21.1 C
Bhubaneswar
Monday, November 18, 2024
Homeଓଡିଶା୮ଟା ୩୦ ସୁଦ୍ଧା ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର

୮ଟା ୩୦ ସୁଦ୍ଧା ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର: ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ସକାଳ ୮ଟା ପରେ ଘରକୁ ବାହାରିବା କଷ୍ଟକର ହୋଇପଡୁଛି । ଆଜି ସକାଳ ୮ଟା ୩୦ ସୁଦ୍ଧା ୩୨ ଡିଗ୍ରୀ ଟପିଛି ପାରଦ। ରାଜଧାନୀ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ରାଜଧାନୀର ତାପମାତ୍ରା ୩୨.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପାରାଦୀପ ୩୨ ଡିଗ୍ରୀ, ପୁରୀ ୩୨ଡିଗ୍ରୀ, କେନ୍ଦୁଝର ୩୨ଡିଗ୍ରୀ ବାଲେଶ୍ବର ୩୧.୮ ଡିଗ୍ରୀ, ଚାନ୍ଦବାଲି ୩୧.୬ ଡିଗ୍ରୀ, ଝାରସୁଗୁଡା ୩୦.୮ ଡିଗ୍ରୀ, ହୀରାକୁଦ ୩୦. ୨ ଡିଗ୍ରୀ, ସମ୍ବଲପୁର ୩୦ ଡିଗ୍ରୀ, ରାଉରକେଲା ୩୦ ଡିଗ୍ରୀ ଓ ଗୋପାଳପୁରରେ ୨୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଆସନ୍ତା ୫ ଦିନ ଯାଏ ଦିନ ତାପମାତ୍ରା ଅଧିକାଂଶ ସ୍ଥାନରେ ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବାର ଆଶଙ୍କା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏଥ୍‌ସହ ଗ୍ରୀଷ୍ମପ୍ରବାହ ନେଇ ଆଜି ପାଇଁ ୫ ଜିଲ୍ଲାକୁ ୟେଲୋ ୱାଣ୍ଡିଂ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡ଼ିକ ହେଲା କଟକ, ନୟାଗଡ଼, ଢେଙ୍କାନାଳ, ଭଦ୍ରକ ଓ ଯାଜପୁର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking