ଭୁୁବନେଶ୍ୱର, : ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ, ବିଜେଡି ଜାତୀୟ ମୁଖପାତ୍ର ଅମର ପଟ୍ଟନାୟକ ବିଜେଡି ଦ୍ୱାରା ଏହାର ନିର୍ବାଚନ ଇସ୍ତାହାରରେ ଦିଆ ଯାଇଥିବା ୨୪ଟି ଗ୍ୟାରେଣ୍ଟି ମଧ୍ୟରୁ ଏହାର ପ୍ରଥମ ଗ୍ୟାରେଣ୍ଟି ଯୁବ ବର୍ଗ ପାଇଁ ଉଦିଷ୍ଟ ବୋଲି କହିବା ସଂଗେ ଆଗାମୀ ଦଶନ୍ଧି ଯୁବ ପିଢ଼ିଙ୍କର ହେବ ବୋଲି ପ୍ରକାଶ କରିଥିଲେ କ୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ପରିକଳ୍ପନାର ନୂତନ ଓଡ଼ିଶାରେ ଯୁବକ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ କ୍ଷ ରାଜ୍ୟର ବିକାଶର ମୁଖ୍ୟଶ୍ରୋତରେ ଯୁବକ ମାନେ କିପରି ଭାବେ ସାମିଲ ହେବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏକ ରୋଡ଼ମ୍ୟାପ ପ୍ରସ୍ତୁତ କରିଛନ୍ତି କ୍ଷ ଏହି ରୋଡ଼ମ୍ୟାପ ଅନୁଯାୟୀ ଯୁବକ ରାଜ୍ୟ ସରକାର ବାର୍ଷିକ ବଜେଟ ସମୟରେ ସ୍ୱତନ୍ତ୍ର ଯୁବ ବଜେଟ ପ୍ରସ୍ତୁତ କରାଯିବ କ୍ଷ ଯୁବ ବଜେଟ ପରିବେଶଣ କରିବା କ୍ଷେତ୍ରରେ ଓଡିଶା ଦେଶରେ ପ୍ରଥମ ରାଜ୍ୟ ହେବ କ୍ଷ ଯୁବ ବର୍ଗର ସାମଗ୍ରୀକ ବିକାଶ ପାଇଁ ପ୍ରତିବର୍ଷ ଦଶ ହଜାର କୋଟି ହିସାବରେ ଆଗାମୀ ଦଶ ବର୍ଷରେ ଏକ ଲକ୍ଷ୍ୟ କୋଟି ଟଙ୍କା ଖର୍ଚ୍ଚର ଅଟକଳ କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ କ୍ଷ
ଯଦିଓ ଭାରତୀୟ ଜନତା ପାର୍ଟି ତରଫରୁ ଯୁବ ବର୍ଗର ବିକାଶ ପାଇଁ ବଡ ବଡ଼ ଦାବି କରାଯାଇ ଆସୁଛି, ତାହା ତାଙ୍କ ବଜେଟରେ କିମ୍ବା ତାଙ୍କ ନିର୍ବାଚନି ଇସ୍ତାହାରରେ ଦୃଶ୍ୟମାନ ହେଉନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ କ୍ଷ ବିଗତ କିଛି ବର୍ଷରୁ ଯୁବ ବର୍ଗଙ୍କ ତରଫରୁ ସେମାନଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିବା ପାଇଁ ସରକାରଙ୍କ ସମ୍ମୁଖରେ ସ୍ୱର ଉତ୍ତୋଳନ କରି ଆସୁଥିଲେ କ୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଯୁବ ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ବଜେଟ ଆସିବ ବୋଲି ଘୋଷଣା କରିଛନ୍ତି କ୍ଷ ଯୁବକ ଯୁବତୀ ମାନଙ୍କ ସ୍ବପ୍ନକୁ ବାସ୍ତବ ରୂପ ଦେବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ମ୍ୟାଜିକ କାର୍ଡ ଘୋଷଣା କରା ଯାଇଅଛି, ଯାହାର ପରିସରକୁ ଆହୁରି ବ୍ୟାପକ କରାଯିବ କ୍ଷ ଏହି କାର୍ଡ ସମସ୍ତ ବର୍ଗର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉପଲବ୍ଧ ହେବ କ୍ଷ ଏହା ଚାରୋଟି ଶ୍ରେଣୀର ରହିବ ଓ ଛାତ୍ର ଛାତ୍ରୀ ମାନଙ୍କ ପ୍ରଦର୍ଶନକୁ ନେଇ ସେମାନଙ୍କ ଶ୍ରେଣୀ ସ୍ଥିର ହେବ କ୍ଷ ପ୍ରଦର୍ଶନରେ ଉନ୍ନତି ଆଣିଲେ ସେମାନଙ୍କ କାର୍ଡ଼ର ଶ୍ରେଣୀରେ ମଧ୍ୟ ଉନ୍ନତି ଆସିବ, ତେଣୁ ପ୍ରତ୍ୟେକ ଛାତ୍ର ଛାତ୍ରୀ ତାଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ଚେଷ୍ଟା କରିବେ କ୍ଷ ଏହି କାର୍ଡ ଯୁବ ବର୍ଗଙ୍କ ସଫଳତା ହାସଲର ଚାବିକାଠି ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ କ୍ଷ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଅନ୍ୟତମ ଜାତୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଉପସ୍ଥିତ ଥିଲେ କ୍ଷ
(ଡଃ ପ୍ରିୟବ୍ରତ ମାଝୀ)
ମୁଖପାତ୍ର, ବିଜୁ ଜନତା ଦଳ