29.1 C
Bhubaneswar
Wednesday, May 22, 2024
Homeରାଜନୀତିକେଜ୍ରିୱାଲ ଓ ରାହୁଲଙ୍କୁ ଏମିତି କହିଲେ ବିଜେପି ବିଧାୟକ ରାମେଶ୍ୱର ଶର୍ମା

କେଜ୍ରିୱାଲ ଓ ରାହୁଲଙ୍କୁ ଏମିତି କହିଲେ ବିଜେପି ବିଧାୟକ ରାମେଶ୍ୱର ଶର୍ମା

ମୁମ୍ବାଇ : ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ ଜୋରସୋରରେ ଆରମ୍ଭ ‌ହୋଇଛି ପ୍ରଚାର କାର୍ଯ୍ୟକ୍ରମ। ଗତକାଲି ରାଜଗଡ଼ରେ ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରିବାକୁ ଆସିଥିବା ହୁଜୁର ବିଧାୟକ ରମେଶ୍ୱର ଶର୍ମା ବିରୋଧୀ ଦଳଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଥିଲା। ରାମେଶ୍ୱର ଶର୍ମା କହିଥିଲେ ଯେ, ଏବେ ଇତିହାସ ବଦଳିଛି। ଧାରା ୩୭୦ ହଟିବା ସହ ରାମ ମନ୍ଦିର ନିର୍ମାଣ ହୋଇଛି। ୨ଥର କ୍ଷମତାକୁ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଅସମ୍ଭବ କାମ କରିଛନ୍ତି। ତେଣୁ ତାଙ୍କୁ ତୃତୀୟ ଥର ସୁଯୋଗ ଦିଆଯିବା ଜରୁରୀ। ବେଇମାନ ଲୋକ ଏବଂ ଡକାୟତମାନଙ୍କୁ ଉଚିତ୍ ଶିକ୍ଷା ଦିଆଯିବା ଆବଶ୍ୟକ। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାକୁ ଆଣନ୍ତୁ। ମୁଁ ଗ୍ୟାରେଣ୍ଟି ଦେଉଛି ଯେ ଲାହୋରରେ ବସିଥିବା ମୌଲବୀ ମଧ୍ୟ ବନ୍ଦେ ମାତାରାମ କହିବେ। ଏଭଳି କହିବା ସହ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପାଗଳ, ରାହୁଲ ଗାନ୍ଧୀଙ୍କୁ ବୁଢ଼ା ଓ ଦିଗବିଜୟ ସିଂହଙ୍କୁ ଇସଲାମାବାଦ ପଠାଇବା ବିଷୟରେ କହିଥିଲେ। ସେ କହିଥିଲେ ଯେ, “ଜଣେ ଦିଲ୍ଲୀର ପାଗଳ, ଅନ୍ୟ ଜଣେ ୫୫ବର୍ଷିୟ ରାହୁଲ ଗାନ୍ଧୀ ଓ ଜଣେ ଦିଗବିଜୟ ସିଂହ। ଏମାନେ ସର୍ଜିକାଲ ଷ୍ଟ୍ରାଇକ୍ ବିଷୟରେ ପ୍ରଶ୍ନ ପଚାରିଥିଲେ। କେତେ ଲୋକ ମରିଛନ୍ତି ତାହାର ପ୍ରମାଣ ମାଗିଥିଲେ। ଏଥର ଆମେ ୪୦୦ ଆସନ ଜିତି ସେମାନଙ୍କୁ ପ୍ରମାଣ ଦେବୁ। ଯେତେବେଳେ ଆମେ ପରବର୍ତ୍ତୀ ସର୍ଜିକାଲ୍ ଷ୍ଟ୍ରାଇକ୍ କରିବୁ, ସେତେବେଳେ ଏମାନଙ୍କ ହାତରେ କ୍ୟାମେରା ଦେଇ ବିମାନ ସହ ବାନ୍ଧି ପାକିସ୍ତାନ ପଠାଇ ଦେବୁ। ସେଠାକୁ ଯାଇ ଏମାନେ ପ୍ରମାଣ ଖୋଜିବେ।” ସେ ଆହୁରି ମଧ୍ୟ କହିଥି‌ଲେ ଯେ, “ମୁଁ ଶପଥ ନେଇ କହୁଛି, ଯେତେବେଳେ ମୋଦୀଜୀ ୪୦୦ଟି ଆସନ ଜିତି ଲୋକସଭାରେ ବସିବେ, ସେତେବେଳେ ଲାହୋରରେ ମଧ୍ୟ ତ୍ରିରଙ୍ଗା ଉଡ଼ିବ। ”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking