27.1 C
Bhubaneswar
Sunday, September 29, 2024
Homeଓଡିଶାଭିଜିଲାନ୍ସ ଜାଲରେ ଭୁବନେଶ୍ୱରର ମୁଖ୍ୟ ଯୋଗାଣ ବିଭାଗ ଅଧିକାରୀ

ଭିଜିଲାନ୍ସ ଜାଲରେ ଭୁବନେଶ୍ୱରର ମୁଖ୍ୟ ଯୋଗାଣ ବିଭାଗ ଅଧିକାରୀ

ଭୁବନେଶ୍ୱର : ଭିଜିଲାନ୍ସ ହାତରେ ଭୁବନେଶ୍ୱରର ମୁଖ୍ୟ ଯୋଗାଣ ବିଭାଗ ଅଧିକାରୀ । ଭିଜିଲାନ୍ସ ପକ୍ଷରୁ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଉପରେ ଚାଲିଛି ଚଢାଉ । ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ପ୍ରଶାନ୍ତଙ୍କ ଘର ସହିତ ଅନ୍ୟ ୮ଟି ସ୍ଥାନରେ ଚାଲିଛି ଚଢାଉ । ଏହି ଚଢାଉରେ ୮ ଜଣ ଡିଏସ୍‌ପି , ୫ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟାନ୍ୟ ଅଧିକାରୀ ରହିଛନ୍ତି ।ଚଢାଉ ହେଉଥିବା ୮ଟି ସ୍ଥାନରେ ଭୁବନେଶ୍ୱରର ଏକାଧିକ ସ୍ଥାନ ରହିଛି । ପାଣ୍ଡରାରେ ଥିବା ଏକ ମହଲା ଘର, ପାଣ୍ଡରା ଗାଁରେ ଥିବା ୩ ମହଲା ଘର, ଚନ୍ଦ୍ରଶେଖର ପୁରରେ ଥିବା ଦୁଇ ମହଲା ଘର ସମେତ ଅଫିସ ଚ୍ୟାମ୍ବରେ ଚାଲିଛି ଚଢ଼ଉ। ସେହିପରି ବ୍ରହ୍ମପୁରର ନୀଳାଞ୍ଚଳ ହାଇଟ୍ସ ଆପାର୍ଟମେଣ୍ଟରେ ବି ଭିଜିଲାନ୍ସ ପକ୍ଷରୁ ରେଡ଼ କରାଯାଇଛି । ୟୁନିଟ୍-୩ ସରକାରୀ ବାସଭବନରୁ ମଧ୍ୟ ଲକ୍ଷାଧିକ ଟଙ୍କାର ସୁନା ଗହଣା ଠାବ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking