19.1 C
Bhubaneswar
Monday, November 18, 2024
Homeଓଡିଶାଗ୍ରୁପ୍ 'ସି' କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା

ଗ୍ରୁପ୍ ‘ସି’ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅଧୀନରେ କାମ କରୁଥିବା ଗ୍ରୁପ୍ ସି କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ସରକାର । ଏଣିକି ସେମାନଙ୍କ ପଦୋନ୍ନତି ଲାଗି ଆଉ ୫ ବର୍ଷର ସିସିଆର କିମ୍ବା ପାରଦର୍ଶିତା ରିପୋର୍ଟ (ପିଏଆର୍) ଆବଶ୍ୟକତା ପଡ଼ିବ ନାହିଁ। ଏହାବଦଳରେ ସମ୍ପୃକ୍ତ କର୍ମଚାରୀ କାମ କରୁଥିବା ଉପରିସ୍ଥ ଅଧିକାରୀଙ୍କ ଗୋଟିଏ ମାତ୍ର ମନ୍ତବ୍ୟ ତାଙ୍କୁ ପରବର୍ତ୍ତୀ ପାହାଚ ଚଢ଼ିବା ଅର୍ଥାତ୍ ପଦୋନ୍ନତି ଦେବାରେ ସହାୟକ ହେବ । ଏଥିନେଇ ୧୯୯୨ ମସିହାର ଓଡ଼ିଶା ପ୍ରଶାସନିକ ସେବାର ପଦୋନ୍ନତି ନିୟମାବଳୀରେ ସରକାର ସଂଶୋଧନ କରିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ଏହାରି ଉପରେ ମୋହର ଲଗାଇଥିବା ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର କହିଛନ୍ତି ।

ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପଦୋନ୍ନତି ଲାଗି ୫ବର୍ଷର ସିସିଆର୍ ବା ଚରିତ୍ର ପ୍ରମାଣପତ୍ର ଆବଶ୍ୟକ ପଡ଼ୁଥିଲା । ପୁଣି ପଦବୀ ଅନୁସାରେ ପ୍ରାର୍ଥୀ ଅଧିକ ହେଉଥିଲେ ଆହୁରି ପିଛିଲା ୩ ବର୍ଷର ସିସିଆର୍ ବା ପିଏଆର୍ ଆବଶ୍ୟକ ପଡ଼ୁଥିଲା। କିନ୍ତୁ ବିଭିନ୍ନ କାରଣ ଯୋଗୁ ଉପରିସ୍ଥ ଅଧିକାରୀମାନେ ଏହି ସିସିଆର୍ ବା ପିଏଆରକୁ ଠିକଣା ଭାବେ ରେକର୍ଡ଼ କରୁନଥିବା ଅଭିଯୋଗ ହୋଇ ଆସୁଥିଲା । ଅର୍ଥାତ୍ ଗ୍ରୁପ୍ ସି କର୍ମଚାରୀଙ୍କ କ୍ଷେତ୍ରରେ ଏହି ପ୍ରମାଣପତ୍ର ମିଳୁ ନଥିବାରୁ ଅନେକ କର୍ମଚାରୀଙ୍କର ପଦୋନ୍ନତି ବକେୟା ପଡ଼ିଥିଲା । ଏହାକୁ ବିବେଚନା କରି ରାଜ୍ୟ ସରକାର ୧୯୯୨ ଓଡ଼ିଶା ପ୍ରଶାସନିକ ସେବା ନିୟମରେ ସଂଶୋଧନ ଆଣିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking