22.1 C
Bhubaneswar
Sunday, November 17, 2024
Homeଓଡିଶା୫ରୁ ୧୨ ପର୍ଯ୍ୟନ୍ତ ରାଜ୍ୟର ଗାଁ ଠୁ ସହର ସମସ୍ତ ମନ୍ଦିରରେ ଦୀପ ଦାନ କରାଯିବ:ସ୍ମୃତି...

୫ରୁ ୧୨ ପର୍ଯ୍ୟନ୍ତ ରାଜ୍ୟର ଗାଁ ଠୁ ସହର ସମସ୍ତ ମନ୍ଦିରରେ ଦୀପ ଦାନ କରାଯିବ:ସ୍ମୃତି ପଟ୍ଟନାୟକ

 ଆଗାମୀ ୧୨ରୁ ୧୫ ପର୍ଯ୍ୟନ୍ତ ସବୁ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ କରାଯିବ
 ପରୀକୁ ନ୍ୟାୟ ନମିଳିଲା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ
ଭୁବନେଶ୍ୱର : ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ଭୁଷୁଡି ପଡିଛି । ବିଜେଡି ଶାସନରେ ୫ ରୁ ୭୫ ପର୍ଯ୍ୟନ୍ତ କେହି ବି
ସୁରକ୍ଷିତ ନାହାଁନ୍ତି । ନୟାଗଡର ୫ ବର୍ଷର ଝିଅ ପରୀକୁ ଅପହରଣ ଓ ହତ୍ୟା ଏବଂ ବିଗତ ୨ ଦିନ ତଳେ ବିଜେପି ନେତା କୁଳମଣି ବରାଳଙ୍କୁ
ବିଭତ୍ସ ଭାବେ ହତ୍ୟା କରିବା ଘଟଣା ବିଜେଡି ସରକାରର ଅସଲ ମୁଖା ଖୋଲିଛି । ବିଜେଡି ଏଠି ରକ୍ତମୁଖା ସାଜିଛି । ଅନ୍ୟପଟେ ପିଲା ଚୋରି
ଏବଂ ଅଙ୍ଗ ତସ୍କରୀ ଗ୍ୟାଙ୍ଗକୁ ବିଜେଡିର ନେତା ମାନେ ପୋତ୍ସାହନ ଦେଉଛନ୍ତି । ଏହା ଫଳରେ ରାଜ୍ୟରୁ ଗତ ୨ ବର୍ଷରେ ରାଜ୍ୟରୁ ୫୫୦୦
ଶିଶୁ ଏବଂ ବିଗତ ୫ ବର୍ଷରେ ୨୭ ହଜାର ଶିଶୁ ନିଖୋଜ ହୋଇଛନ୍ତି । ନୟାଗଡ ଜିଲ୍ଲା ଯଦୁପୁରର ୫ ବର୍ଷ ପରୀ ହତ୍ୟାକାଣ୍ଡରେ ସରକାରଙ୍କ
ଦ୍ୱାରା ଗଠିତ ଏସଆଇଟି ଟିମ୍ ଜଣେ ନାବାଳକକୁ ସାବାଳକ କରି ଗିରଫ କରିଛି । ଏହି ହତ୍ୟାକାଣ୍ଡରେ ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି
ଥିବାରୁ ଏସଆଇଟି ସରକାରଙ୍କ ନିର୍ଦ୍ଦେଶରେ ତଦନ୍ତ କରିଥିଲା । ବିଜେପି ପକ୍ଷରୁ ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ, ମନ୍ତ୍ରୀ ଅରୁଣ ସାହୁଙ୍କ
ବହିଷ୍କାର ଏବଂ ମୁଖ୍ୟ ଅଭିଯୁକ୍ତ ବାବୁଲି ନାୟକକୁ ଗିରଫ କରିବା ପାଇଁ ଦାବି କରିଥିଲେ ସୁଦ୍ଧା ରାଜ୍ୟସରକାର ନୀରବ ରହି ପରୀକୁ ନ୍ୟାୟ ଦେବା
ବଦଳରେ ବିଜେଡି ନେତାଙ୍କୁ ସୁରକ୍ଷା ଦେଲେ । ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ଲାଗି ଜାନୁଆରୀ ୫ରୁ ୧୨
ପର୍ଯ୍ୟନ୍ତ ରାଜ୍ୟର ଗାଁ ଠୁ ସହର ସମସ୍ତ ମନ୍ଦିରରେ ଦୀପ ଦାନ କରାଯିବା ସହ ସାଧାରଣ ଲୋକଙ୍କ ଘରେ ପହଂଚି ସରକାରଙ୍କ ଅପାରଗତା
ସଂପର୍କରେ ଅବଗତ କରାଯିବ । ଆଗାମୀ ୧୨ରୁ ୧୫ ପର୍ଯ୍ୟନ୍ତ ସବୁ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ କରାଯିବ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ
ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି ।
ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ସରକାରଙ୍କ କଥାକୁ କହିଛନ୍ତି । ପରୀ ସହ ଦୁଷ୍କର୍ମ ହୋଇଛି କି
ନାହିଁ ଜଣାପଡିବନି ବୋଲି ବିଧାନସଭା ଗୃହରେ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଫରେନସିକ ରିପୋର୍ଟ ଆଧାରରେ କହିଥିଲେ । କିନ୍ତୁ ଏସଆଇଟି
ମୁଖ୍ୟ ଆଉ ଏକ ନୂଆ ଫରେନସିକ ରିପୋର୍ଟ ତିଆରି କରି ପରୀ ସହ ଦୁଷ୍କର୍ମ ହୋଇଛି ବୋଲି କହିଲେ । ସେହିପରି ୧୫ ଦିନ ଭିତରେ ବ୍ରୋଥା
ବାବୁ ଏହି କେସକୁ ସମାଧାନ କରିଦେବେ ବୋଲି କହିଥିଲେ । ବିଗତ ୧ମାସ ୭ଦିନ ଭିତରେ ମାନ୍ୟବର ହାଇକୋର୍ଟ ମଧ୍ୟ ଦୁଇ ଦୁଇ ଥର
ବୋଥ୍ରା ବାବୁଙ୍କୁ ଭତ୍ସନା କରିବା ସହ ଏସଆଇଟି ଟିମକୁ ଭତ୍ସନା ମଧ୍ୟ କରିସାରିଲାଣି । ଗିରଫ ହୋଇଥିବା ସରୋଜ ସେଠୀ ଚିତ୍କାର କରି କହୁଛି
ଯେ ମୁଁ କୌଣସି ଭୁଲ କରିନାହିଁ ଏବଂ ଯେଉଁ ଫରେନ୍ସିକ୍ ରିପୋର୍ଟ ଆସି ପହଂଚିଲା ଯେଉଁଥିରେ ତିନୋଟି କଥା ଆସିଛି କମଳା, ନାଲି ଆଉ ଧଳା
ରଙ୍ଗର ଛିଟ ଥିବା ଫ୍ରକ୍‌ର ନମୁନା । ଗୋଟିଏ ତାର ଓ ଅଖାର ନମୁନା ରେ ଫରେନ୍ସିକ୍ ରିପୋର୍ଟ କହିଲା ଯେ ଏଥିରେ ସିମେନ୍ସ ନାହିଁ । ବୋଥ୍ରା
ବାବୁ କହିଲେ ଯେ ସରୋଜ ସେଠୀ ପରୀକୁ ମାରି ଦେଲା ପରେ ତା ସହ ଦୁଷ୍କର୍ମ କରିଛି । କିନ୍ତୁ ଫରେନ୍ସିକ ରିପୋର୍ଟ କହୁଛି ଯେ ଏହି କଥାରେ
ଏହାର କୌଣସି ସାମଞ୍ଜସ୍ୟ ନାହିଁ । ବ୍ରୋଥା ବାବୁ ପରୀ ହତ୍ୟା ସଂପର୍କରେ ଯେଉଁଠି ଜାଣିପାରିଲେ ସେଠି ପୋଲିସ ଓ ସନ୍ଧାନୀ କୁକୁର କେମିତି
ପରୀର ଶବକୁ ଚିହ୍ନଟ କରିପାରିଲା ନାହିଁ ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ମୃତା ପରୀର ଅଙ୍ଗପ୍ରତ୍ୟଙ୍ଗ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପର୍କୀୟଙ୍କ ଦେହରେ ଲାଗିଛି । ପରୀକୁ ନ୍ୟାୟ ନମିଳିଲା ପର୍ଯ୍ୟନ୍ତ ବିଜେପି ଲଢେଇ
ଜାରି ରଖିବ । ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ଲାଗି ପ୍ରତି ଗାଁରେ ଆନ୍ଦୋଳନ କରାଯିବ । ୫ରୁ ୧୨ ତାରିଖ
ଭିତରେ ବିଜେପି ପ୍ରତ୍ୟେକ ପଂଚାୟତରେ ଗ୍ରାମଦେବୀଙ୍କ ପାଖରେ ଦୀପ ଲଗାଇବ । ଏ ସରକାର ପିଲା ଚୋରି ସରକାର ବୋଲି ବିଜେପିର
କାର୍ଯ୍ୟକର୍ତା ପ୍ରତି ଘର ଘର ବୁଲି ଲୋକଙ୍କୁ ଅବଗତ କରାଇବେ । ଓଡିଶାର ସମସ୍ତ ପଂଚାୟତ, ମୁନିସପାଲଟି, ଏନଏସି ଏବଂ ୱାର୍ଡ ସବୁ ସ୍ଥାନରେ
ଶିଶୁ ନିଖୋଜ ଘଟଣାରେ ସରକାରଙ୍କ ଅପରାଗତା ସଂପର୍କରେ ବିଜେପି ଲୋକଙ୍କୁ କରାଇବା ସହ ଏକ ହସ୍ତାକ୍ଷର ଅଭିଯାନ ଆରମ୍ଭ କରିବ ବୋଲି
ଶ୍ରୀମତୀ ପଟ୍ଟନାୟକ କହିଛନ୍ତି । ଏହି ଅବସରରେ ରାଜ୍ୟ ମିଡିଆ ସଂଯୋଜକ ସୁଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking