ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱର ଉତ୍ତର ବିଧାୟକ ତଥା ବିଜେଡ଼ି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ସୁଶାନ୍ତ କୁମାର ରାଉତ କରୋନା ଆକ୍ରାନ୍ତ ହୋଇଛନ୍ତି । କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହାସହ ସେ ହୋମ ଆଇସୋଲେସନରେ ରହିବା ସହ ସୁସ୍ଥ ଅଛନ୍ତି । ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ସଙ୍ଗରୋଧରେ ରହିବା ସହ ତୁରନ୍ତ ନିଜର କରୋନା ଟେଷ୍ଟ କରାଇ ନେବାକୁ ଅରୁଣ ସାହୁ ଅନୁରୋଧ କରିଛନ୍ତ ।
ସୂଚନା ଯୋଗ୍ୟ, ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ରାଜ୍ୟରେ ଆଜି ପୁଣି ୩୦୨୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୪୪ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧,୧୮୧ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୫୬୧ କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ଦ୍ବିତୀୟ ସର୍ବାଧିକ ୩୧୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ନୟାଗଡ଼ ଜିଲ୍ଲାରୁ ୬୭, ଗଞ୍ଜାମ ଜିଲ୍ଲାରୁ ୨୦୭, ବଲାଙ୍ଗୀର ଜିଲ୍ଲାରୁ ୨୪, ବାଲେଶ୍ବର ଜିଲ୍ଲାରୁ ୪୦, କୋରାପୁଟ ଜିଲ୍ଲାରୁ ୧୩୯, ଭଦ୍ରକ ଜିଲ୍ଲାରୁ ୯୪, ରାୟଗଡ଼ା ଜିଲ୍ଲାରୁ ୧୩, ପୁରୀ ଜିଲ୍ଲାରୁ ୧୩୬, ସୁନ୍ଦରଗଡ଼ ଜିଲ୍ଲାରୁ ୫୬, ଜଗତସିଂହପୁର ଜିଲ୍ଲାରୁ ୭୮, ସମ୍ବଲପୁର ଜିଲ୍ଲାରୁ ୮୩, କଳାହାଣ୍ଡି ଜିଲ୍ଲାରୁ ୮୨, ଯାଜପୁର ଜିଲ୍ଲାରୁ ୮୫, କନ୍ଧମାଳ ଜିଲ୍ଲାରୁ ୨୨, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୨୮, ମାଲକାନଗିରି ଜିଲ୍ଲାରୁ ୩୨, ଗଜପତି ଜିଲ୍ଲାରୁ ୨୯, ମୟୂରଭଞ୍ଜ ଜିଲ୍ଲାରୁ ୨୧୫ , ଝାରସୁଗୁଡ଼ା ଜିଲ୍ଲାରୁ ୫୫, ଢେଙ୍କାନାଳ ଜିଲ୍ଲାରୁ ୧୩୨, ନବରଙ୍ଗପୁର ଜିଲ୍ଲାରୁ ୪୬, କେନ୍ଦୁଝର ଜିଲ୍ଲାରୁ ୫୦, ସୁବର୍ଣ୍ଣପୁର ଜିଲ୍ଲାରୁ ୨୨, ଅନୁଗୁଳ ଜିଲ୍ଲାରୁ ୫୮, ବରଗଡ଼ ଜିଲ୍ଲାରୁ ୬୧, ନୂଆପଡ଼ା ଜିଲ୍ଲାରୁ ୭୯, ଦେବଗଡ଼ ୧ ଓ ବୌଦ୍ଧ ଜିଲ୍ଲାରୁ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।