36.1 C
Bhubaneswar
Tuesday, May 6, 2025
Homeଅପରାଧବିଧାୟକଙ୍କୁ ବିଜେଡିର କଡ଼ା ନିନ୍ଦା

ବିଧାୟକଙ୍କୁ ବିଜେଡିର କଡ଼ା ନିନ୍ଦା

ଭୁବନେଶ୍ୱର: ବାଣପୁରରେ ବିଧାୟକଙ୍କ ଅମାନବୀୟ କାଣ୍ଡକୁ ନେଇ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ଦୃଢ଼ ଆରୋପ ଲଗାଇଛି ବିଜେଡି । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର ମତ ଦେଇଛନ୍ତି । ସେ ବିଧାୟକ ହୁଅନ୍ତୁ କି ସାଧାରଣ ଜନତା ଏଭଳି କାଣ୍ଡ ପାଇଁ କାହାକୁ ବି କ୍ଷମା କରାଯିବ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ତେବେ ପୂର୍ବରୁ ମଧ୍ୟ ଏଭଳି କିଛି କାରନାମା ପାଇଁ ଦଳରୁ ଶ୍ରୀ ଜଗଦ୍ଦେବଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଏଥରର ଘଟଣା ପାଇଁ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପୁଲିସ୍ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ।
ଅପରପକ୍ଷେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ନିଜର ପ୍ରତିକ୍ରିୟାରେ ଦାବି କରିଛନ୍ତି ଯେ, ଜନ ସାଧାରଣଙ୍କ ପ୍ରତି ଅସିହିଷ୍ଣୁ ଭାବ ଦେଖାଇଥିବା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରତି ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking