19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶକୁମ୍ଭ ମେଳା ମଧ୍ୟରେ କରୋନା ଟେଷ୍ଟରେ ଜାଲିଆତି

କୁମ୍ଭ ମେଳା ମଧ୍ୟରେ କରୋନା ଟେଷ୍ଟରେ ଜାଲିଆତି

ହରିଦ୍ୱାର: ହରିଦ୍ୱାର କୁମ୍ଭମେଳା ମଧ୍ୟରେ ହରିଦ୍ୱାର ଆସିଥିବା ଶ୍ରଦ୍ଧାଳୁଙ୍କ କରୋନା ଟେଷ୍ଟରେ ବଡ ଧରଣର ଗଡବଡ କରାଯାଇଥିବା ସାମ୍ନାକୁ ଆସିଛି । ଆଇସିଏମଆର ନିର୍ଦ୍ଦେଶରେ ହରିଦ୍ୱାର ଜିଲ୍ଲାଅଧିକାରୀ କରୋନା ଟେଷ୍ଟରେ ଗଡବଡ ନେଇ ଯାଂଚ ପାଇଁ ଅଧିକାରୀଙ୍କ ସମିତି ଗଠନ କରିଛନ୍ତି । ଏହି ମାମଲା ହରିଦ୍ୱାର କୁମ୍ଭ ମେଳା ମଧ୍ୟରେ କରୋନା ଟେଷ୍ଟ କରୁଥିବା ପ୍ରାଇଭେଟ ଲ୍ୟାବ ସହ ଜଡିତ । ସ୍ୱାସ୍ଥ୍ୟ ବିଭାଗର ପ୍ରାରମ୍ଭିକ ତଦନ୍ତରେ ସାମ୍ନାକୁ ଆସିଛି ଯେ, ଏକ ଘରୋଇ ଲ୍ୟାବ ଟେଷ୍ଟ ସଂଖ୍ୟା ଅଧିକ ଦେଖାଇବା ପାଇଁ ନକଲ ଆଧାର କାର୍ଡ ଜମା କରି ଟେଷ୍ଟ କରିଛି । ଆପଣଙ୍କୁ କହିରଖୁଛୁ, କୁମ୍ଭ ମେଳା ୨୦୨୧ ମଧ୍ୟରେ ହରିଦ୍ୱାର ଆସିଥିବା ଶ୍ରଦ୍ଧାଳୁଙ୍କ ଘରୋଇ ଲ୍ୟାବ ଦ୍ୱାରା କରାଯାଇଥିବା ଟେଷ୍ଟ ଏବେ ପ୍ରଶ୍ନ ଘେରକୁ ଆସିଛି । ଘରୋଇ ଲ୍ୟାବ ଦ୍ୱାରା ଜାଲିଆତି କରି ଶ୍ରଦ୍ଧାଳୁଙ୍କ ଟେଷ୍ଟ କରି କୁମ୍ଭ ମେଳା ପ୍ରଶାସନକୁ ଲକ୍ଷ ଲକ୍ଷ ଟଙ୍କାର ଚୂନ ଲଗାଇବା ନେଇ ପ୍ରୟାସ କରାଯାଇଛି । ଏହି ଘରୋଇ ଲ୍ୟାବ ଦ୍ୱାରା ଗୋଟିଏ ଫୋନ ନମ୍ବରକୁ ଅନେକ ଶ୍ରଦ୍ଧାଳୁଙ୍କ ଟେଷ୍ଟ ରିପୋର୍ଟରେ ଦିଆଯାଇଛି । ଅନେକ ଟେଷ୍ଟ ରିପୋର୍ଟରେ ଗୋଟିଏ ଆଧାର କାର୍ଡର ବ୍ୟବହାର ବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking