ଗଞ୍ଜାମ: ଭଞ୍ଜନଗର ଥାନା ଶ୍ରୀରାମନଗର ନିକଟରେ ଥିବା ଓଭରବ୍ରିଜ୍କୁ ପିଟି ହେଲା ବାଇକ୍ । ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ୍ରେ ବସିଥିବା ସ୍ତ୍ରୀ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଗାଲେରୀ ଗାଁର ବିଷ୍ଣୁ ଚରଣ ବେହେରା । ବିଷ୍ଣୁ ଚରଣ ଏବଂ ସ୍ତ୍ରୀ ଜୟନ୍ତୀ ବେହେରା ଗାଲେରୀରୁ ବାଇକ୍ ଯୋଗ ଭଞ୍ଜନଗର ଯାଉଥିଲେ ।
କୌଣସି କାରଣରୁ ଭାରସାମ୍ୟ ହରାଇ ଶ୍ରୀରାମ ନଗର ନିକଟରେ ଥିବା ପୋଲରେ ବାଇକ୍ଟି ପିଟି ହୋଇଥିଲା । ଉଭୟେ ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ସ୍ୱାମୀ ବିଷ୍ଣୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସ୍ତ୍ରୀ ଜୟନ୍ତୀ ପ୍ରାଥମିକ ଚିକିତ୍ସା ପରେ ସ୍ୱାଭାବିକ ହୋଇଥିଲେ ।
ଭଞ୍ଜନଗର ପୁଲିସ ଡାକ୍ତରଖାନାରେ ପହଞ୍ôଚ ମୃତ ଦେହକୁ ଜବତ କରିବା ସହ ତଦନ୍ତ କରି ବ୍ୟବଚ୍ଛେଦ ଗୃହକୁ ପଠାଇ ଦିଆଯାଇଥିଲା । ଏ ନେଇ ଭଞ୍ଜନଗର ଥାନାରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାଶ ସୂଚନା ଦେଇଛନ୍ତି ।