ଭୂବନେଶ୍ୱର, : ସାରା ରାଜ୍ୟରେ କରୋନା ବର୍ତମାନ ଏକ ଭୟଙ୍କର ରୂପ ନେଇସାରିଲାଣି । ଓଡିଶାରେ ଆଜି
ସୁଦ୍ଧା ସର୍ବମୋଟ ୧୩ ହଜାର କରୋନା ପଜିଟିଭି ବାହାରିଲାଣି, ଯେଉଁଥିରୁ ଗଂଜାମ ଜିଲ୍ଲାରୁ କେବଳ ୪ ହଜାରରୁ ଉର୍ଦ୍ଧ । ବର୍ତମାନ
ରାଜ୍ୟରେ ଆକ୍ଟିଭ ଥିବା ୪୮୯୬ କେସରୁ ଗଂଜାମରେ କେବଳ ହେଉଛି ୧୯୧୭ । ଏଥିରୁ ଅନୁମାନ କରାଯାଇପାରେ ଯେ, ଗଂଜାମରେ
କରୋନାର ସ୍ଥିତି କେତେ ଭୟଙ୍କର ଅଛି । ଗଂଜାମ ହେଉଛି ମୁଖ୍ୟମନ୍ତ୍ରୀଙ୍କର ନିଜଜିଲ୍ଲା । ଯଦି ସେଠାରେ କରୋନା ମୁକାବିଲାରେ
ରାଜ୍ୟସରକାର ବିଫଳ ତାହେଲେ ଓଡିଶାର ଅନ୍ୟ ଅଂଚଳରେ ସ୍ଥିତି କଣ ହୋଇଥିବ ? କରୋନା ମୁକାବିଲାକୁ ନେଇ ରାଜ୍ୟସରକାର ନାନା
ପ୍ରକାର ଭାଷଣବାଜି କରୁଥିବାବେଳେ ବାସ୍ତବ ସ୍ଥିତି କିନ୍ତୁ ଗ୍ରାଉଣ୍ଡରେ ସମ୍ପୁର୍ଣ୍ଣ ଓଲଟା । କରୋନା ମୁକାବିଲାରେ ରାଜ୍ୟସରକାର, ଜିଲ୍ଲା
ପ୍ରଶାସନ ସମ୍ପୁର୍ଣ୍ଣ ବିଫଳ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନଷ୍ଠୁ ିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମରେ ପ୍ରକାଶ
ପାଇଥିବା କିଛି ଭିଡିଓ ପ୍ରଦର୍ଶନ ମାଧ୍ୟମରେ ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ; ବିଭିନ୍ନ ସରକାରୀ କ୍ୱାରେଂଟାଇନ ସେଂଟର, ଆଇସୋଲେସନ
ସେଂଟର ମାନଙ୍କରେ ପିଇବା ପାଣିର ବ୍ୟବସ୍ଥା ନାହିଁ, ନିମ୍ନମାନର ଖାଇବା ମିଳୁଛି ଏବଂ ଆକ୍ରାନ୍ତକାରୀମାନେ ଅସ୍ୱାସ୍ଥ୍ୟକର ପରିବେଶରେ
ରହୁଛନ୍ତି । ପ୍ରଥମ ଦିନରୁ ଏ ଅବ୍ୟବସ୍ଥା ଚାଲିଆସିଛି । ଯେତେବେଳେ ପ୍ରବାସୀମାନେ ରାଜ୍ୟକୁ ଫେରିଲେ ସେତେବେଳେ ବିନା ସୁବିଧା ଓ
ବିନା ବ୍ୟବସ୍ଥାରେ ବିଭିନ୍ନ କ୍ୱାରଟାଂଇନ ସେଂଟରରେ ରଖାଗଲା । ଯାହା ଫଳରେ କିଛି ଲୁଚିକି ଘରକୁ ପଳାଇଲେ ଓ ଆହୁରି ଅନେକ ସମସ୍ୟା
ତିଆରି ହେଲା । କ୍ୱାରଂଟାଇନ ଅବଧିକୁ ବାରମ୍ବାର ବଦଳାଯିବା, ବିନା ଟେଷ୍ଟିଙ୍ଗରେ ଲୋକମାନଙ୍କୁ ଘରକୁ ପଠାଇ ଦିଆଯିବା ଆଦି କାରଣ
ପାଇଁ ଗଂଜାମରେ ଆଜି ଏହି ଅବ୍ୟବସ୍ଥା ସୃଷ୍ଟି ହୋଇଛି ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି ।
କୋଭିଡ କେଆର ହୋମରେ ମୃତ୍ୟୁ ସଂଖ୍ୟା ମଧ୍ୟ ସାମ୍ନାକୁ ଆସୁଛି । ଏଥିପାଇଁ ସରକାରଙ୍କ ଭୁଲ ନିଷ୍ପତି ହିଁ ଦାୟୀ । ଜିଲ୍ଲାରେ
କୋରନାରୋଗିଙ୍କ ପାଇଁ ଆଉ ଆସିୟ ୁଏବଂ ଭେଂଟିଲେଟର ନାହିଁ । ଯେଉଁ ୩୦ଟି ବେଡ ତାହା ଆବଶ୍ୟକତାକୁ ପୁରଣ କରିପାରୁନାହିଁ ।
ତେଣୁ ରାଜ୍ୟ ସରକାର ତୁରନ୍ତ ଜିଲ୍ଲାର ୩ଟି ସବଡିଭିଜନ (ଛତ୍ରପୁର, ବ୍ରହ୍ମପୁର, ଭଂଜନଗର)ରେ ୧୦୦୦ଟି ବେଡର ୩ଟି ପୂର୍ଣ୍ଣାଙ୍ଗ
କୋଭିଡ ହସ୍ପିଟାଲ ସ୍ଥାପନା କରିବାକୁ ଶ୍ରୀ ବକ୍ସିପାତ୍ର ଦାବୀ କରିଛନ୍ତି ।
ପ୍ରତିଦିନ ଗଂଜାମ ଜିଲ୍ଲାରେ ୫୦୦୦ ସ୍ୱାବ ଟେଷ୍ଟ କରାଯାଉ । ଯାହାର ସ୍ୱାବ ସଂଗ୍ରହ କରାଯାଉଛି ତାକୁ ତାହାର ସମ୍ପୁର୍ଣ୍ଣ ବିବରଣି
ଦିଆଯାଉ । ଟେଷ୍ଟିଙ୍ଗକୁ କେବଳ ବ୍ରହ୍ମପୁରରେ ସୀମିତ ନକରି ଜିଲ୍ଲାର ଅନ୍ୟ ଭାଗରେ ବି କରାଯାଉ । ସରକାର କହିଥିଲେ ରାଜ୍ୟରେ
ସେରେଲୋଜିକାଲ ଟେଷ୍ଟିଙ୍ଗ କରିବା ପାଇଁ । ତାହା ଗଂଜାମ ଜିଲ୍ଲାରୁ ଆରମ୍ଭ ହେବ ବୋଲି ସରକାର ଘୋଷଣା କରିଥିଲେ । ହେଲେ
ତାହାଏବେ ସୁଦ୍ଧା ହେଲା ନାହିଁ । ପ୍ରାଇଭେଟ ଟେଷ୍ଟିଙ୍ଗକୁ ସରକାର ଅନୁମତି ଦେବାକୁ ଶ୍ରୀ ବକ୍ସିପାତ୍ର ଦାବୀ କରିଛନ୍ତି ।
ବର୍ତମାନ ଗଂଜାମ ସମେତ ରାଜ୍ୟର ଅନ୍ୟ ଭାଗରେ ସରକାରୀ ଡାକ୍ତରଖାନାମାନଙ୍କରେ ଓପିଡି ସେବା ବନ୍ଦ ହେବାରୁ ଏକ ଗୁରୁତର
ସମସ୍ୟା ଭାବେ ଠିଆ ହୋଇଛି । ଓପିଡି ବନ୍ଦ ହୋଇଯିବା ଫଳରେ ଅନ୍ୟ ରୋଗରେ ପିଡିତ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖନି
ହେଉଛନ୍ତି । କିଡିନଠାରୁ ଆରମ୍ଭ କରି ଅନ୍ୟ ଦୁରାରୋଗୀମାନଙ୍କ ପାଇଁ ସରକାରୀ ଚିକିସ୍ତ୍ରା ଏବେ ଅପହଂଚ ହୋଇଯାଇଛି । ତେଣୁ ରାଜ୍ୟ
ସରକାର ଭ୍ରାମ୍ୟମାଣ ଚିକିତ୍ସା ସେବା ଯୋଗାଇ ଦେବାର ବନ୍ଦୋବସ୍ତ କରିବାକୁ ଶ୍ରୀ ବକ୍ସିପାତ୍ର ଦାବୀ କରିଛନ୍ତି ।
ଘରକୁ ଘର ବୁଲି ସର୍ଭେ କରୁଥିବା ସରକାରୀ କର୍ମଚାରୀମାନଙ୍କର ସୁରକ୍ଷା କଥା ସରକାର ଚିନ୍ତା କରୁନାହାନ୍ତି । ସେମାନଙ୍କ ପାଖରେ
ପିପିଇ କିଟ ନାହିଁ । ଯେଉଁଠି ବି ଦିଆଯାଉଛି ତାହା ଅତ୍ୟନ୍ତ ନିମ୍ନମାନର । ଅଙ୍ଗନଓାଡି କର୍ମୀ ହୁଅନ୍ତୁ ବା ସ୍କୁଲ ଶିକ୍ଷକ ହୁଅନ୍ତୁ, ଯେଉଁମାନେ
ଫିଲ୍ଡ ସର୍ଭେ କରିବା ପାଇଁ ଯାଉଛନ୍ତି ସେମାନଙ୍କର କରୋନା ପରୀକ୍ଷା କରାଯାଉନାହିଁ । ଯାହା ଫଳରେ ଦୁଇଟା ସମସ୍ୟା ହେଉଛି । ଗୋଟିଏ
ହେଲା ସେମାନେ ଯଦି ନିଜେ ପଜିଟିଭ ଥିବେ ତାହେଲେ ଅନ୍ୟମାନଙ୍କୁ ହେବାର ସମ୍ଭାବନା ରହିଛି ବା ଯଦି ନିଜେ ସର୍ଭେ କରୁ କରୁ କାହା
ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଯାଆନ୍ତି, ତାହେଲେ ତାଙ୍କ ପରିବାରବି ସଂକ୍ରମିତ ହେବାର ଡର ଅଛି । ତେଣୁ ଯେଉଁମାନେ ସେହି
କାମରେ ନିୟୋଜିତ ଅଛନ୍ତି ସେମାନଙ୍କର ସ୍ୱାବ ଟେଷ୍ଟ ହେବା ନିହାତି ଆବଶ୍ୟକ । ଗତକାଲି ସରକାର ଘୋଷଣା କରିଛନ୍ତି ଯେ ସେମାନଙ୍କର
କରୋନା ପଜିଟିଭ ପରୀକ୍ଷା କରାଯିବ ବୋଲି । ଏହା ଅନେକ ବିଳମ୍ବ ହେଲେ ବି ସ୍ୱାଗତଯୋଗ୍ୟ । କିନ୍ତୁ ସରକାର ଖାଲି ଘୋଷଣା କରି
ବସିଗଲେ ହେବ ନାହିଁ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଶ୍ରୀ ବକ୍ସିପାତ୍ର ଦାବୀ କରିଛନ୍ତି ।
ସରକାର ବିଶେଷ ଭାବେ ଗଂଜାମ ଜିଲ୍ଲା ପ୍ରଶାସନ ଏବେ ସୁଦ୍ଧା କରୋନା ମୁକାବିଲାରେ ନିୟୋଜିତ ହୋଇ ମୃତ୍ୟୁବରଣ କରିଥିବା
ସରକାରୀ କର୍ମଚାରୀମାନଙ୍କୁ କରୋନା ଓାରିୟର ଘୋଷଣା କରୁନାହାନ୍ତି । ଯାହା ଫଳରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ୫୦ ଲକ୍ଷ ଟଙ୍କାର
କ୍ଷତିପୂରଣ ରାଶି ସେମାନେ ପାଉନାହାନ୍ତି । ଅନେକ ଅଙ୍ଗନଓାଡି କର୍ମଚାରୀ ମଲେଣି । ହେଲେ ସରକାର ତାହା ମାନୁନାହାନ୍ତି । ସରକାର
କେବଳ ଚାପରେ ଆସି ଜଣେ ଶିକ୍ଷକ ମରିବା ପରେ ତାଙ୍କ ମୃତ୍ୟୁକୁ କରୋନା ପାଇଁ ବୋଲି ସ୍ୱୀକାର କରିଛନ୍ତି । ସରକାର ତୁରନ୍ତ କରୋନା
ମୁକାବିଲାରେ ପ୍ରାଣ ହରାଇଥିବା ସମସ୍ତ କରୋନା ମୃତକ, ଅଙ୍ଗନଓାଡି କର୍ମଚାରୀ, ଆଶା ଜର୍ମଚାରୀ, ଡାକ୍ତର, ସ୍ୱାସ୍ଥ୍ୟକର୍ମଚାରୀ, ଶିକ୍ଷକ,
ପୋଲିସ, ସାମ୍ବାଦିକମାନଙ୍କୁ ଘୋଷଣା କରିଥିବା କ୍ଷତିପୂରଣ ରାଶି ଦିଅନ୍ତୁ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।