ନୂଆଦିଲ୍ଲୀ: ବିହାରରେ ସରିଛି ଜାତିଗତ ଗଣନା । ଏନେଇ ରିପୋର୍ଟ ଜାରି କରିଛନ୍ତି ବିହାର ସରକାର । ରାଜ୍ୟରେ ୩୬ ପ୍ରତିଶତ ଅତି ପଛୁଆବର୍ଗର ଲୋକ ବାସ କରୁଥିବା ବେଳେ ୨୭ ପ୍ରତିଶତ ପଛୁଆବର୍ଗର ଲୋକ ବାସ କରୁଛନ୍ତି ସରକାର ରିପୋର୍ଟରେ ଦର୍ଶାଇଛନ୍ତି । ସେହିଭଳି ୧୯ ପ୍ରତିଶତ ଅତି ଅନୁସୂଚିତ ଜାତି ଓ ୧.୬୮ ପ୍ରତିଶତ ଅନୁସୂଚିତ ଜାତିର ଲୋକ ବାସ କରୁଛନ୍ତି । ନୀତିଶ ସରକାର ରାଜ୍ୟରେ ଜାତୀୟ ଜନଗଣନା କାର୍ୟ୍ୟ ସମାପ୍ତ କରିଛନ୍ତି । ସୋମବାର ଦିନ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ସହିତ ଅନ୍ୟ ଅଧିକାରୀମାନେ ମିଳିତ ଭାବେ ଏହି ରିପୋର୍ଟ ଜାରି କରିଛନ୍ତି । ଜାତିଗତ ଜନଗଣନା ପରେ ବିହାରର ମୋଟ ଜନସଂଖ୍ୟା ୧୩ କୋଟିରୁ ଅଧିକ ବୋଲି କୁହାଯାଇଛି । ରିପୋର୍ଟ ମୁତାବକ ବିହାରରେ ମୋଟ ଜନସଂଖ୍ୟା ୧୩ କୋଟି ୭ ଲକ୍ଷ ୨୫ ହଜାର ୩୧୦ ଜଣ । ବିହାର ସରକାରଙ୍କ ତରଫରୁ ବିକାଶ ଅଧିକାରୀ ବିବେକ ସିଂ ସାମ୍ବାଦିକ ସମ୍ମିଳନୀ କରି ହକିଛନ୍ତି କି ବିହାରରେ ଉଚ୍ଚ ଜାତିର ଲୋକଙ୍କ ସଂଖ୍ୟା ୧୫.୨ ପ୍ରତିଶତ ।