40.1 C
Bhubaneswar
Thursday, April 25, 2024
Homeକରୋନାଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ବାଧା ନାହିଁ

ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ବାଧା ନାହିଁ

ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହାକୁ ନେଇ ଏବେ ଘୋର୍ ଚିନ୍ତାର ଅଛନ୍ତି ଭାରତ ସରକାର । କିପରି ସାରା ଭାରତବର୍ଷକୁ କରୋନା କବଳରୁ ରକ୍ଷା କରିବେ ସେଥିନେଇ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି । ବର୍ତମାନ ପରିସ୍ଥିତିରେ ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୩ ଶହ ୫୬ ରହିଥିବା ବେଳେ ୭୩୬୭ ଜଣ ଚିକିତ୍ସାଧୀନ ରହିଛନ୍ତି । ଏବଂ ୭୧୬ ଜଣ ସୁସ୍ଥ ହୋଇ ଫେରିଥିବା ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟା ଶ୍ରୀବାସ୍ତବ କହିଛନ୍ତି ଯେ, ଦେଶବ୍ୟାପୀ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ କୌଣସି ପ୍ରକାର ବାଧା ନାହିଁ । ଯାହାଦ୍ୱାରା ଲକେ ହଇରାଣ ହେବେ ନାହିଁ । ଏତିପାଇଁ ୩ଟି ମନ୍ତ୍ରାଳୟ ମିଳିତ ଭାବେ ଅତ୍ୟାବଶ୍ୟକ ସେବାରେ ଲାଗିଛନ୍ତି । ସେ ଗୁଡିକ ହେଉଛନ୍ତି ବେସାମରିକ ବିମାନ ଚଲାଚଳ, ଖାଉଟି ଯୋଗାଣ ଓ ରେଲଓ ମନ୍ତ୍ରାଳୟ । ସାଇବର ଅପରାଧ ରୋକିବା ଦିଗରେ ବି ମନ୍ତ୍ରାଳୟ କାର୍ଯ୍ୟ କରୁଥିବା ସେ ସ୍ପଷ୍ଟ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking