30.1 C
Bhubaneswar
Tuesday, June 3, 2025
Homeଓଡିଶାବିଧାନସଭାରେ ଡାଲି ଫିଙ୍ଗିଲେ ବିଧାୟକ; ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ମୋହନ ଓ ମୁକେଶ ନିଲମ୍ବିତ

ବିଧାନସଭାରେ ଡାଲି ଫିଙ୍ଗିଲେ ବିଧାୟକ; ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ମୋହନ ଓ ମୁକେଶ ନିଲମ୍ବିତ

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନରେ ଗୁରୁବାର ସନ୍ଧ୍ୟାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୃହ କାର୍ଯ୍ୟ ଜାରି ଥିବା ବେଳେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ପୋଡ଼ିୟମକୁ ବିଜେପିର ବିଧାୟକମାନେ ହୋହାଲ୍ଲା କରିବା ସହିତ ଡାଲି ଫିଙ୍ଗିଛନ୍ତି। ଏହି ଘଟଣା ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ବିଧାୟକ ମୋନହ ଚରଣ ମାଝୀ ଓ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ନିଲମ୍ବିତ ହୋଇଛନ୍ତି। ଏଥି ସହିତ ବାଚସ୍ପତି ଗୃହକୁ ଆସନ୍ତା ୩୦ ତାରିଖ (ଶନିବାର) ଯାଏଁ ମୁଲତବୀ ରଖିଛନ୍ତି। ସୂଚନା ଅନୁସାରେ ଗୃହ କାର୍ଯ୍ୟ ଚାଲିଥିବା ବେଳେ ବିଜେପି ବିଧାୟକମାନେ ପ୍ରଥମେ ହୋହାଲ୍ଲା କରିଥିଲେ। ଏହା ପରେ ପଲିଥିନରେ ଆଣି ଥିବା ଡାଲି ଦେଖାଇଥିଲେ। ଶେଷରେ ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗିଥିଲେ। ଏହି ଘଟଣା‌ ପରେ ବିଧାୟକ ମୋନହ ଚରଣ ମାଝୀ ଓ ମୁକେଶ ମହାଲିଙ୍ଗ ଚଳିତ ବିଧାନସଭା ଶେଷ ହେବା ପର୍ଯ୍ୟନ୍ତ ନିଲମ୍ବିତ ହୋଇଛନ୍ତି।

ଅପରପକ୍ଷେ ବିଧାୟକ ଶ୍ରୀ ମାଝୀ କହିଛନ୍ତି, ବିନା ଦୋଷରେ ନିଲମ୍ବନ କରାଯାଇଛି। ମୁଁ ଡାଲି ଫୋପାଡ଼ିନି କି ଉପହାର ମଧ୍ୟ ଦେଇନାହିଁ। ସେ ଡାଲି ଭଲପାଉଥିବାରୁ ଆମ ବିଧାୟକମାନେ ଉପହାର ଦେବାକୁ ଆଣିଥିଲେ। ଏ ନିଷ୍ପତ୍ତି ନିନ୍ଦନୀୟ, ଏହାର ଘୋର ପ୍ରତିବାଦ କରିବୁ। ସେହିପରି ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ, ଡାଲି ଏକ ପ୍ରତୀକ। ବିରୋଧୀ ଦଳ ନେତାଙ୍କୁ ମନ୍ତବ୍ୟ ଦେବାକୁ ସୁଯୋଗ ଦିଆଯାଉନାହିଁ। ତେଣୁ ଆମେ ଏହାର ପ୍ରତିବାଦ କରିଥିଲୁ। ସେ ଡାଲି ଭଲ ପାଉଥିବାରୁ ତାଙ୍କୁ ଡାଲି ଉପହାର ଦେଉଥିଲୁ। ବାଚସ୍ପତି ନିର୍ଦଳୀୟ ନିଷ୍ପତ୍ତି ନେବା କଥା। ‌କିନ୍ତୁ ସେ କରୁ ନାହାନ୍ତି। ସେ ନିରପେକ୍ଷ ହେଉନଥିବାରୁ ପ୍ରତିବାଦରେ ଡାଲି ଉପହାର ଦେଉଥିଲୁ। ତାଙ୍କ ପ୍ରତି ଆମର ଅସମ୍ମାନ ନାହିଁ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ, ବାଚସ୍ପତି ନିଜର କର୍ତ୍ତବ୍ୟ ପ୍ରତି ଭୁଲି ଯାଉଛନ୍ତି। ସେ ଦଳୀୟ କର୍ମୀ ଭଳି କାମ କରୁଛନ୍ତି। ବିରୋଧୀ ଦଳର ବିଧାୟକମାନଙ୍କୁ କିଛି କହିବାକୁ ଦିଆଯାଉ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking