35.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗଭୂକମ୍ପରେ ଥରିଲା ହିମାଚଳପ୍ରଦେଶ

ଭୂକମ୍ପରେ ଥରିଲା ହିମାଚଳପ୍ରଦେଶ

ନୂଆଦିଲ୍ଲୀ: ହିମାଚଳପ୍ରଦେଶର ଚମ୍ବା ଅଂଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜୀ ଅନୁସାରେ, ଦ୍ୱିପ୍ରହର ୧.୦୯ ମିନିଟ ସମୟରେ ଚମ୍ବା ଓ ତାହାର ଆଖାପାଖ ଅଂଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୨ ରହିଛି । ତେବେ ଭୂକମ୍ପ ପରେ କୌଣସି କ୍ଷୟକ୍ଷତି ସହିତ ମୃତାହତ ନେଇ ସୂଚନା ନାହିଁ । ଗତ ଡିସେମ୍ବର ମାସରେ ହିମାଚଳପ୍ରଦେଶରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ମଣ୍ଡି ରହିଥିଲା । ରିପୋର୍ଟ ଅନୁସାରେ, ହିମାଚଳପ୍ରଦେଶର ଚମ୍ବା ଜିଲ୍ଲାରେ ଅଧିଂକାଶ ସମୟରେ ଭୂକମ୍ପ ଆସିଥାଏ । ଏହାପେର କିନ୍ନୌର, ସିମଲା ଓ ମଣ୍ଡି ସମ୍ବେଦନଶୀଳ ଜୋନରେ ରହିଛି । ଗତବର୍ଷ ୧୭ ଡିସେମ୍ବରରେ ଦିଲ୍ଲୀ ଓ ଏନସିଆରର କିଛି ଅଂଚଳରେ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୨ ଥିଲା ଓ ଏହାର କେନ୍ଦ୍ରସ୍ଥଳ ଗୁରୁଗ୍ରାମରୁ ୪୮ କିମି ଦୂର ଦକ୍ଷିଣ-ପଶ୍ଚିମ ରେ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking