ଭୁବନେଶ୍ୱର: କିଛି ନେତା ବିବିଏସରେ ମିଶିବା ପରେ ସାଂସଦ ପିନାକୀ ମିଶ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି । ଯେଉଁମାନେ ବିଆରଏସ ଯାଇଛନ୍ତି ସେମାନେ ବିଜେପିରୁ ଯାଇଛନ୍ତି । ଗମାଙ୍ଗଙ୍କୁ ଦଳରେ ମିଶାଇ କଂଗ୍ରେସ ଭୋଟ ବିଜେପି ନେଇଥିଲା । ଏବେ ସେ ବିଆରଏସ ଯାଇଛନ୍ତି ମାନେ ତାଙ୍କ ପକେଟ ଭୋଟ ବିଆରଏସୁ ଯିବ । ବିଜେଡି ଭୋଟ ବ୍ୟାଙ୍କ ଦେଉଛି କମିଟେଡ୍ ଭୋଟ କିନ୍ତୁ ପ୍ରଭାବ ପଡିବନି । ଦକ୍ଷିଣ ଓଡିଶାର ୨/୩ ଜିଲ୍ଲାରେ କିଛି ହଜାର ଭୋଟ ପାଇପାରେ । ରାଜୁ ଦାସ ଅସନ୍ତୁଷ୍ଟ ହୋଇଗଲେ କିନ୍ତୁ ଏବେ ଅବସ୍ଥା କଣ ସେ ନିଜେ ମଧ୍ୟ ଜାଣିନାହାନ୍ତି । ଯିଏ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିବେ ତାର ଭବିଷ୍ୟତ ଅନ୍ଧାର । ଶାସକ ଦଳର କିଛି ନାଁ ପ୍ରଶ୍ନରେ କହିଲେ ଏସବୁ ଗୁଜବ ।