30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶନେପାଳୀ ପ୍ରେମିକାଙ୍କୁ ଛାଡ଼ି ବିହାରୀ ପ୍ରେମିକ ଫେରାର

ନେପାଳୀ ପ୍ରେମିକାଙ୍କୁ ଛାଡ଼ି ବିହାରୀ ପ୍ରେମିକ ଫେରାର

ଲକ୍ଷ୍ନୌ : ସୀମା ପାର୍‌ ପ୍ରେମ କାହାଣୀ ଲମ୍ବିବାରେ ଲାଗିଛି । ପାକିସ୍ତାନରୁ ଭାରତକୁ ପଳାଇ ଆସିଥିବା ଦୁଇ ମହିଳା ଓ ଭାରତରୁ ପଳାଇ ଯାଇ ପାକିସ୍ତାନରେ ପ୍ରେମ ବିବାହ କରିଥିବା ଜଣେ ମହିଳାଙ୍କୁ ନେଇ ଉଭୟ ଦେଶରେ ପ୍ରାୟ ମାସେ ଧରି ଚାଲିଥିବା ଚର୍ଚ୍ଚା ଥମୁ ନଥିବାବେଳେ ଏବେ ଏଥିରେ ଯୋଡ଼ି ହୋଇଛି ନେପାଳର ପ୍ରେମ କାହାଣୀ।

ସୂଚନାନୁଯାୟୀ, ନେପାଳରୁ ଜଣେ ମହିଳା ସଙ୍ଗୀତା ଦେବୀ ବିହାରର ଦରଭଙ୍ଗା ଅନ୍ତର୍ଗତ ବକରଗଞ୍ଜଠାରେ ରହୁଥିବା ତାଙ୍କ ପ୍ରେମିକ ଗୋବିନ୍ଦ କୁମାରଙ୍କ ନିକଟକୁ ପରିବାର ଓ ଦୁଇ ସନ୍ତାନଙ୍କୁ ଛାଡ଼ି ଚାଲିଆସିଛନ୍ତି । ସେ ବହୁ କଷ୍ଟରେ ଖୋଜିଖୋଜି ଗୋବିନ୍ଦଙ୍କ ଘରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ସ୍ବାଗତ କରାଯିବା ବଦଳରେ ଦୂରେଇ ଦିଆଯାଇଛି। ସଙ୍ଗୀତାଙ୍କୁ ନେଇ ପରିବାରରେ ଝଡ଼ ଉଠିଥିବାବେଳେ ପ୍ରେମିକ ଗୋବିନ୍ଦ ଘରୁ ଖସି ପଳାଇଛନ୍ତି। ଗୋବିନ୍ଦ ଏବେ ସଙ୍ଗୀତାଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି।

ସଙ୍ଗୀତା ଶୁକ୍ରବାର ଗୋବିନ୍ଦଙ୍କ ଘରେ ପହଞ୍ଚିଥିଲେ। ସଙ୍ଗୀତା ଗୋବିନ୍ଦଙ୍କୁ ବିବାହ କରିଥିବା ଓ ସେ ତାଙ୍କ ସ୍ବାମୀ ବୋଲି ଦାବି କରିଥିଲେ। ତାଙ୍କଠାରୁ ସବୁ ଶୁଣିବା ପରେ ଗୋବିନ୍ଦଙ୍କ ପତ୍ନୀ ସଙ୍ଗୀତାଙ୍କୁ ଗାଳିଫଜିତ କରିବା ସହ ଘରେ ପୂରାଇ ଦେଇନଥିଲେ। ଏଥିନେଇ ପାଟିତୁଣ୍ଡ ହେବାରୁ ସେଠାରେ ଲୋକ ଜମା ହୋଇଯାଇଥିଲେ। ଏହି ମଉକାରେ ଗୋବିନ୍ଦ ଘରୁ ଖସି ପଳାଇଥିଲାବେଳେ ପୁଲିସ ସେଠାରେ ପହଞ୍ଚିଥିଲା। ବହୁ ବୁଝାସୁଝା ସତ୍ତ୍ବେ ସଙ୍ଗୀତା ଆଉ ନେପାଳ ଫେରିବାକୁ ରାଜି ନହୋଇ ଗୋବିନ୍ଦଙ୍କ ଘର ସମ୍ମୁଖରେ ଧାରଣାରେ ବସିଥିଲେ। ଏଭଳି ଅବସ୍ଥାରେ ଗୋବିନ୍ଦ ରହୁଥିବା ଭଡ଼ା ଘରର ମାଲିକ ତୁରନ୍ତ ଘର ଛାଡ଼ିବାକୁ ତାଙ୍କୁ ନିର୍ଦେଶ ଦେଇଛନ୍ତି। ବିଚରା ସଙ୍ଗୀତା ଏବେ କେଉଁ କୂଳର ହେବେ ସେଥିନେଇ ଚିନ୍ତାରେ ପଡ଼ିଛନ୍ତି ।

ତାଙ୍କ କହିବାନୁସାରେ ବିହାର ସଂଲଗ୍ନ ନେପାଳ ସୀମାରେ ତାଙ୍କ ଘର। ପୂର୍ବ ଚମ୍ପାରଣ ଅନ୍ତର୍ଗତ ରକ୍ସଉଲସ୍ଥିତ ବନ୍ଧନ ବ୍ୟାଙ୍କରେ କାମ କରୁଥିବା ଗୋବିନ୍ଦଙ୍କ ସହ ତାଙ୍କର ପ୍ରଥମେ ସାମାଜିକ ଗଣମାଧ୍ୟମ ଜରିଆରେ ପରିଚିତି ପରେ ସମ୍ପର୍କ ନିବିଡ଼ ହୋଇଥିଲା। ସୀମାନ୍ତ ଅଞ୍ଚଳରେ ଗୋବିନ୍ଦଙ୍କ ସହ ତାଙ୍କର ନିୟମିତ ଦେଖାସାକ୍ଷାତ୍‌ ହୁଏ ଓ ସ୍ଥାନୀୟ ଏକ ମନ୍ଦିରରେ ଉଭୟଙ୍କର ବିବାହ ହୋଇଛି। କିଛି କାଳ ଗୋବିନ୍ଦଙ୍କ ସହ ତାଙ୍କର ଦେଖା ନହେବାରୁ ସେ ଚିନ୍ତାରେ ପଡ଼ିଥିଲେ। ସେ ଜାଣିବାକୁ ପାଇଲେ ଯେ ଗୋବିନ୍ଦଙ୍କର ଦରଭଙ୍ଗା ବଦଳି ହୋଇଯାଇଛି; ତେଣୁ ସେ ଖୋଜିଖୋଜି ଏଠାରେ ପହଞ୍ଚିଥିବା କହିଛନ୍ତି।

ଅନ୍ୟ ଏକ ଘଟଣାରେ ଦକ୍ଷିଣ କୋରିଆର କିମ୍‌ ମୋ-ନି ତାଙ୍କ ଭାରତୀୟ ପ୍ରେମିକ ସୁଖଜିତ୍‌ ସିଂହଙ୍କୁ ବିବାହ ପାଇଁ ଉତ୍ତର ପ୍ରଦେଶରେ ପହଞ୍ଚିଛନ୍ତି । ଶିଖ୍‌ ପରମ୍ପରାରେ ସେମାନଙ୍କର ବିବାହ ମଧ୍ୟ ହୋଇଛି। କୋରିଆର ବୁସାନ୍‌ସ୍ଥିତ ଏକ କଫି ସପ୍‌ରେ ସେମାନଙ୍କ ପରିଚୟ ପରେ ପ୍ରେମ ଆରମ୍ଭ ହୋଇଥିଲା। ସୁଖଜିତ୍‌ ଭାରତ ଫେରିବା ପରେ ତାଙ୍କ ପଛେ ପଛେ କିମ୍‌ ତିନି ମାସିଆ ପର୍ଯ୍ୟଟକ ଭିସାରେ ଆସି ଏଠାରେ ପହଞ୍ଚିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking