11.1 C
Bhubaneswar
Friday, January 16, 2026
Homeଓଡିଶାବାଚସ୍ପତିଙ୍କ ବିବୃତ୍ତି ସମ୍ପୂର୍ଣ୍ଣ ଏକପାଖିଆ: ପ୍ରସନ୍ନ ଆଚାର୍ଯ୍ୟ

ବାଚସ୍ପତିଙ୍କ ବିବୃତ୍ତି ସମ୍ପୂର୍ଣ୍ଣ ଏକପାଖିଆ: ପ୍ରସନ୍ନ ଆଚାର୍ଯ୍ୟ

– ବାଚସ୍ପତିଙ୍କ ବିବୃତ୍ତିରେ ସମଗ୍ର ଘଟଣାର ପ୍ରତିଫଳନ ହୋଇ ନାହିଁ
– ସରକାର ଅସହିଷ୍ଣୁ ହେଉଛନ୍ତି
– ସରକାର ସମାଲୋଚନା ଶୁଣିବା ପାଇଁ ପ୍ରସ୍ତୁତ ନୁହଁନ୍ତି

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବିଧାନସଭାର ବିରୋଧୀ ଦଳର ଉପନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ଦ୍ୱାରା ଗୃହରେ କଂଗ୍ରେସ ବିଧାୟକ ମାନଙ୍କ ନିଲମ୍ୱନ ସମ୍ୱନ୍ଧରେ ପ୍ରଦାନ କରାଯାଇଥିବା ବିବୃତ୍ତି ଏକ ପାଖିଆ ଓ ସମଗ୍ର ଘଟଣାର ପ୍ରତିଫଳନ ହୋଇ ନାହିଁ ବୋଲି କହିଛନ୍ତି। ଶ୍ରୀ ଆଚାର୍ଯ୍ୟ ଏହି ଘଟଣା ରାଜ୍ୟ ବିଧାନସଭା ଇତିହାସର ଏକ ବିରଳ ଘଟଣା ଓ ପୂର୍ବରୁ ଏପରି ଘଟଣା କେବେ ଘଟି ନଥିଲା ବୋଲି କହିଛନ୍ତି। ଗୃହ ଚଳାଇବା ପାଇଁ ଉଭୟ ସରକାରୀ ଓ ବିରୋଧୀ ଦଳର ବିଧାୟକ ମାନଙ୍କ ଆବଶ୍ୟକତା ରହିଛି। କିନ୍ତୁ, ସରକାରୀ ଦଳ ବିରୋଧୀ ଦଳକୁ ବାଦ ଦେଇ ବିଧାନସଭା ଚଳାଇବାକୁ ଚାହୁଁଛନ୍ତି। ସରକାର ସହନଶୀଳ ହେବାର ଆବଶ୍ୟକ ରହିଛି। କିନ୍ତୁ, ସରକାର ଅସହିଷ୍ଣୁ ହୋଇ ପଡ଼ୁଛନ୍ତି। ବିରୋଧୀ ଦଳର ସମାଲୋଚନାକୁ ଗ୍ରହଣ କରି ପାରୁ ନାହାନ୍ତି। ଗତକାଲିର ବିଧାନସଭାର ବାଚସ୍ପତି ଦେଇଥିବା ବିବରଣୀ ସମ୍ପୂର୍ଣ୍ଣ ଏକପାଖିଆ ଓ ସମଗ୍ର ଘଟଣାର ପ୍ରତିଫଳନ ନୁହେଁ ବୋଲି ସେ କହିଥିଲେ।

ଶ୍ରୀ ଆଚାର୍ଯ୍ୟ ଆହୁରି କହିଥିଲେ, ଗୃହ ଭିତରକୁ ବାହାର ଲୋକଙ୍କ ପ୍ରବେଶର ବାରଣ ରହିଛି। ଆମେ ଜାଣିବାକୁ ପାଉଛୁ, ଗତ କାଲି ଗୃହରୁ କିଛି ବିଧାୟକଙ୍କୁ ବାହାର କରିବା ପାଇଁ କିଛି ବାହାର ଲୋକ ଗୃହ ଭିତରକୁ ପ୍ରବେଶ କରିଥିଲେ। ଗୃହର ପରମ୍ପରାକୁ ସରକାର ଭାଙ୍ଗୁଥିବା ଯୋଗୁ ଆମେ ଦୃଢ଼ ନିନ୍ଦା କରୁଛୁ। ରାଜ୍ୟରେ ଓବିସି, ଏସସି ଓ ଏସଟି ମାନଙ୍କ ସଂରକ୍ଷଣ ବ୍ୟବସ୍ଥା ଉପରେ ଆଲୋଚନା ପାଇଁ ବିଜୁ ଜନତା ଦଳ ତରଫରୁ ଗତ ତିନି ଦିନ ହେଲା ଦାବୀ କରାଯାଇ ଆସୁଛି। କିନ୍ତୁ, ସରକାର ଆଲୋଚନା ପାଇଁ ଅନୁମତି ଦେଉ ନାହାନ୍ତି। ଆଜି ସକାଳେ, ବିଧାନସଭାରେ ଏହି ଅନୁମତି ପ୍ରଦାନ ନକରିବା ବିରୋଧରେ କକ୍ଷତ୍ୟାଗ କରି ଆମ୍ୱେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଦେବାକୁ ଯାଉଥିଲା ବେଳେ ପୋଲିସ ଆମର ବିଧାୟକ ମାନଙ୍କୁ ବିଧାନସଭାର ଗେଟ ପାଖରେ ରୋକିଥିଲେ, ଯେଉଁଥିପାଇଁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ଓ ସେଥିରେ ଆମର କିଛି ବିଧାୟକ ଆହତ ହୋଇଥିଲେ। ଆମେ ପୋଲିସର ଏହି ବ୍ୟବହାରକୁ ମଧ୍ୟ ନିନ୍ଦା କରୁଛୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking