18.1 C
Bhubaneswar
Saturday, November 23, 2024
Homeଓଡିଶାବିଶ୍ରା ଅଂଚଳ କଂଟେନମେଂଟ ଜୋନ୍ ଘୋଷଣା

ବିଶ୍ରା ଅଂଚଳ କଂଟେନମେଂଟ ଜୋନ୍ ଘୋଷଣା

ଭୁବନେଶ୍ୱର: ଗତକାଲି ରାଜ୍ୟରେ ୪ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ସୁନ୍ଦରଗଡରୁ ଦୁଇ ଜଣ, କେନ୍ଦ୍ରାପଡା ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ କରୋନା ପଜେଟିଭ ଚିହ୍ନଟ ପରେ ଏବେ ବିଶ୍ରା ଅଂଚଳକୁ ସଂପୂର୍ଣ୍ଣ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି । ଏହାସହ ଏହାର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆସିଆନା କଲୋନୀ ଓ ଏହାର ଆଖପାଖ ଅଞ୍ଚଳକୁ ସିଲ୍ କରାଯାଇଛି। ଏହି ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଲାଗି ଉଦ୍ୟମ ଜାରି ରହିଥିବାରୁ ଏଠାକୁ ଯିବାଆସିବା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।
ଡରେଇକେଲା ବସ ଷ୍ଟପ ରୁ ପୁରୁଣା ମାର୍କେଟ କମ୍ପ୍ଲେକ୍ସ, ପୁରୁଣା ମାର୍କେଟ କମ୍ପ୍ଲେକ୍ସରୁ ବୁଡେଲଜୋର ରେଲେଓ୍ୱ ଅଣ୍ଡର ପ୍ୟାସେଜ୍, ବୁଡେଲଜୋର ରେଲେଓ୍ୱ ଅଣ୍ଡର ପ୍ୟାସେଜ୍ରୁ ନୟା ବସ୍ତି, ନୟା ବସ୍ତିରୁ ଭାରତ ପେଟ୍ରୋଲିୟମ୍ ଛକ, ଭାରତ ପେଟ୍ରୋଲିୟମ ଛକରୁ ଡରେଇକେଲା ବସ୍ ଷ୍ଟପ୍ ପର‌୍ୟ୍ୟନ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ଏ ଅଞ୍ଚଳରେ ସମସ୍ତ ଯାନବାହନ ଚଳାଚଳକୁ ବନ୍ଦ କରାଯାଇଛି।
କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରେ ଆସୁଥିବା ସମସ୍ତ ବାସିନ୍ଦା ଘର ଭିତରେ ରହିବେ। ୪୮ ଘଣ୍ଟା ପର‌୍ୟ୍ୟନ୍ତ ଘରୁ ନବାହାରିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଲୋକଙ୍କୁ ଅନୁରୋଧ କରିଛନ୍ତି। ସେହିପରି ଏହି ଅଞ୍ଚଳରେ ସାନିଟାଇଜ୍ କାର‌୍ୟ୍ୟ ଆରମ୍ଭ ହୋଇଯାଇଛି।
ଜିଲ୍ଲାପାଳ ଦେଇଥିବା ସୂଚନା ଅନୁଯାୟୀ, କଣ୍ଟେନମେଣ୍ଟ ଜୋନ୍ ଘୋଷଣା ଅଞ୍ଚଳରେ ପାଖାପାଖି ୧୫୦୦ ଘର ଅଛି। ୪୮ ଘଣ୍ଟା ମଧ୍ୟରେ ଘରକୁ ଘର ସର୍ଭେ କରାଯାଇ କଣ୍ଟାକ୍ଟ ଟ୍ରେସିଂ କରାଯିବ। ଲୋକେସନ୍ ମ୍ୟାପିଂ ଓ ହାଉସ୍ ସର୍ଭେଲାନ୍ସ ମଧ୍ୟ କରାଯିବ। ପ୍ରଶାସନ ସହାୟତାରେ ଲୋକଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ।
ସୂଚନାଯୋଗ୍ୟ, ଜିଲ୍ଲାର ଦୁଇ କରୋନା ଆକ୍ରାନ୍ତଙ୍କୁ ରାଉରକେଲା ସ୍ଥିତ ହାଇଟେକ୍ ହସ୍ପିଟାଲ୍ରେ ଖୋଲିଥିବା କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଜଣେ ପୂର୍ବରୁ ସେଠାରେ ଥିବା ବେଳେ ଅନ୍ୟ ଜଣଙ୍କୁ ଗତକାଲି ରାତିରେ ରିପୋର୍ଟ ଆସିବା ପରେ ଆଣି ଭର୍ତ୍ତି କରିଥିଲା ପ୍ରଶାସନ। ତେବେ ସେମାନଙ୍କର ଟ୍ରାଭେଲ୍ ହିଷ୍ଟ୍ରୀ ରହିଛି କି ନାହିଁ, ସେ ବିଷୟରେ କିଛି କୁହାଯାଇ ନାହିଁ। ଏ ଦିଗରେ ମଧ୍ୟ ଜିଲ୍ଲା ପ୍ରଶାସନ ପଚରାପଚରି କରୁଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking