କଟକ: କଟକ ନୂଆ-ଓ କାର୍ଯ୍ୟକ୍ରମରେ ଟାସ୍କ ଦେଲେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । ସର୍ବାଧିକ ବ୍ୟବଧାନରେ ଜିତିଲେ ମୁଖ୍ୟମନ୍ତ୍ରୀଙ୍କ ସହ ଚିହ୍ନାଇବେ କହିଲେ ପାଣ୍ଡିଆନ୍। ୨୦୧୪ ଓ ୨୦୧୯ରେ କିଏ କେତେ ମାର୍ଜିନରେ ଜିତିିଥିଲେ, ଜାଣିଛି । ୨୦୨୪ରେ ରେକର୍ଡ ମାର୍ଜିନରେ ଜିତିବାକୁ ଆଶା କରୁଛି ବୋଲି କହଲେ ଭିକେ ପାଣ୍ଡିଆନ୍ । ବିଜେଡି ଜିତିବା ନିଶ୍ଚିନ୍ତ, କେତେ ମାର୍ଜିନରେ ଜିତିବେ ଗୁରୁତ୍ୱପୂର୍ଣ୍ଣ । ଯିଏ ସର୍ବାଧିକ ମାର୍ଜିନରେ ଜିତିବେ, ତାଙ୍କୁ ନବୀନ ନିବାସ ଡାକିବି । ନବୀନ ନିବାସ ଡାକି ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ପରିଚୟ କରାଇବି । ସେମାନଙ୍କର ଯେଉଁ କାମ ଅଛି ତାକୁ ଜୋରଦାର କରାଯିବ ବୋଲି କହିଛନ୍ତି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍।