26.1 C
Bhubaneswar
Saturday, September 21, 2024
Homeଓଡିଶାଧର୍ମେନ୍ଦ୍ର ପ୍ରଧାନଙ୍କ ଠାରେ ମଣିଷ ପଣିଆ ନାହିଁ: ବିଜେଡି

ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରେ ମଣିଷ ପଣିଆ ନାହିଁ: ବିଜେଡି

 ଧର୍ମେନ୍ଦ୍ରଙ୍କ ନାମାଙ୍କନ ଶୋଭାଯାତ୍ରାରେ ସାମିଲ ହୋଇଥିବା କଳାକାରଙ୍କ ମୃତ୍ୟୁ
 ମୃତ କଳାକାରଙ୍କୁ ଦେଖିବା ପାଇଁ ଧର୍ମେନ୍ଦ୍ର କିମ୍ବା ଜୟନାରାୟଣ ପାଖରେ ସମୟ ନାହିଁ
 ପ୍ରଚଣ୍ଡ ଖରା ଯୋଗୁଁ ମୃତ୍ୟୁ ହୋଇଥିବା ଚର୍ଚ୍ଚା
 ବିଜେପି ନେତାଙ୍କ ଅସଲ ଚେହେରା ଲୋକେ ଦେଖୁଛନ୍ତି
ଭୁୁବନେଶ୍ୱର,: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମାଙ୍କନ ପତ୍ର ଦାଖଲ ଶୋଭାଯାତ୍ରାରେ ସାମିଲ ହେବାକୁ ସମ୍ବଲପୁର ଆସିଥିଲେ । ହେଲେ ଘରକୁ ଫେରିପାରିଲେନି । ଶୋଭଯାତ୍ରା ଚାଲିଥିବା ସମୟରେ ଟଳିପଡିଲେ କଳାକାର । ମୃତ କଳାକାର ଜଣକ ହେଲେ ବାମରା ବ୍ଲକ ପିଣ୍ଡାପଥର ଗାଁର ବାଘପଡା ନିବାସୀ କୁମର ମାଝୀ । ତେବେ ନିଜର ପ୍ରଚାର ପାଇଁ ଡାକିଥିବା କଳାକାରଙ୍କୁ ଶେଷ ସମ୍ମାନ ଦେବାକୁ ମଧ୍ୟ ଉଚିତ ମଣିଲେନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିରୁ ଧର୍ମେନ୍ଦ୍ରଙ୍କର ମଣିଷ ପଣିଆ ନଥିବା କହିଛନ୍ତି ବିଜେଡି ମୁଖପାତ୍ର ଡ. ଲେନିନ ମହାନ୍ତି ।
ଡ. ମହାନ୍ତି ଗଣମାଧ୍ୟମକୁ କହିଛନ୍ତି ଯେ ଯେ ନାମାନଙ୍କ ପତ୍ର ଦାଖଲ କାର‌୍ୟ୍ୟକ୍ରମରେ ବିଜେପି ଦଳ ଭିଡ ଦେଖାଇବାକୁ ଦୂରଦୂରାନ୍ତର ରୁ ଲୋକଙ୍କୁ ଡାକି ଠୁଳ କରିଥିଲା । ଏପରିକି ଅନେକ କଳାକାର ମାନଙ୍କୁ ମଧ୍ୟ କାର‌୍ୟ୍ୟକ୍ରମରେ ସାମିଲ ହେବାକୁ ଡାକିଥିଲା । ପିଣ୍ଡାପଥର ଗାଁର ବାଘପଡା ଠାରୁ ଆସିଥିବା ବାଜାଦଳ ସହିତ କୁମର ମାଝୀ ଆସିଥିଲେ । ନାମାଙ୍କନ କାର‌୍ୟ୍ୟକ୍ରମକୁ ଡାକି ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ବିଜେପି ନେତାମାନେ ପ୍ରଚାରରେ ମାତିଥିଲେ । ଅନ୍ୟପଟେ ମୁଣ୍ଡଫଟା ଖରାରେ ଲୋକେ ଡହକବିକଳ ହେଉଥିଲେ । ଲୋକଙ୍କୁ ପାଣି ଟୋପାଏ କଥା ପଚାରିବାକୁ ମଧ୍ୟ ବିଜେପି ନେତାଙ୍କ ପାଖରେ ସମୟ ନଥିଲା । ଫଳରେ ଦୀର୍ଘ ସମୟ ଧରି ବାଜା ବଜାଉଥିବା କୁମରଙ୍କ ଅବସ୍ଥା ବିଗିଡିବାରେ ଲାଗିଥିଲା ।
ଶୋଭାଯାତ୍ରା ଚାଲିଥିବାବେଳେ ହଠାତ୍ ଚେତାଶୂନ୍ୟ ହୋଇ ପଡିଯାଇଥିଲେ । ଏତେ ଘଟଣା ହେଲା ପରେ ମଧ୍ୟ ବିଜେପି ନେତାଙ୍କୁ କିଛି ଦିଶିଲାନି । କିମ୍ବା ସେମାନେ କିଛି ଜାଣିବାକୁ ଚେଷ୍ଟା କଲେନି । ଶେଷରେ ସେହି କଳାକାରମାନେ ହିଁ କୁମରଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଯାଇଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ କୁମରଙ୍କ ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି । ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିଛନ୍ତି । କିନ୍ତୁ ଏଯାଏଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିମ୍ବା ବିଜେପି ଦଳର କୌଣସି ନେତାଙ୍କ ଦେଖାଦର୍ଶନ ନାହିଁ ।
ଏହା ହେଉଛି ବିଜେପି ନେତାଙ୍କ ଅସଲ ଚେହେରା । ସେମାନଙ୍କର ମଣିଷ ପଣିଆ ନାହିଁ । କ୍ଷମତା ପାଇଁ ଜନତାଙ୍କୁ ବ୍ୟବହାର କରିବା ଜାଣିଛନ୍ତି । କିନ୍ତୁ ସେହି ଜନତାର କିଛି ହେଲେ ତା ସାଙ୍ଗରେ ଛିଡା ହେବା ପାଇଁ ସମୟ ନାହିଁ । ସବୁବେଳେ ଆପଣଙ୍କ ସାଙ୍ଗରେ ରହିବୁ ବୋଲି ମିଛ ଭାଷଣ ମାରୁଥିବା ଧର୍ମେନ୍ଦ୍ର ପ୍ରଧାନ, ଜୟନାରାୟଣ ମିଶ୍ର ଙ୍କ ମଣିଷପଣିଆ କୁଆଡେ ଗଲା । ଆଗାମୀ ଦିନରେ ଜନତା ଏହାର କଡା ଜବାବ ଦେବେ ବୋଲି ବିଜୁ ଜନତା ଦଳର ମୁଖପାତ୍ର ଡ. ଲେନିନ୍ ମହାନ୍ତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking