28.1 C
Bhubaneswar
Friday, March 29, 2024
Homeଓଡିଶାବସ୍ତିବାସିନ୍ଦାଙ୍କ ନିକଟରେ ପହଂଚିଲା କେନ୍ଦ୍ରାପଡ଼ା ପୁଲିସ: କରୋନା ସମ୍ପର୍କରେ ସଚେତନ କରିବା ସହ ଖାଦ୍ୟପୁଡ଼ିଆ ବଂଟିଲେ...

ବସ୍ତିବାସିନ୍ଦାଙ୍କ ନିକଟରେ ପହଂଚିଲା କେନ୍ଦ୍ରାପଡ଼ା ପୁଲିସ: କରୋନା ସମ୍ପର୍କରେ ସଚେତନ କରିବା ସହ ଖାଦ୍ୟପୁଡ଼ିଆ ବଂଟିଲେ ଏସପି

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସହରର ବସ୍ତିବାସିନ୍ଦାଙ୍କ ନିକଟରେ କେନ୍ଦ୍ରାପଡ଼ା ପୁଲିସ ପହଂଚି ବସ୍ତିବାସିନ୍ଦଙ୍କୁ କରୋନା ରୋଗ ସମ୍ପର୍କରେ ସଚେତନ କରିବା ସହିତ କରୋନା ସଂକ୍ରମଣୁ କିପରି ରକ୍ଷାପାଇପାରିବେ ସେ ନେଇ ସଚେତନ କରିଛନ୍ତି । ଏଥିସହ କେନ୍ଦ୍ରାପଡ଼ା ଏସପି ବସ୍ତିର ଗରିବ ଗୁରୁବାଙ୍କ ମଧ୍ୟରେ ଶୁଖିଲା ଖାଦ୍ୟପୁଡ଼ିଆ ମଧ୍ୟ ବାଂଟିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବସ୍ତିରେ ରହୁଥିବା ଅଧିକାଂଶ ଲୋକ ପ୍ରତିଦିନ ମଜୁରୀ ଲାଗି ନିଜ ପରିବାର ପ୍ରତିପୋଷଣ କରନ୍ତି । ଏବେ ଲକଡାଉନ ଯୋଗୁ କାମ ଧନ୍ଦା ବନ୍ଦ ହୋଇଯିବାରୁ ସେମାନେ ରୋଜଗାର ହରାଇ ହାତବାନ୍ଧି ବସିଛନ୍ତି । ସେମାନଙ୍କ ମଧ୍ୟରୁ ଯେଉଁମାନେ ରାସନ କାର୍ଡ଼ ପାଇଛନ୍ତି ସେମାନେ ସରକାର ଦେଉଥିବା ଚାଉଳ, ଗହମ ପାଇ କୌଣସି ପ୍ରକାରରେ ଗୁଜୁରାଣ ମେଂଟାଉଛନ୍ତି । ଏଥିସହ ଲେବର କାର୍ଡ଼ଧାରୀମାନେ ସରକାର ଦେଉଥିôବା ଚାଉଲ, ଗହମ ସହ ସରକାରଙ୍କ ଅନୁଦାନ ରାଶୀ ପାଇ ଚଳିଯାଉଛନ୍ତି । ହେଲେ ଯେଉଁମାନେ ରାସନକାର୍ଡ଼ ପାଇପାରି ନାହାଁନ୍ତି କି ଲେଶବରକାର୍ଡ଼ ପାଇ ନାହାଁନ୍ତି ସେମାନଙ୍କ ପରିବାର ଲୋକଙ୍କୁ ଭୋକ ଉପାସରେ ରହିବାକୁ ପଡ଼ୁଛି । ଏଥିସହ କରୋନା ସମ୍ପର୍କୀତ ସଚେତନତା ବାର୍ତା ମଧ୍ୟ ବସ୍ତିବାସିନ୍ଦାଙ୍କ ନିକଟରେ ପହଂଚିପାରୁନାହିଁ । ଏହି ପରିସ୍ଥିତିକୁ ଉପଲବ୍ଧୀ କରି ଏସପି ନିତିଶେଖରଙ୍କ ନିର୍ଦ୍ଦେଶକ୍ରମେ ପୁଲିସ କର୍ମଚାରୀମାନେ ନସଡ଼ିପୁର ଓ ଶାମଗୁଡ଼ିଆ ଅଂଚଳର ବସ୍ତିରେ ରହୁଥିôବା ଲୋକଙ୍କ ନିକଟରେ ପୁଲିସ କର୍ମଚାରୀମାନେ ପହଂଚି ଲୋକଙ୍କୁ କରୋନାରୁ ରକ୍ଷା ପାଇବାକୁ ହାତ ଧୋଇବାକୁ, ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ବୁଝାଇବା ସହ ଶୁଖିଲଶ ଖାଦ୍ୟପୁଡ଼ିଆ ବାଂଟିଥିଲେ । ଏସପି ନିତିଶେଖର ମଧ୍ୟ ସେଠାରେ ପହଂଚି ଲୋକଙ୍କ ମଧ୍ୟରେ ସଚେତନତାର ବାର୍ତା ବାଂଟିବା ସହ ଖାଦ୍ୟ ପୁଡ଼ଡ଼ିଆ ବଂଟନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking