ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ପୁରୀ ନିର୍ବାଚନମଣ୍ଡଳୀ ଲାଗି ଦଳର ସଭାପତି ନବୀନ ପଟ୍ଟନାୟକ ୪ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରମୋଦ ସାମଲଙ୍କୁ ସତ୍ୟବାଦୀ ଓ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଲାଗି ନିଯୁକ୍ତ କରାଯାଇଛି । ସେହିପରି କାଶୀନାଥ ରଣାଙ୍କୁ ପୁରୀ ଓ କାକଟପୁର, ପ୍ରତାପ ଚନ୍ଦ୍ର ମଲ୍ଲିକଙ୍କୁ ପିପିଲି ଏବଂ ଭୁପେଶ ଚନ୍ଦ୍ର ପ୍ରଧାନଙ୍କୁ ନିମାପଡା ନିର୍ବାଚନମଣ୍ଡଳୀ ଲାଗି ନିଯୁକ୍ତି ଦିଆଯାଇଛି ।