ଘରୋଇ ବିଦ୍ୟୁତ ବେପାରୀଙ୍କ ପାଇଁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି ରାଜ୍ୟ ସରକାର । ଯୋଗ୍ୟତା ନଥିବା ୫ଟି ସଂସ୍ଥାକୁ
ରାଜ୍ୟ ସରକାର ଟ୍ରାନ୍ସଫରମର କିଣିବାକୁ ଅନୁମତି ଦେଇଥିଲେ । ୩୬ଟି ଟ୍ରାନ୍ସଫରମର ଲଗାଇବାର ଯୋଗ୍ୟତା ଥିବାବେଳେ ଗୁପ୍ତା
ପାୱାରକୁ ୯୫ ଟି ଟ୍ରାନ୍ସଫରମର ଲଗାଇବା ପାଇଁ ଅନୁମତି ଦିଆଗଲା । ସେହିପରି ଏଲଆଣ୍ଡଟିକୁ ୨୪ଟି ଟ୍ରାନ୍ସଫରମର ଦେବା
ବଦଳରେ ୧୨୩ଟି ଟ୍ରାନ୍ସଫରମର ଲଗାଇବା କାର‌୍ୟ୍ୟ ଦିଆଯାଇଥିଲା । ସମୁଦାୟ ୩୯୯ଟି ଟ୍ରାନ୍ସଫରମରରୁ ମାତ୍ର ୧୦୯ଟି
ଟ୍ରାନ୍ସଫରମର ବର୍ତମାନ ସୁଦ୍ଧା ଲଗାଯାଇଛି । ଏହା ଫଛରେ ରାଜ୍ୟ ସରକାରଙ୍କ ହାତ ରହିଛି । ଓପିଟିସିଏଲର ଟ୍ରାନ୍ସଫରମର ଲଗାଇବାର
ନିଜର କ୍ଷମତା ଥିବା ସତ୍ୱେ ଘରୋଇ କମ୍ପାନୀକୁ ଲାଭ ଦେବା ପାଇଁ ସୁଯୋଗ ଦିଆଯାଇଛି । ଟ୍ରାନ୍ସଫରମର କିଣାବିକାରେ ୧୭୫
କୋଟି କ୍ଷତି ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ନିର୍ଦ୍ଧାରିତ ସମୟରେ ଟ୍ରାନ୍ସଫରମର ବସାନଗଲେ ସଂପୂକ୍ତ
କଂପାନୀ ୧୦୦ କୋଟି ଟଙ୍କା ପେନାଲିଟି ଦେବା କଥା , କିନ୍ତୁ ସେ ଟଙ୍କାକୁ ରାଜ୍ୟ ସରକାର ଛାଡି ଦେଇଛନ୍ତି । ଅନେକ ସ୍ଥାନରେ
ସବଷ୍ଟେସନ ବସାଯାଇନାହିଁ । ଯେଉଁଠି ସବଷ୍ଟେସନ ବସିଛି ତାକୁ ଚାର୍ଜ କରିବା ପାଇଁ ୩ ରୁ ୪ ବର୍ଷ ସମୟ ଲାଗୁଛି । ରାଜ୍ୟରେ ଏଟି
ଆଣ୍ଡ ସି କ୍ଷତି ବଢି ୫୦ରୁ ୭୫ ପ୍ରତିଶତ ହେଲାଣି । ଓଡିଶା ବିଦ୍ୟୁତ ଉତ୍ପାଦନ କରି ଦିଲ୍ଲୀକୁ ବିକ୍ରି କରୁଛି ଏବଂ ଦିଲ୍ଲୀ ସରକାର
ଦିଲ୍ଲୀବାସୀଙ୍କୁ ମାଗଣାରେ ବିଦ୍ୟୁତ ସେବା ଯୋଗାଉଛନ୍ତି । ରାଜ୍ୟ ସରକାର ବିଦ୍ୟୁତ ଉତ୍ପାଦନ କରି ରାଜ୍ୟବାସୀଙ୍କୁ ଚଢା ଦରରେ ବିକ୍ରି
କରୁଛନ୍ତି । ରାଜ୍ୟର ବିଦ୍ୟୁତ କ୍ଷେତ୍ରକୁ ସୁଧାରିବା ପାଇଁ ରାଜ୍ୟ ସରକାରଙ୍କର କୌଣସି ଆଗ୍ରହ କିମ୍ବା ଉଦ୍ଦେଶ୍ୟ ନାହିଁ ବୋଲି ବିଜେପି
ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
୨୦୧୪ ରେ ରାଜ୍ୟସରକାର ୫୨ ହଜାର କୋଟି ଟଙ୍କାର ଜମି ଦୁର୍ନୀତି କରିଛନ୍ତି ବୋଲି ଓଡିଶାର ତତ୍କାଳୀନ ଏଜି ଅମର
ପଟ୍ଟନାୟକ କହିଥିଲେ । ରାଜ୍ୟ ସରକାରଙ୍କ ଜମି ଦୁର୍ନୀତି ବର୍ତମାନ ସୁଦ୍ଧା ଚାଲିଛି । ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଥିଲା କି, ଲ୍ୟାଣ୍ଡ ବ୍ୟାଙ୍କ
ସ୍କିମରେ ୧ ଲକ୍ଷ ଏକର ଜମି ଯୋଗାଡ କରିବେ ଏବଂ ଏଥିରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା କରାଯିବ । କିନ୍ତୁ ଏପର‌୍ୟ୍ୟନ୍ତ ସରକାର ମାତ୍ର ୬୦
ହଜାର ଏକର ଅଧିଗ୍ରହଣ କରିଛନ୍ତି । ସେଥିରୁ ୪ ହଜାର ଏକର ଜମି ସାଧାରଣ ଲୋକ ମାଡିବସିଛନ୍ତି । ରାଜ୍ୟ ସରକାର ଘରୋଇ ଶିଳ୍ପ
ଅନୁଷ୍ଠାନ ମାନଙ୍କୁ ଖୁଲମଖୁଲା ଜମି ଯୋଗାଇ ଦେଉଛନ୍ତି କିନ୍ତୁ ସରକାରୀ ଯୋଜନା ପାଇଁ ଆବଶ୍ୟକତା ଠାରୁ କମ୍ ଜମି ଦିଆଯାଉଛି ।
ରାଜ୍ୟ ସରକାର କିକ୍ ବ୍ୟାକ ନେଇ ଘରୋଇ କମ୍ପାନୀ ମାନଙ୍କୁ ଶାଗ ମାଛ ଦରରେ ସରକାରୀ ଜମି ଯୋଗାଇ ଚାଲିଛନ୍ତି ।
୨୦୧୫-୧୬ରେ ଜିଏମଆର ଏବଂ ଲ୍ୟାନକୋ କମ୍ପାନୀକୁ ଅହେତୁକ ଅନୁକଂପା ଦେଖାଇ ୨୦୦୭ ମସିହା ଦରରେ ଜମି
ବିକ୍ରି କରାଯାଇଛି । ଏହା ଫଳରେ ରାଜ୍ୟ ସରକାରଙ୍କର ୯.୧୩ କୋଟି କ୍ଷତି ହୋଇଛି । ପାୱାର ପ୍ଲାଂଟ ବସାଇବା ପରେ ବି
ଷ୍ଟେରଲାଇଟ ଏନର୍ଜି କମ୍ପାନୀକୁ ଇଡକୋ ୧୦୯୭ ଏକର ଜମି କାହିଁକି ଦେଇଛି ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ।
ଝାରସୁଗୁଡା ଜିଲ୍ଲାରେ ବେଦାନ୍ତ ଲିମିଟେଡ କୁ ୨୧୬୬ ଏକର ଜମି ଦିଆଯାଇଥିଲା । ବଳକା ଜମିରୁ ଏସଇଜେଡକୁ ୫୪୫
ଏକର ଜମି ଦିଆଗଲା । ଏହା ବ୍ୟତୀତ ରାଜ୍ୟ ସରକାର ଆହୁରି ୧୦୨୪ ଏକର ଜମି ବେଦାନ୍ତକୁ କାହିଁକି ଦେଇଛନ୍ତି ? ଘରୋଇ
ପୁଂଜିପତିଙ୍କ ପାଇଁ ରାଜ୍ୟ ସରକାର ଜମି ମାଫିଆ ସାଜିଛନ୍ତି । ୧୯୯୫ ମସିହାରେ ଗୋପାଲପୁରରେ ଟାଟା କମ୍ପାନୀକୁ ଷ୍ଟିଲ ପ୍ଲାଂଟ
କରିବା ପାଇଁ ୫୩୭.୮୨ ଏକର ଜମି ଦିଆଯାଇଥିଲା । କିନ୍ତୁ ସେଠାରେ ଷ୍ଟିଲ ପ୍ଲାଂଟ ହେଲା ନାହିଁ । ରାଜ୍ୟ ସରକାର ସେହି ଜମିକୁ
ନଫେରାଇ ୧୫ ବର୍ଷପରେ ପୁଣିଥରେ ଟାଟାକୁ ଏସଇଜେଡ ପାଇଁ ୧୯୯୫ ମସିହାର ପୂରୁଣା ଦରରେ ବିକ୍ରି କଲେ । ସେଥିରେ ରାଜ୍ୟ
ସରକାରଙ୍କ ୧୬ କୋଟି ଟଙ୍କା କ୍ଷତି ହେଲା । ଟାଟା କଂପାନୀ ପାଇଁ ରାଜ୍ୟ ସରକାରଙ୍କ ଏତେ ଅନୁକମ୍ପା କାହିଁକି? ରାଜ୍ୟ ସରକାରଙ୍କ
ପାଖକୁ ରାଜସ୍ୱ ନଆସି ଟାଟା କଂପାନୀକୁ ଯାଉଛି । ୧୯୯୯-୨୦୧୫ ମଧ୍ୟରେ ଇଡକୋ ଶିଳ୍ପାଂଚଳ କରିବା ପାଇଁ ୪ ଟି ଜାଗାରେ
୧୪୩୨ ଏକର ଜମି ମାଗିଥବାବେଳେ ମାତ୍ର ୩୨୪ ଏକର ଜମି ମିଳିଛି । ଗତ ୮ ବର୍ଷ ହେବ ରେମୁଣାରେ ୧ ହଜାର ଏକର ଜମି
ପଡିଆ ପଡିଛି । ଏହି ଜମିରେ ଲୋକ ଚାଷ କରିପାରୁନାହାଁନ୍ତି କି ସରକାର ଏହାକୁ ଅଧିକାର କରିପାରୁ ନାହାଁନ୍ତି । ନୂଆ ପଲିସିରେ
ଲୋକଙ୍କୁ କ୍ଷତିପୂରଣ ଦିଆଯାଇନାହିଁ । ବିଗତ ୬ ବର୍ଷ ଧରି ରାଜ୍ୟ ସରକାର ଜମି ଅଧିଗ୍ରହଣ କରିପାରୁନଥିବା ଯୋଗୁଁ ଅନୁଗୁଳରେ
ଆଲୁମିନିୟମ ପାର୍କ ଆରମ୍ଭ ହୋଇପାରୁନାହିଁ । ପାରାଦୀପରେ ପ୍ଲାଷ୍ଟିକ ପାର୍କ ମଧ୍ୟ ସମାନ କାରଣ ପାଇଁ ଆରମ୍ଭ ହୋଇପାରୁନାହିଁ ।
ପାରାଦୀପରେ ପେଟ୍ରୋକେମିକାଲ ହବ୍ ପାଇଁ ୮ ହଜାର ଏକର ଜମି ଆବଶ୍ୟକ କିନ୍ତୁ ରାଜ୍ୟ ସରକାର ମାତ୍ର ୧୧୦୦ ଏକର ଜମି
ଏବେ ସୁଦ୍ଧା ଅଧିଗ୍ରହଣ କରିଛନ୍ତି । ଇଲେକଟ୍ରୋନିକ ମ୍ୟାନୁଫ୍ୟାକଚରିଂ ପାର୍କ ପାଇଁ ୧୧୫ ଏକର ଜମି ଆବଶ୍ୟକଥିବାବେଳେ ରାଜ୍ୟ
ସରକାର ମାତ୍ର ୭ ଏକର ଜମି ଅଧିଗ୍ରହଣ କରିଛନ୍ତି । ରାଜ୍ୟ ସରକାର ସରକାରୀ ପ୍ରୋଜେକ୍ଟ ପାଇଁ ଜମି ଅଧିଗ୍ରହଣ ନକରି ଘରୋଇ
କଂପାନୀକୁ ଆବଶ୍ୟକତା ଠାରୁ ଅଧିକ ଜମି ଯୋଗାଇ ଚାଲିଛନ୍ତି ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ଏହି ସାମ୍ବାଦିକା ସମ୍ମଳନୀରେ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ ଏବଂ ସୁଦର୍ଶନ
ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking