28.1 C
Bhubaneswar
Sunday, September 8, 2024
Homeଓଡିଶାଓଡିଶା ମାଁ ଓ ଭଉଣୀ ମାଗୁଛନ୍ତି – ସମ୍ମାନ ଓ ସ୍ୱାଭୀମାନ : ସ୍ମୃତି ପଟ୍ଟନାୟକ

ଓଡିଶା ମାଁ ଓ ଭଉଣୀ ମାଗୁଛନ୍ତି – ସମ୍ମାନ ଓ ସ୍ୱାଭୀମାନ : ସ୍ମୃତି ପଟ୍ଟନାୟକ

 ୨ ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କୁ ପଚରାଯାଇଥିବା ପ୍ରଶ୍ନର ଜବାବ୍ ବର୍ତମାନ ସୁଦ୍ଧା ମିଳିଲା ନାହିଁ
 ଦୀର୍ଘ ୨୧ ବର୍ଷର ଶାସନ କ୍ଷମତା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ରାଜ୍ୟର ମାଁ ଓ ଭଉଣୀଙ୍କୁ ସୁରକ୍ଷା ପ୍ରଦାନ
କରିବାରେ ବିଫଳ ହୋଇଛନ୍ତି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନିଜର ୨୧ ବର୍ଷ ଶାସନକାଳ ସମୟରେ କେତେ ମହିଳାଙ୍କ କୋଳ ଖାଲି
କରିଛନ୍ତି ?କେତେ ସଂଖ୍ୟାରେ ନାବାଳିକାଙ୍କ ବଳାତ୍କାର ଏବଂ ହତ୍ୟା ହୋଇଛି ? ଦାଦନ ଖଟିବାକୁ କେତେ ଲକ୍ଷ ଓଡିଆ ପୁଅ
ବାହାରକୁ ଯାଇଛନ୍ତି ଓ ଏହି କାରଣରୁ କେତେ ମାଁଙ୍କ ଆଖିରୁ ଲୁହ ଝରୁଛି ? ସ୍ୱୟଂ ସହାୟକ ଗୋଷ୍ଠୀ କେବଳ ଦଳୀୟ ଆଧାରରେ
ହୋଇଛି ନା ସାଧାରଣ ମହିଳାଙ୍କୁ ନେଇ ଗଠନ ହୋଇଛି ? ସ୍ୱୟଂ ସହାୟକ ଗୋଷ୍ଠୀ ଗଠନର ଲକ୍ଷ୍ୟ କେବଳ ଭୋଟ ବ୍ୟାଂକ
ନୁହେଁ କି ? ଏହି ଭଳି ୫ ଟି ପ୍ରଶ୍ନର ଉତର ରଖିବା ପାଇଁ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ଗତ ୬
ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ । ମାତ୍ର ଦୁର୍ଭାଗ୍ୟଜନକର ବିଷୟ ବର୍ତମାନ ସୁଦ୍ଧା କୈାଣସି ଜବାବ୍ ମିଳିଲା
ନାହିଁ । ଦୀର୍ଘ ୨୧ ବର୍ଷର ଶାସନ କ୍ଷମତା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ରାଜ୍ୟର ମାଁ ଓ ଭଉଣୀଙ୍କୁ ସୁରକ୍ଷା ପ୍ରଦାନ କରିବାରେ ବିଫଳ
ହୋଇଛନ୍ତି । ତଥାପି ଓଡିଶା ମାଁ ଓ ଭଉଣୀ ମାଗୁଛନ୍ତି „ ସମ୍ମାନ ଓ ସ୍ୱାଭୀମାନ । ଏଭଳି ନିର୍ଭିକାର ଭାବରେ ବସି ରହିଲେ ଆଗାମୀ
ଦିନରେ ନବୀନ ସରକାରକୁ ବଙ୍ଗୋପସାଗରରେ ଫୋପାଡି ଦେବାକୁ ପଛେଇବେ ନାହିଁ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।
ଅନ୍ୟ ପଟେ ମହାମାରୀ ସଂକଟ ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେମନ୍ଦ୍ର ମୋଦି ମହିଳାଙ୍କୁ ଗୁରୁତ୍ୱ ଦେଇ
ମାଗଣ ରୋଷେଇ ଗ୍ୟାସ ବଂଟନ କରିଥିଲେ । ଏପରିକି ଚଳିତ ଆର୍ଥିକ ବର୍ଷ ବଜେଟରେ ମାଗଣ ଗ୍ୟାସ ବଂଟନ ପାଇଁ ଅର୍ଥ
ବରାଦ କରିଛନ୍ତି । ୨୦୧୭ ମସିହାରୁ ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ମୋଦି ସରକାର “ପୋଷଣ ଯୋଜନା” ଆରମ୍ଭ
କରିଥିଲେ ସୁଦ୍ଧା ରାଜ୍ୟ ସରକାର ଏହାକୁ ଓଡିଶାରେ କାର୍ଯ୍ୟକାରୀ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ମହିଳା ବିରୋଧୀ ଅଭିମୁଖ୍ୟ
ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।
ବିଶ୍ୱ ମହିଳା ଦିବସ ଅବସରରେ ଆଜି ମହିଳା ମୋର୍ଚ୍ଚା ତରଫରୁ ଏକ ପଦଯାତ୍ରା ରାଜ୍ୟ କାର୍ଯ୍ୟାଳୟରୁ ବାହାରି ଲୋୟର
ପିଏମଜି ପର୍ଯ୍ୟନ୍ତ ଯାଇଥିଲା ସେଠାରେ ଅନୁଷ୍ଠିତ ସଭାରେ ବିଜେପି ନେତ୍ରୀବୃନ୍ଦ ରାଜ୍ୟସରକାରଙ୍କ ମହିଳାବିରୋଧୀ ନୀତିକୁ ଦୃଢ
ବିରୋଧ କରିବା ସହ ମହିଳା ସଶକ୍ତୀକରଣ ପାଇଁ ମୋଦୀ ସରକାର ପଠାଉଥିବା ଅର୍ଥକୁ ଶାସକ ବିଜେଡି ଦଳ ନିଜ ଦଳୀୟ
ଅଭିବୃଦ୍ଧି ପାଇଁ ବ୍ୟବହାର କରୁଥିବାରୁ ଘୋର ନିନ୍ଦା କରିଥିଲେ ।
ବିଶ୍ୱ ମହିଳା ଦିବସ ଅବସରରେ ପାର୍ଟୀର ବରିଷ୍ଠ କାର୍ଯ୍ୟକର୍ତାଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ରାଜ୍ୟ
ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ମହିଳା ମୋର୍ଚ୍ଚା ରାଜ୍ୟ
ଉପସଭାନେତ୍ରୀ କାନନବାଲା ପଟ୍ଟନାୟକ, ନିୟତି ଗିରି, ଅନୁ ଚୈାଧୁରୀ, କସ୍ତୁରୀ ମିଶ୍ର, ରାଜ୍ୟ ସଂପାଦିକା ରଶ୍ମୀରେଖା ଦାଶ,
ଇତିଶ୍ରୀ ଜେନା, ସୁଭାଷିନୀ ବଳ, ସୁବାଷିନୀ ପଷ୍ଟି ୃ, ତୃପ୍ତି ମକଦ୍ଦମ, ଉନ୍ନତି ପରିଡା, ପ୍ରବୀଣା ଭଞ୍ଜ, ପ୍ରବୀଣା ମହାପାତ୍ରଙ୍କ ସମେତ
ବହୁ ନେତୃବୃନ୍ଦା ଏବଂ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking