30.1 C
Bhubaneswar
Monday, May 20, 2024
Homeଓଡିଶାବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା

ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା

ସମ୍ବଲପୁର : ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ସାରା ଜିଲ୍ଲାରେ ଦେଖିବାକୁ ମିଳିଛି। ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରିବାକୁ ନିଷ୍ପତ୍ତି ନେଇଛି ବିଜେପି। ମମିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଦାବି ହୋଇଛି। ଆଜି ସକାଳୁ ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ପିକେଟିଂ କରୁଥିବାର ଦେଖିବାକୁ ମିଳିଛି।

ଜିଲ୍ଲାରେ କାଁଭାଁ ବସ୍ ଚଳାଚଳ କରୁଥିବା ବେଳେ ଦୋକାନବଜାର ବନ୍ଦ ରହିଥିବା ଜଣାଯାଇଛି। ସାଧାରଣଜନଜୀବନ ବ୍ୟାହତ ହୋଇଥିବାର ପରିଲକ୍ଷିତ ହୋଇଛି। ତେବେ ଏହି ବନ୍ଦରୁ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଛି। ଏହି ବନ୍ଦକୁ ଲୋକେ ସ୍ବତଃସ୍ଫୁର୍ତ୍ତ ସମର୍ଥନ ଦେଉଥିବା ବିଜେପି କର୍ମୀମାନେ କହିଛନ୍ତି।ମୁଖ୍ୟମନ୍ତ୍ରୀ ଯଦି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ନ କରନ୍ତି, ତେବେ ପ୍ରତିବାଦକୁ ଆହୁରି ତୀବ୍ରତର କରାଯିବ ବୋଲି ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking