30.1 C
Bhubaneswar
Thursday, January 23, 2025
Homeକମନୱେଲଥ ଗେମ୍ସଆଜିଠାରୁ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଉଦ୍‌ଘାଟନୀ ସମାରୋହରେ ସିନ୍ଧୁ ହେବେ ଧ୍ୱଜା ବାହକ

ଆଜିଠାରୁ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଉଦ୍‌ଘାଟନୀ ସମାରୋହରେ ସିନ୍ଧୁ ହେବେ ଧ୍ୱଜା ବାହକ

ବର୍ମିଂହାମ୍‌: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୨ତମ ସଂସ୍କରଣ ଇଂଲଣ୍ଡର ବର୍ମିଂହାମ୍‌ରେ ଆସନ୍ତାକାଲିଠାରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏଗାରଦିନ ଧରି ଆୟୋଜିତ ହେବାକୁ ଯାଉଛି । ଭାରତୀୟ ସମୟ ଗୁରୁବାର ରାତି ସାଢ଼େ ୧୧ଟା ବେଳେ ଆଲେକ୍‌ଜାଣ୍ଡର ଷ୍ଟାଡିୟମ୍‌ରେ ଏହାର ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହେବ । ଅଲିମ୍ପିକ୍ ଚାମ୍ପିଅନ୍ ନୀରଜ ଚୋପ୍ରା ଓହରିଯିବା ପରେ ଷ୍ଟାର୍ ଶଟ୍‌ଲର୍ ପିଭି ସିନ୍ଧୁ ଲଗାତାର ଦ୍ୱିତୀୟ ଥର ପାଇଁ ଉଦ୍‌ଘାଟନୀ ସମାରୋହରେ ଭାରତର ଧ୍ୱଜାବାହକ ହେବେ । ସେ ଗୋଲ୍ଡକୋଷ୍ଟ୍‌ରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଦଳର ଧ୍ୱଜାବାହକ ଥିଲେ । ପ୍ରତି ଚାରି ବର୍ଷରେ ଆୟୋଜିତ ଏହି କ୍ରୀଡ଼ା ମହାକୁମ୍ଭରେ ୭୨ଟି ଦେଶର ମୋଟ ୪୫,୦୦ରୁ ଊର୍ଦ୍ଧ୍ୱ ଖେଳାଳି ୧୯ଟି ଇଭେଣ୍ଟ୍‌ରେ ୨୮୩ ସ୍ୱର୍ଣ୍ଣ ପଦକ ପାଇଁ ପତିଦ୍ୱନ୍ଦ୍ୱିତା କରିବେ ।

ଭାରତ ପକ୍ଷରୁ ୨୧୫ ଜଣିଆ ଏକ ଶକ୍ତିଶାଳୀ ଦଳ ପଠାଯିବାକୁ ଥିବାବେଳେ ଅଲିମ୍ପିକ୍ ଚାମ୍ପିଅନ୍ ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରା ଆହତ କାରଣରୁ ଏବଂ ବର୍ମିଂହାମ୍ ଯାତ୍ରା ପୂର୍ବରୁ ଟ୍ରିପଲ୍ ଜମ୍ପ୍‌ରେ ଜାତୀୟ ରେକର୍ଡଧାରୀ କର୍ଣ୍ଣାଟକର ଐଶ୍ୱର୍ଯ୍ୟା ବାବୁ ଡୋପ୍ ଟେଷ୍ଟ୍‌ରେ ବିଫଳ ହୋଇ ଏଥିରୁ ବାଦ୍ ପଡ଼ିଛନ୍ତି। ଫଳରେ ୨୧୩ ଜଣ ଆଥ୍‌ଲେଟ୍‌ଙ୍କ ସହିତ ୧୦୭ ଅଧିକାରୀ ଏବଂ ସହାୟକ କର୍ମଚାରୀଙ୍କୁ ମିଶାଇ ଭାରତର ୩୨୦ ସଦସ୍ୟ ବିଶିଷ୍ଟ ଶକ୍ତିଶାଳୀ ଦଳ ଦେଶର ପ୍ରତିନିଧ୍ୱତ୍ୱ କରିବ ।

ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ଚଳିତ ବର୍ମିଂହାମ୍ କ୍ରୀଡ଼ାରେ ପୁରୁଷ ଆଥ୍‌ଲେଟ୍‌ଙ୍କ ପାଇଁ ୨୩୪ ସ୍ୱର୍ଣ୍ଣପଦକ ଥିବା ବେଳେ ମହିଳା ଆଥ୍‌ଲେଟ୍‌ଙ୍କ ନିମନ୍ତେ ୨୩୬ ସ୍ୱର୍ଣ୍ଣ ପଦକ ରହିଛି । ସେହିପରି ମିକ୍ସଡ୍ ଇଭେଣ୍ଟ୍‌ରେ ୧୦ ସ୍ୱର୍ଣ୍ଣ ପଦକ ରହିଛି । ଫଳରେ ବହୁ ଇଭେଣ୍ଟ୍ ବିଶିଷ୍ଟ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ପାଇଁ ଅଧିକ ସ୍ୱର୍ଣ୍ଣ ପଦକ ଜିତିବା ସୁଯୋଗ ରହିବ । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଥର ପାଇଁ ମହିଳା କ୍ରିକେଟ୍‌କୁ ସାମିଲ କରାଯାଇଛି । ହରମନ୍‌ପ୍ରୀତ୍ କୌର୍‌ଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ଜୁଲାଇ ୨୯ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଏହି ଇଭେଣ୍ଟ୍‌ରେ ବିଶ୍ୱ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ସ୍ୱର୍ଣ୍ଣ ପଦକର ପ୍ରବଳ ଦାବିଦାର କୁହାଯାଉଥିବା ବେଳେ ଭାରତ ମଧ୍ୟ ପଛରେ ରହିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking