29.1 C
Bhubaneswar
Saturday, May 31, 2025
Homeଓଡିଶାଭୁବନେଶ୍ୱର ଜିଲ୍ଲା କଂଗ୍ରେସର ଉତର ନିର୍ବାଚନ ମଣ୍ଡଳୀରେ “ଘର ଘର କଂଗ୍ରେସ ଘର ଘର ହାତ”...

ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ଉତର ନିର୍ବାଚନ ମଣ୍ଡଳୀରେ “ଘର ଘର କଂଗ୍ରେସ ଘର ଘର ହାତ” କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର – ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଉତର ନିର୍ବାଚନ ମଣ୍ଡଳୀର ୪ଟି ୱାର୍ଡରେ ବ୍ଲକ ସଭାପତି ଅଶୋକ କୁମାର ଦାସଙ୍କ ତତ୍ୱାବଧାନରେ “ଘର ଘର କଂଗ୍ରେସ ଘର ଘର ହାତ” କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ପଦଯାତ୍ରା ୨୭ ନଂ ୱାର୍ଡ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ପାଖରୁ ବାହାରି ଯଥାକ୍ରମେ ୧୬ ନଂ ଓ ୨୦ ନଂ ୱାର୍ଡ ଦେଇ ୨୬ ନଂ ୱାର୍ଡ ମୁଣ୍ଡାସାହି ଛକରେ ସମାପ୍ତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଓ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ମିଳିତ ଭାବେ ଯୋଗଦେଇ କେନ୍ଦ୍ର ଶାସିତ ବିଜେପି ସରକାର ଓ ରାଜ୍ୟ ବିଜେଡ଼ି ସରକାରଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ନାରୀ ସୁରକ୍ଷା, ରୋଜଗାର, ଅପପୃଷ୍ଟି, ଗରିବି ଏପରି ବିଭିନ୍ନ କ୍ଷେତ୍ରରେ ବିଫଳତା ବିଷୟରେ ସରକାରଙ୍କୁ ଭର୍ତ୍ସନା କରିଥିଲେ । ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଗରିବ, ନିଷ୍ପେସିତ, ଦଳିତ ଲୋକଙ୍କ ସ୍ୱାର୍ଥ ପାଇଁ କଂଗ୍ରେସ ଦଳ ସଦାସର୍ବଦା ସଂଘର୍ଷ ଜାରି ରଖିବ । ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରତ୍ୟେକ ପଂଚାୟତ, ୱାର୍ଡ ଓ ବ୍ଲକରେ କଂଗ୍ରେସ ସାଧାରଣ ଲୋକଙ୍କ ପାଖକୁ ଯାଇ ଉଭୟ ବିଜେପି ଓ ବିଜେଡ଼ି ଦଳର ମିଥ୍ୟା ପ୍ରତିଶ୍ରୁତିକୁ ସାମନାକୁ ଆଣିବା ସହ କଂଗ୍ରେସ ଦଳ ଜନସାଧାରଣଙ୍କ ପାଇଁ ବିଗତ ଦିନ ମାନଙ୍କରେ କ’ଣ କରିଛି ଓ ଆଗକୁ ଯେଉଁ ସବୁ ବିକାଶମୂଳକ କାର୍ଯ୍ୟ କରିବ ସେ ବିଷୟରେ ଅବଗତ କରାଇବ ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ମନୋଜ ବିଶ୍ୱାଳ, ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ରଜନୀ ମହାନ୍ତି, ସୁବ୍ରତ ମହାପାତ୍ର, ପ୍ରଶାନ୍ତ ଚମ୍ପତି, ଆଶିଷ ମଲ୍ଲିକ, ଅକ୍ଷୟ କୁମାର ଦାସ, କୃଷ୍ଣଚନ୍ଦ୍ର ପତି, ଗୀତାଞ୍ଜଳି ମହାନ୍ତି, ଯୋଗିନାଥ ନାୟକ, ଜୟଶ୍ରୀ ପାତ୍ର, ସିଲି ସେଠୀ, ଶ୍ରୀୟାସ୍ମିତା ପଣ୍ଡା, ସନ୍ଧ୍ୟାରାଣୀ ଦାସ, ନରୋତମ ନାୟକ, ଅନିଲ କୁମାର ଦାସ, ପ୍ରଶନ୍ନ ନାୟକ, ଦେବରାଜ ମିଶ୍ର, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ଦୀପକ ଦିଗଲ, ସୌମେନ୍ଦ୍ର ମହାନ୍ତି, ଦେବାଶିଷ ଦାସ, ସେକ ତାକୱିନ, ପବିତ୍ର ଦାସ, ଦେବକୀ ଟୁଡ଼ୁ, ସଂଜୟ ନାୟକ, ଲିପିନା ବାରିକ, ପ୍ରଭାତ ବାରିକ, ପ୍ରବିଣ ମହାନ୍ତି, ସୁଶାନ୍ତ ସାହୁ, ସୁନାକର ବାରିକ, ଉମେଶ ଦାସ, ବିଚିତ୍ର ମଲ୍ଲିକ, ସରୋଜ ପ୍ରଧାନ, ପରେଶ ପଣ୍ଡା, ସୁବାସ ସାହୁ, ସଂଜୟ ସେଠୀଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking