26.1 C
Bhubaneswar
Tuesday, June 17, 2025
Homeଦେଶ ବିଦେଶତିନି ରାଜ୍ୟରେ ବିଜେପିର ଦମଦାର ପଦର୍ଶନ , ତେଲେଙ୍ଗାନାରେ କଂଗ୍ରେସ

ତିନି ରାଜ୍ୟରେ ବିଜେପିର ଦମଦାର ପଦର୍ଶନ , ତେଲେଙ୍ଗାନାରେ କଂଗ୍ରେସ

ବ୍ୟୁରୋ : ରାଜସ୍ଥାନର ଝୋଟୱାରା ଆସନରେ ବାଜିମାତ କରିଛନ୍ତି ବିଜେପିର ରାଜ୍ୟବର୍ଦ୍ଧନ ରାଠୋର। ତାଙ୍କୁ ଏହି ଆସନରେ କଂଗ୍ରେସର ୩୩ ବର୍ଷୀୟ ପ୍ରାର୍ଥୀ ଅଭିଷେକ ଚୌଧୁରୀ ଜୋରଦାର ଟକ୍କର ଦେଇଥିଲେ। କିନ୍ତୁ ଶେଷରେ ରାଜ୍ୟବର୍ଦ୍ଧନ ବିଜୟ ମୁକୁଟ ପିନ୍ଧିଛନ୍ତି। ସେ ଅଭିଷେକଙ୍କୁ ୩୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହରାଇଛନ୍ତି। ଆଜି ଭୋଟ ଗଣତି ଆରମ୍ଭ ପର ଠାରୁ ପ୍ରାୟ ୭ ରାଉଣ୍ଡ ଯାଏ ରାଜ୍ୟବର୍ଦ୍ଧନ ପଛରେ ରହିଥିଲେ। ଅଭିଷେକ ତାଙ୍କ ଠାରୁ ୧୦ ହଜାର ଭୋଟ ଆଗରେ ଥିଲେ। ଲାଗୁଥିଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଠୋରଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିବ। କିନ୍ତୁ ସମୟ ବଢ଼ିବା ସହ ରାଜ୍ୟବର୍ଦ୍ଧନଙ୍କ ଭୋଟ ଭାଗ ବଢ଼ିବାରେ ଲାଗିଥିଲା। ଶେଷରେ ସେ ଅଭିଷେକଙ୍କୁ ୩୦ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି।ରାଜ୍ୟବର୍ଦ୍ଧନ ମୋଟ ୧,୪୬,୪୪୦ ଖଣ୍ଡ ଭୋଟ ପାଇ ଏଠାରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଏହି ବିଜୟ ସହ ରାଜସ୍ଥାନରେ ମଧ୍ୟ ବିଜେପି ସରକାର ଗଠନ କରିବାକୁ ଯାଉଛି। ତେଣୁ ଦଳ କାହାକୁ ଏଠାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ମୁଖ୍ୟମନ୍ତ୍ରୀ ହେବା ଦୌଡ଼ରେ ଦିୟା କୁମାରୀ, ବସୁନ୍ଧରା ରାଜେ, ମହନ୍ତ ବାଲକନାଥ ଓ ରାଜ୍ୟବର୍ଦ୍ଧନ ରାଠୋର ପ୍ରମୁଖ ରହିଛନ୍ତି। ବାଜି ମାରିଲେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ରମଣ ସିଂହ। ଛତିଶଗଡ଼ର ରଜନନ୍ଦଗାଓଁ ବିଧାନସଭା ଆସନରୁ ସେ ବିଜୟୀ ହୋଇଛନ୍ତି। ସେ ଏହି ଆସନରେ କଂଗ୍ରେସ ନେତା ଗିରିଶ ଦେବାଙ୍ଗନାକୁ ହରାଇଛନ୍ତି। ୩୫ ହଜାରରୁ ବି ଅଧିକ ଭୋଟ ହାଲସ କରି ରଜନନ୍ଦଗାଓଁ ଆସନରେ ପଦ୍ମ ଫୁଟାଇଛନ୍ତି ରମଣ ସିଂହ। ସେହିପରି ବିଲାସପୁର, ରାଇପୁର ଓ ଜଗଦଳପୁରରେ ମଧ୍ୟ ବିଜେପି ଜିତିଛି।ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରମଣ ସିଂହ। ସେ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ରୂପେ କାମ କରିସାରିଛନ୍ତି। ସେ ୨୦୦୩ରୁ ୨୦୧୮ ଯାଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ।ଏହି ଭେଟେରାନ୍ ବିଜେପି ନେତା ୨୦୦୮ସିହାରୁ କ୍ରମାଗତ ଭାବରେ ରଜନନ୍ଦଗାଓଁ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି। ୨୦୧୮ ଛତିଶଗଡ ବିଧାନସଭା ନିର୍ବାଚନରେ ​​ରମଣ ସିଂହ କଂଗ୍ରେସ ପ୍ରାର୍ଥୀ କରୁଣା ଶୁକ୍ଲାଙ୍କୁ ୧୬,୯୩୩ ଭୋଟରେ ପରାସ୍ତ କରିଥିଲେ। ସେ ୨୦୦୮ ଏବଂ ୨୦୧୩ ରେ କଂଗ୍ରେସ ପ୍ରାର୍ଥୀ ଉଦୟ ମୁଦାଲିଆର ଏବଂ ପରେ ତାଙ୍କ ପତ୍ନୀ ଅଲ୍କା ଉଦୟ ମୁଦାଲିଆରଙ୍କୁ ପରାସ୍ତ କରି ନିର୍ବାଚନ ​​ଜିତିଥିଲେ।୧୯୯୯ରେ ରମଣ ସିଂହ ମଧ୍ୟ ରାଜନନ୍ଦଗାଓଁ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ ଏବଂ ପରେ ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୋତିଲାଲ ଭୋରାଙ୍କୁ ୨୬,୭୧୫ ଭୋଟରେ ପରାସ୍ତ କରିଥିଲେ।ତେଲେଙ୍ଗାନାରେ କଂଗ୍ରେସ 63ଟି ଆସନରେ ଆଗରେ ରହିଛି। ବିଆରଏସ୍ ତା’ପଛରେ ରହିଛି। ଦଳ 40ଟି ଆସନରେ ଆଗରେ ରହିଛି। ବିଜେପି ମାତ୍ର 8ଟି ଆସନରେ ଆଗରେ ରହିଛି। କିନ୍ତୁ କାମାରେଡ୍ଡୀ ଆସନରେ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ପ୍ରାୟ ସ୍ପଷ୍ଟ ହୋଇସାରିଛି ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ପୁଣି ଥରେ ବିପୁଳ ବିଜୟ ସହ ଶାସନ କ୍ଷମତାକୁ ଫେରୁଛି। ଭୋଟ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ବିପୁଳ ସଂଖ୍ୟାଗରିଷ୍ଠତା ଆଡ଼କୁ ଅଗ୍ରସର ହେଉଛି। ଅନ୍ୟପକ୍ଷରେ କଂଗ୍ରେସ ଦୁଇ ଅଙ୍କରେ ସୀମିତ ଥିବା ଜଣାପଡିଛି। ଏଭଳି ସ୍ଥିତିରେ ପ୍ରାୟ ଦୁଇ ଦଶନ୍ଧି ଧରି ମଧ୍ୟପ୍ରଦେଶରେ କ୍ଷମତାରେ ଥିବା ବିଜେପିର କଠିନ ପରିଶ୍ରମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ, ବିଜେପି ସପକ୍ଷରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଯାଉଥିବାବେଳେ ରାଜ୍ୟରେ ମୁଖ୍ୟ ଚର୍ଚ୍ଚା ହେଉଛି ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନୁହଁନ୍ତି; ବରଂ ‘କିଙ୍ଗମେକର’ ହେଉଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଯିଏକି ମଧ୍ୟପ୍ରଦେଶ ନିର୍ବାଚନରେ ଦଳ ପାଇଁ ସହ-ପ୍ରଭାରୀ ରହିଥିଲେ।ଗତ ଜୁଲାଇ ମାସରେ ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ବିଜେପି ଅଶ୍ୱିନୀ ବୈଷ୍ଣବଙ୍କୁ ଦଳର ସହ-ପ୍ରଭାରୀ ଭାବେ ନିଯୁକ୍ତ କରିଥିଲା। ବୈଷ୍ଣବ ଅତୀତରେ ଜଣେ ପ୍ରଶାସନିକ ଅଧିକାରୀ ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ମଧ୍ୟ ଥିଲେ। ଏଭଳି ପରିସ୍ଥିତିରେ ବିଜେପି ତାଙ୍କ ପ୍ରଶାସନିକ ଦକ୍ଷତା ବିଷୟରେ ଭଲ ଭାବେ ଅବଗତ ଥିଲା। ସେ ମଧ୍ୟପ୍ରଦେଶ ନିର୍ବାଚନ ପାଇଁ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଉତ୍ତମ ସମନ୍ଵୟ ସ୍ଥାପନ କରିବା ସହ ଦଳର ନିଷ୍ପତ୍ତିକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାକୁ ଯୋଜନା ସୁନିଶ୍ଚିତ କରିଥିଲେ। ଏହି ଆସନରୁ ପ୍ରାର୍ଥୀ ହୋଇଛନ୍ତି ଭାରତ ରାଷ୍ଟ୍ର ସମିତି (ବିଆରଏସ) ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ସେହିଭଳି କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ତେଲେଙ୍ଗାନା ପ୍ରଦେଶ କଂଗ୍ରେସର ସଭାପତି ରେବନ୍ଥ ରେଡ୍ଡୀ। ଏହି ଦୁଇ ହେଭିଓ୍ବେଟକୁ ସେହି ଆସନରେ ଟକ୍କର ଦେଉଛନ୍ତି ବିଜେପିର କଟିପାଲ୍ଲୀ ଭେଙ୍କଟ ରମଣ ରେଡ୍ଡୀ।
ଏହି ଆସନରେ ପ୍ରଥମେ ଆଗରେ ରହିଥିଲେ କଂଗ୍ରେସର ରେବନ୍ଥ ରେଡ୍ଡୀ। ତେବେ ସଦ୍ୟ ସୂଚନା ଅନୁଯାୟୀ ଏଠାରେ ଆଗରେ ରହିଛନ୍ତି ବିଜେପିର 53 ବର୍ଷୀୟ ଭେଙ୍କଟ ରମଣ ରେଡ୍ଡୀ। ସେ 53,261 ଖଣ୍ଡ ଭୋଟ ପାଇଥିବା ବେଳେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ 50,169 ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଅନ୍ୟପକ୍ଷରେ ରେବନ୍ଥ ରେଡ୍ଡୀ 48,082 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି। କାମାରେଡ୍ଡୀ ମୁଖ୍ୟମନ୍ତ୍ରୀ କେସିଆର ଜନ୍ମଭୂମି ହୋଇଥିଲେ ହେଁ, ସେଠାରେ ତାଙ୍କୁ କଡା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ିଛି। ଉଭୟ କେସିଆର ଓ ରେବନ୍ଥ ରେଡ୍ଡୀ ଦୁଇଟି ଲେଖାଏଁ ଆସନରେ ଲଢ଼ୁଛନ୍ତି। ସେମାନେ ଅନ୍ୟ ଦୁଇଟି ଆସନରେ ଆଗରେ ଚାଲିଛନ୍ତି। ବିଜେପି ପ୍ରାର୍ଥୀ କଟିପାଲ୍ଲୀ ଭେଙ୍କଟ ରମଣ ରେଡ୍ଡୀ ହେଉଛନ୍ତି ଜଣେ ବ୍ୟବସାୟୀ। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ 49 କୋଟି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking