ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ବଜେଟ ଅଧିବେଶନ । ତେବେ ଏହାର ଦୁଇ ଦିନ ପରେ ଅର୍ଥାତ ଫେବୃଆରୀ ୨୭ ତାରିଖରେ ରାଜ୍ୟର ବଜେଟ ଉପସ୍ଥାନ କରାଯିବ । ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୬ ତାରିଖ ଯାଏଁ ୨ଟି ପର୍ଯ୍ୟାୟରେ ବିଧାନସଭା ଅଧିବେଶନ ଚାଲିବ । ଫ୍ରେବୃୟାରୀ ୨୧ରୁ ମାର୍ଚ୍ଚ ୨ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଲ ୬ ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ ଚାଲିବ ବିଧାନସଭା ଅଧିବେଶନ ।