ଭୁବନେଶ୍ୱର: ବିଜେପି ସରକାରକୁ ଆସିଲେ ପ୍ରଥମ ଦିନ ହିଁ ଚିଟ୍ଫଣ୍ଡ ଫେରସ୍ତରେ ବରିଷ୍ଠ ନେତା ପ୍ରଦୀପ ପୁରୋିତଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ । ସରକାରକୁ ଆସିଲେ ପ୍ରଥମ ଦିନରେ ଅଧ୍ୟାଦେଶ ଆଣି ଟଙ୍କା ଫେରାଯିବ । ଚିଟଫଣ୍ଡ ସହ ସଂପୃକ୍ତ ବିଜେଡି ନେତାଙ୍କୁ ଜେଲ୍ରେ ପୂରାଯିବ । ବିଜେଡି କେବଳ ଭୋଟ ପାଇଁ କର୍ପସ ଫଣ୍ଡ ନାଟକ କରିଥିଲା । ଚିଟଫଣ୍ଡ ଟଙ୍କାରେ ବିଜେଡି ନିର୍ବାଚନ ଲଢୁଛି ବୋଲି କହିଛନ୍ତି ପ୍ରଦୀପ । ବିଜେଡିର ଅନେକ ନେତା ଚିଟଫଣ୍ଡ ସହ ସମ୍ପୃକ୍ତ ରହି ଲୋକଙ୍କୁ ଲୁଟିଛନ୍ତି । ଲୁଟିଥିବା ବିଜେଡି ନେତାଙ୍କୁ ଜେଲ୍ରେ ପୂରାଇବା ପାଇଁ ଜେଲ୍ ପ୍ରସ୍ତୁତ ରହିଛି ବୋଲି ଗଣମାଧ୍ୟମ ଆଗରେ ନିଜର ମନ୍ତବ୍ୟ ଦେଇଛନ୍ତି ପ୍ରଦୀପ ପୁରୋହିତ ।