କଟକ : ଦ୍ରୁତ ଗତିରେ ବାଇକ ଆସି ବିଦ୍ୟୁତ ଖୁଣ୍ଟରେ ବାଡେଇ ହୋଇଛି । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା କଟକ ହରିପୁର ଅଞ୍ଚଳରେ ଘଟିଛି । ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।ବାଇକଟି ଜଣେ ଯୁବତୀଙ୍କୁ ଧକ୍କା ଦେବା ପରେ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା । ଯୁବତୀ ଜଣଙ୍କ ବଞ୍ଚିଯାଇଥିଲେ । ହେଲେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି ।