33.1 C
Bhubaneswar
Monday, May 4, 2026
Homeଦେଶ ବିଦେଶଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀ ମୃତ

ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀ ମୃତ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା । ଏକ ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କୁ ବଦାୟୁଁ ଜିଲ୍ଲାର ଜମାଲପୁର ଗ୍ରାମର ନିବାସୀ ଓମପ୍ରକାଶଙ୍କ ପୁଅ ଲୋକେଶ (୨୫) ବୋଲି ଚିହ୍ନଟ କରାଯାଇଛି । ସୂଚନାରୁ ପ୍ରକାଶ, ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଲୋକେଶ ତାଙ୍କ ସାନ ଭାଇଙ୍କ ପାଇଁ ବିବାହ ଭୋଜି ଦେବା ପାଇଁ ଶାହବାଦର ନବାବପୁରା ଏବଂ ଲସ୍କରଗଞ୍ଜ ଗ୍ରାମକୁ ଯାଥିଲେ।ଯୁବକ ଜଣକ ଲସ୍କରଗଞ୍ଜରେ ବିବାହ ଭୋଜି ଦେବା ପରେ ତାଙ୍କ ବାଇକରେ ମୋରାଦାବାଦ ଅଭିମୁଖେ ଯାଉଥିଲେ।  ସେହି ସମୟରେ ଶାହାବାଦ ଚନ୍ଦୌସି ରୋଡର ହିମ୍ମତପୁର ମୋଡ ନିକଟରେ ଏକ ଅଜଣା ଗାଡି ଲୋକେଶଙ୍କ ବାଇକ୍‌କୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋର୍ ଥିଲା ଯେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking