22.1 C
Bhubaneswar
Friday, January 10, 2025
Homeଦେଶ ବିଦେଶନାବାଳିକାଙ୍କ ଜୀବନ ନେଲା ବାର୍ଡ ଫ୍ଲୁ

ନାବାଳିକାଙ୍କ ଜୀବନ ନେଲା ବାର୍ଡ ଫ୍ଲୁ

ହାଇଦ୍ରାବାଦ: ବାର୍ଡ ଫ୍ଲୁ ଠାରୁ ସତର୍କ ରୁହନ୍ତୁ । କୁକୁଡାଙ୍କ ଠାରେ ଏହି ସଂକ୍ରମଣ ବ୍ୟାପୁଥିଲେ ମଧ୍ୟ ଏହା ବେଳେବେଳେ ମଣିଷଙ୍କୁ ମଧ୍ୟ ପ୍ରଭାବିତ କରିପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏନେଇ ଚେତାବନୀ ଦେଇଛି । ଡବ୍ଲୁଏଚ୍‌ଓ କହିଛି ଯେ, ଏଚ୍‌୫ଏନ୍‌୧ ଇନଫ୍ଲୁଏଞ୍ଜା ଏକପ୍ରକାର ଫ୍ଲୁ, ଯାହା ସାଧାରଣତଃ ଅସୁସ୍ଥ କୁକୁଡ଼ାମାନଙ୍କ ମଧ୍ୟରେ ବ୍ୟାପିଥାଏ, କିନ୍ତୁ ଏହା ବେଳେବେଳେ କୁକୁଡ଼ାଠାରୁ ମଣିଷ ପର୍ଯ୍ୟନ୍ତ ମଧ୍ୟ କାୟା ବିସ୍ତାର କରିପାରେ । ଦକ୍ଷିଣ ପୂର୍ବ କାମ୍ବୋଡିଆର ପ୍ରି ୱେଙ୍ଗ ପ୍ରଦେଶର ଏଚ୍‌୫ଏନ୍‌୧ ଇନଫ୍ଲୁଏଞ୍ଜା ସଂକ୍ରମଣରେ ଜଣେ ୧୧ ବର୍ଷିୟ ବାଳିକାର ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଂକ୍ରାମକ ରୋଗ ନିୟନ୍ତ୍ରଣ ବିଭାଗ ଏନେଇ ସୂଚନା ଦେଇଛି ।

ତେବେ ଏଚ୍‌୫ଏନ୍‌୧ ଇନଫ୍ଲୁଏଞ୍ଜାର ମୃତ୍ୟୁ ପରେ ସବୁଠି ସଚେତନତା ବୃଦ୍ଧି ପାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏନେଇ ସଚେତନ କରାଇଛି । ରିପୋର୍ଟ ଅନୁସାରେ ଝାଡଖଣ୍ଡରେ ୪୦୦ରୁ ଅଧିକ କୁକୁଡା ସଂକ୍ରମିତ ଚିହ୍ନଟ ହେବା ପରେ ସେଠାରେ ସତର୍କତା ଜାରି କରାଯାଇଛି । ପ୍ରାଣ ହରାଇଥିବା ସମ୍ପୃକ୍ତ ନାବାଳିକାଙ୍କୁ ସାଧାରଣ ଜ୍ୱର, କାଶ ଏବଂ ଗଳା ଯନ୍ତ୍ରଣା ହେବାରୁ ସେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଜାତୀୟ ଶିଶୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏହି ମାମଲା ପରେ ଡାକ୍ତରମାନେ କୁକୁଡାକୁ ସ୍ପର୍ଶ ନକରିବାକୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking