ନୂଆଦିଲ୍ଲୀ: ଲୋକମାନେ ସୁନ୍ଦର ଦେଖାଯିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାଆନ୍ତି। ଘରେ ଫେସ ପ୍ୟାକ ହେଉ କିମ୍ବା ଅସ୍ତ୍ରୋପଚାର ମଧ୍ୟ କରିବାକୁ ପଛାନ୍ତି ନାହିଁ। ସେହିଭଳି, ପାର୍ଲରକୁ ଯାଇ ବିଭିନ୍ନ ଫେସିଆଲ ମଧ୍ୟ କରନ୍ତି। ନିକଟରେ ଏକ ଫେସିଆଲ ବେଶ ଭାଇରାଲ ହେଉଛି। ପକ୍ଷୀ ମଳରୁ ପ୍ରସ୍ତୁତ ହୋଇଥିବା ଏହି ଫେସିଆଲ ବ୍ୟବହାର ଫଳରେ ମୁହଁରେ ଚମକ ଆସୁଛି ଶୁଣିବାକୁ ମିଳୁଛି।
ପକ୍ଷୀ ମଳରେ ଫେସିଆଲ କରିବା କୌଣସି ନୂଆ ପଦ୍ଧତି ନୁହେଁ, ବରଂ ଏକ ପ୍ରାଚୀନ ପଦ୍ଧତି ଯାହା ଆଜି ପର୍ୟ୍ୟନ୍ତ ଲୋକମାନେ ବ୍ୟବହାର କରୁଛନ୍ତି। ଡେଲି ମେଲର ରିପୋର୍ଟ ଅନୁଯାୟୀ, ଚର୍ମକୁ ସୌନ୍ଦର୍ୟ୍ୟକରଣ ଏବଂ କୋମଳ କରିବା ପାଇଁ ପକ୍ଷୀମାନଙ୍କ ମଳକୁ ମୁହଁରେ ଲଗାଯାଏ। ଏହାକୁ ବାର୍ଡ ପୁପୁ ଫେସିଆଲ କୁହାଯାଏ। କିନ୍ତୁ ଏହା ଯେକୌଣସି ପକ୍ଷୀ ମଳରୁ ପ୍ରସ୍ତୁତ ହୁଏ ନାହିଁ। ଏହା ଏକ ନିର୍ଦ୍ଦିଷ୍ଟ ଚଢ଼େଇ ମଳରୁ ତିଆରି ହୁଏ। ‘ କାରଣ ଏହା ବୁଲବୁଲ ପକ୍ଷୀର ମଳରୁ ତିଆରି କରାଯାଇଥାଏ।
ଡେଲି ମେକ୍ ଅନୁଯାୟୀ ଏହାକୁ ଜାପାନିଜ୍ ଫେସିଆଲ୍ ବା ‘ଗିସା ଫେସିଆଲ୍ ମଧ୍ୟ କୁହାଯାଏ। ଜାପାନୀ ନୃତ୍ୟ ନାଟକ କାବୁକି ପ୍ରଦର୍ଶନ କରୁଥିବା ମହିଳା ଜାପାନୀ କଳାକାର ଗିଶା ଓ କଳାକାରମାନେ ୧୭ ଶତାବ୍ଦୀରେ ଏହାର ବ୍ୟବହାର କରିବା ଆରମ୍ଭ କରିଥିଲେ। କଳାକାରମାନଙ୍କୁ ସୀସା(ଖରୟ) ମିଶ୍ରିତ ମେକଅପ ପ୍ରୟୋଗ କରିବାକୁ ପଡୁଥିଲା, ଯେଉଁ କାରଣରୁ ସେମାନଙ୍କର ଚର୍ମ ନଷ୍ଟ ହୋଇଯାଇଥିଲା। ସେହି ସମୟରେ ମୁହଁରେ ପକ୍ଷୀ ମଳ ଲଗାଇ ସେମାନେ ଦେଖିଲେ ଚର୍ମ ଚମକି ଉଠୁଛି ଏବଂ ନରମ ହୋଇଯାଉଛି।